ଭୁବନେଶ୍ବର ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି; ଅହମ୍ମଦାବାଦ ଅଭିମୁଖେ ଦୁଇ ଦଳର ଖେଳାଳି
ଭୁବନେଶ୍ବର ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି । ଗତକାଲି ମ୍ୟାଚ୍ ଶେଷ ହେବା ପରେ ହୋଟେଲ ଯାଇଥିଲେ । ଆଉ ଆଜି ହୋଟେଲରୁ ତୃତୀୟ ଦିନିକିଆ ଖେଳିବା ପାଇଁ ବାହାରିଛନ୍ତି ଦୁଇ ଖେଳାଳୀ ।

କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ସିରିଜ କବ୍ଜା କରିଛି ।
ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍ର ବିଶାଳ ସ୍କୋର ଛିଡା କରିଥିଲା । ଫଳରେ ଭାରତ ଆଗରେ ୩୦୫ ରନ୍ର ବିଜୟ ଟାର୍ଗେଟ୍ ରଖିଥିଲା ଇଂଲଣ୍ଡ । ଜବାବରେ ଭାରତ ୪୪.୩ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ନାଗପୁରରେ ୪ ଉଇକେଟରେ ପରାସ୍ତ କରିଥିଲା । ଚଳିତ ସିରିଜ୍ର ଅନ୍ତିମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବ ।
ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ଶୁବ୍ମନ ଗିଲ୍ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୧୩୬ ରନ୍ ସଂଗ୍ରହ କରିଥିଲେ। ଶୁବମନ୍ ୬୦ ରନ୍ କରିଥିଲେ। ସେ ୫୨ଟି ବଲ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ପରେ ବିରାଟ କୋହଲି ପଡ଼ିଆକୁ ଆସି ଦର୍ଶକଙ୍କୁ ନିରାଶ କରିଥିଲେ। ସେ ମାତ୍ର ୮ଟି ବଲ ଖେଳି ୫ ରନ୍ କରିଥିଲେ।
ହେଲେ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ୯୦ଟି ବଲ ଖେଳି ୧୧୯ ରନ୍ର ଶତକୀୟ ଇନିଂସ୍ ଖେଳି ଭାରତର ବିଜୟ ପଥ ପରିସ୍କାର କରିଥିଲେ। ୧୨ଟି ଚୌକା ସହ ୭ଟି ଛକା ମାରିଥିଲେ। ଏହା ତାଙ୍କର ୩୨ତମ ଦିନିକିଆ ଅନ୍ତର୍ଜାତୀୟ ଶତକ ।












Click it and Unblock the Notifications