Get Updates
Get notified of breaking news, exclusive insights, and must-see stories!

ଆଜି ପଞ୍ଚମ ତଥା ଅନ୍ତିମ ଟ୍ବେଣ୍ଟି-୨୦;ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ପଞ୍ଚମ ତଥା ଅନ୍ତିମ ଟ୍ବେଣ୍ଟି-୨୦ ଶନିବାର ବ୍ରିସ୍‌ବେନ୍‌ରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଏହାକୁ ଜିତି ଶୃଙ୍ଖଳା ବିଜୟ ସହ ସ୍ବଦେଶ ଫେରିବା ଆଶାରେ ରହିଛି। ପ୍ରଥମ ଟ୍ବେଣ୍ଟି-୨୦ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌କୁ ଘରୋଇ ଦଳ ଜିତି ଶୃଙ୍ଖଳାରେ ଅଗ୍ରଣୀ ନେଇଯାଇଥିଲା। ଏହା ପରେ ହୋବାର୍ଟ, ଗୋଲ୍‌କୋଷ୍ଟ୍‌ରେ ଭାରତର ଚମତ୍କାର ବୋଲିଂ ଆଗ‌ରେ ଅଷ୍ଟ୍ରେଲିଆ ଧରାଶୟୀ ହୋଇ ପରାଜୟ ବରଣ କରିଥିଲା। ଗୋଲ୍‌କୋଷ୍ଟ୍‌ର କଷ୍ଟକର ପିଚ୍‌ରେ ଶୁବମନ ଗିଲ୍‌ଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତ ଭଲ ଆରମ୍ଭ କରିଥିଲା। ହେଲେ ଦଳୀୟ ସ୍କୋର୍‌ ୧୪ ଓଭରରେ ୧୨୧/୨ ଥିଲା ବେଳେ ଏହା ପରେ ଭାରତ ୧୫ ରନ୍‌ରେ ଭିତରେ ୪ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା।

India aim to win the fifth and final T20I series today

ଅକ୍ଷର ପଟେଲ ଓ ୱାସିଂଟନ୍‌ ସୁନ୍ଦର ଭଲ ଖେଳିବାରୁ ଦଳ ୧୬୮/୮ରେ ପହଞ୍ଚିପାରିଥିଲା। ଗତ ୭ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ପାଳି ଖେଳି ନଥିବା ଉପଅଧିନାୟକ ଗିଲ୍‌ ଏହି ମ୍ୟାଚ୍‌ରେ ୪୬ ରନ୍‌ କରି ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଭଲ ଆରମ୍ଭ ପାଉଥିଲେ ମଧ୍ୟ ବଡ଼ ସ୍କୋର୍‌ରେ ରୂପାନ୍ତରିତ କରିପାରୁ ନାହାନ୍ତି। ତିଳକ ବର୍ମା ନିଜ ଲୟ ପାଇବାକୁ ସଂଘର୍ଷ କରୁଛନ୍ତି। ଶେଷ ମ୍ୟାଚ୍‌ରେ ଏମାନେ କିଛି ଭଲ ସହ ଫେରିବାକୁ ଚାହିବେ। ସଂଜୁ ସାମ୍‌ସନ୍‌ଙ୍କ ବଦଳରେ ଗତ ଦୁଇ ମ୍ୟାଚ୍‌ ଖେଳି ବିଫଳ ହୋଇଥିବା ୱିକେଟ୍‌ରକ୍ଷକ ଜିତେଶ ଶର୍ମା ଭଲ ପ୍ରଦର୍ଶନ ଆଶାରେ ଅଛନ୍ତି। ବିଶ୍ବର ଏକ ନମ୍ବର ଟ୍ବେଣ୍ଟି-୨୦ ବ୍ୟାଟର୍‌ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବାରୁ ତାଙ୍କୁ ନେଇ ଦଳର କିଛି ଚିନ୍ତା ନାହିଁ। ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ବାଧୀନ ପେସ୍‌ ବାହିନୀ ଏବଂ ବରୁଣ ଚକ୍ରବର୍ତ୍ତୀ, ୱାସିଂଟନ୍‌ ସୁନ୍ଦର ଓ ଅକ୍ଷର ପଟେଲଙ୍କ ସ୍ପିନ୍‌ ତ୍ରିମୂର୍ତ୍ତିଙ୍କ ପ୍ରଦର୍ଶନ ଭଲ ରହୁଥିବାରୁ ଏହା ଭାରତ ପାଇଁ ବଡ଼ ଶକ୍ତି ଓ ସାମର୍ଥ୍ୟ ଭାବେ ଉଭା ହୋଇଛି।

ଅନ୍ୟପକ୍ଷରେ ସ୍ପିନ୍‌ ବିପକ୍ଷରେ ଅଷ୍ଟ୍ରେଲିଆ ପୂରା ଦୁର୍ବଳ ବୋଲି ଗତ ମ୍ୟାଚ୍‌ରେ ଜଣାପଡ଼ିଥିଲା। ଭାରତର ସ୍ପିନ୍‌ ତ୍ରିମୂର୍ତ୍ତି ୧୦ ଓଭରରେ ୬ ୱିକେଟ୍‌ ଝାଡ଼ି ଦେଇଥିଲେ। ଟ୍ରାଭିସ୍‌ ହେଡ୍‌ଙ୍କ ଅନୁପସ୍ଥିତରେ ଅଧିନାୟକ ମିଚେଲ ମାର୍ଶ, ମାର୍କସ ଷ୍ଟୋଇନିସ୍‌ ଓ ଟିମ୍‌ ଡେଭିଡ୍‌ ବଡ଼ ସ୍କୋର୍‌ କରି ନପାରିବାରୁ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବାରେ ଘରୋଇ ଦଳ ବିଫଳ ହୋଇଥିଲା। ତାରକା ବୋଲର ଜୋସ୍‌ ହାଜେଲଉଡ୍‌ଙ୍କ ଅନୁପସ୍ଥିତିରେ ନାଥନ ଏଲିସ ଓ ଆଡାମ ଜାମ୍ପାଙ୍କ ଉପରେ ବୋଝ ବଢ଼ିଯାଉଛି। ଗତ ମ୍ୟାଚ୍‌ରେ ୱିକେଟ୍‌ଶୂନ୍ୟ ଥିବା ବେନ୍‌ ଡ୍ବାରସୁଇସ୍‌ଙ୍କ ସ୍ଥାନରେ ଘରୋଇ ଦଳ ଶନିବାର ମହଲି ବିଅର୍ଡମାନ୍‌ଙ୍କୁ ପଦାର୍ପଣ ସୁଯୋଦ ଦେବାର ସମ୍ଭାବନା ରହିଛି।

ଭାରତ ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଅକ୍ଷର ପଟେଲ, ୱାସିଂଟନ୍‌ ସୁନ୍ଦର, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ଶିବମ ଦୁବେ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍‌ରା।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ମାଟ୍‌ ସର୍ଟ, ମିଚେଲ ମାର୍ସ (ଅଧିନାୟକ), ଜୋସ୍‌ ଇଂଲିସ୍‌ (ୱିକେଟ୍‌ରକ୍ଷକ), ଟିମ୍‌ ଡେଭିଡ୍‌, ମିଚେଲ ଓଏନ/ଜୋସ ଫିଲିପ୍‌, ମାର୍କସ ଷ୍ଟୋଇନିସ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ, ଜାଭିଅର୍‌ ବାର୍ଟଲେଟ୍‌, ବେନ୍‌ ଡ୍ବାରସୁଇସ/ମହଲି ବିଅର୍ଡମାନ୍‌, ନାଥନ ଏଲିସ୍‌, ଆଡାମ ଜାମ୍ପା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+