Independence Day 2025: ସ୍ବାଧୀନତା ଦିବସ ଉତ୍ସବକୁ କାହିକିଁ ଯାଇନଥିଲେ ରାହୁଲ୍ ଓ ଖଡଗେ
ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ଆଜି ଲାଲ କିଲ୍ଲାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର କୌଣସି ବଡ଼ ନେତା ସେଠାରେ ଉପସ୍ଥିତ ନଥିଲେ । ଏହା ପ୍ରଥମ ଥର ଯେ ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ନେତାମାନେ ସ୍ୱାଧୀନତା ଦିବସରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ।
କଂଗ୍ରେସ ମୁଖପାତ୍ର ଡକ୍ଟର ଅଜୟ ଉପାଧ୍ୟାୟ କହିଛନ୍ତି ଯେ ରାଜ୍ୟସଭା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ପଦବୀ ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରଥମ ଧାଡିରେ କ୍ୟାବିନେଟ ମନ୍ତ୍ରୀର ପଦବୀ ସହିତ ରହିଆସିଛି ବୋଲି ଏକ ନିଦ୍ଧିଷ୍ଟ ଗଣ ମାଧ୍ୟମରେ କହିଛନ୍ତି । ଜବାହରଲାଲ ନେହେରୁଙ୍କଠାରୁ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ, କାହାର ସରକାର କ୍ଷମତାରେ ଥିଲେ ବି, ଏହା ପରମ୍ପରା ରହିଆସିଛି ।

ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ, ଉଭୟ ସାମ୍ବିଧାନିକ ପଦବୀରେ ରହିଛନ୍ତି । ଏହା ସାମ୍ବିଧାନିକ ପଦବୀର ମର୍ଯ୍ୟାଦାର ବିଷୟ। ଏହା କୌଣସି ବ୍ୟକ୍ତିଙ୍କର ବିଷୟ ନୁହେଁ ସେ କହିଛନ୍ତି ।
ଏହା ରାହୁଲ ଗାନ୍ଧିଙ୍କ ମାମଲା ନୁହେଁ କିମ୍ବା ଖଡଗେଙ୍କ ମାମଲା ନୁହେଁ । ଅଜୟ ଉପାଧ୍ୟୟ କହିଛନ୍ତି ଯେ ଯଦି ଏହା ସାମ୍ବିଧାନିକ ପଦବୀରେ ଥିବା ବକ୍ତିଙ୍କ ସହିତ କରାଯାଇଛି । ତେବେ ଏହା ସମ୍ବିଧାନର ମର୍ଯାଦାର ଉଲଂଘନ । ସେ କହିଛନ୍ତି ମର୍ଯାଦା ଉଲଘଂନ ନ ହେବା ପାଇଁ ଏହି ୨ ଜଣ ଜାତୀୟ ଉତ୍ସବ ପାଳନ କରିଥିଲେ । ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗକୁ ରାଜନୀତି କରିବାକୁ ଚାହୁଛନ୍ତି । ଏହାକୁ ରାଜନୀତିକରଣ କରାଯିବା ଉଚିତ ନୁହେଁ ।
ଆଜିର ଏହି ପବିତ୍ର ସ୍ବାଧୀନତା ଦିବସ ଅବସରରେ ବିରୋଧୀ ଦଳ ନେତା ଲାଲ୍ କିଲ୍ଲାରେ ପହଞ୍ଚି ଏହି ଉତ୍ସବରେ ଭାଗ ନେବା କଥା । କିନ୍ତୁ ବିରୋଧୀ ଦଳ ନେତା ରାହୁଲ୍ ଗାନ୍ଧି ଓ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଲାଲ କିଲ୍ଲା ସ୍ବାଧୀନତା ଦିବସ ପାଳନ ଅବସରରେ ଯୋଗ ଦେଇ ନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ର୍ଜୋର ଧରିଛି ।












Click it and Unblock the Notifications