ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଲକ୍ଷ୍ୟ ରଖିଲା ଭାରତ
କ୍ୱେବେରା:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଓଡିଆଈ ସିରିଜର ଦ୍ୱିତୀୟ ମ୍ୟାଚ୍ ମଙ୍ଗଳବାର (ଡିସେମ୍ବର ୧୯) ଖେଳାଯାଉଛି । କ୍ୱେବେରାର ସେଣ୍ଟ ଜର୍ଜ ପାର୍କରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ୪୬.୨ ଓଭରରେ ଭାରତୀୟ ଦଳ ୨୧୧ ରନ୍କୁ ଅଲଆଉଟ୍ ହୋଇ ଯାଇଛି । ଦକ୍ଷିଣ ଆଫ୍ରିକା ଜିତିବାକୁ ୨୧୨ ରନ୍ ଲକ୍ଷ୍ୟ ହାସଲ କରିଛି ।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବାଭାରତ ଆରମ୍ଭରୁ ଋତୁରାଜ ଗାଇକ୍ୱାଡଙ୍କ ୱିକେଟ ହରାଇଥିଲା । ତେବେ ସାଇ ସୁଦର୍ଶନ ଓ କେଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତର ସ୍ଥିତି ସୁଧୁରିଥିଲା । ସୁଦର୍ଶନ ୬୨ ରନ କରିଥିବାବେଳେ ରାହୁଲ ୫୬ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲା । କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରିନଥିଲେ । ରିଙ୍କୁ ସିଂ ୧୭ରନ କରିଥିବାବେଳେ ସଂଜୁ ସାମସନ ୧୨ ରନ କରିଥିଲେ ।ଆଉ ୯ ରନ କରି ଆଉଟ ହୋଇଥିଲେ ଆବେଶ ଖାନ୍

ଅକ୍ଷର ପଟେଲ ୭, ରିତୁରାଜ ଗାଇକୱାଡ ୪ ଏବଂ କୁଲଦୀପ ଯାଦବ ୧ ରନ୍ କରିବା ପରେ ଆଉଟ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ନନ୍ଦ୍ରେ ବର୍ଗ ୩ଟି ୱିକେଟ୍ ନେଇଥିଲେ । ବୁରେନ ହେଣ୍ଡ୍ରିକ୍ସ ଏବଂ କେଶବ ମହାରାଜ ୨ଟି ଲେଖାଏଁ ସଫଳତା ପାଇଥିଲେ । ଲିଜାଡ ୱିଲିୟମସନ ଏବଂ ଆଡେନ ମାର୍କ୍ରାମ ୧ଟା ଲେଖାଏଁ ୱିକେଟ୍ ନେଇଥିଲେ । ଶେଷ ବେଳକୁ ଅର୍ଶଦୀପ ସିଂ ୧୮ ରନ କରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ । ଭାରତ ୪୬.୨ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଥିଲା ।












Click it and Unblock the Notifications