ମହିଳା ଟ୍ବେଣ୍ଟି-୨୦: ରିଚାଙ୍କ ଦ୍ରୁତତମ ଅର୍ଦ୍ଧଶତକ, ଭାରତର ସର୍ବୋଚ୍ଚ ସ୍କୋର
ଭାରତୀୟ ମହିଳା ଦଳ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବୋଚ୍ଚ ସ୍କୋର୍ ହାସଲ କରିଛି । ଗୁରୁବାର ସ୍ଥାନୀୟ ଡିୱାଇ ପଟେଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ରେ ୪ ୱିକେଟ୍ ହରାଇ ୨୧୭ ରନ୍ କରିଛି। ଯାହା ଭାରତ ଚଳିତ ବର୍ଷ ୟୁଏଇ ବିପକ୍ଷରେ ଖେଳିଥିବା ୨୦୧/୫କୁ ଟପିଛି। ଏଥିସହ ଭାରତ ଏହି ମ୍ୟାଚ୍କୁ ୬୦ ରନ୍ରେ ଜିତି ଶୃଙ୍ଖଳାକୁ ୨-୧ରେ କରାୟତ୍ତ କରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଉମା ଚେତ୍ରୀ (୦)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଓପନର୍ ସ୍ମୃତି ମନ୍ଧାନା ଲଗାତାର ୭ ଚୌକା ସହ ୪୭ ବଲ୍ରୁ ୭୭ ରନ୍ ଦୃଢ଼ ମୂଳଦୁଆ ପକାଇଥିଲେ। ସ୍ମୃତି ମୋଟ ୧୩ ଚୌକା ଓ ଗୋଟିଏ ଛକା ମାରିଥିଲେ।













Click it and Unblock the Notifications