ମହିଳା ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ

ମହିଳା ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌କୁ ୧୦ ୱିକେଟରେ ପରାସ୍ତ କରିଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱ ଟିମ୍‌ ୬୦୩/୬ ରେ ପ୍ରଥମ ଇନିଂସ ଘୋଷଣା କରିଥିଲେ । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୬୬ ରନ ସଂଗ୍ରହ କରିଥିଲା। ତା'ପରେ ଭାରତ ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଲା। ତେବେ ଦ୍ୱିତୀୟ ଇନିଂସରେ ଫଲୋଅନ୍‌ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୩୭୩ ରନରେ ଆଉଟ ହୋଇଯାଇଥିଲା। ଆଉ ଭାରତ ଦ୍ୱିତୀୟ ଇନିଂସରେ ୩୭ ରନର ଲକ୍ଷ୍ୟ ବିନା ଓ୍ବିକେଟରେ ହାସଲ କରିଥିଲା।

ଭାରତ ପାଇଁ ପ୍ରଥମ ଇନିଂସରେ ଶେଫାଳୀ ବର୍ମା ୧୯୭ବଲରେ ୨୦୫ରନ ସ୍କୋର କରିଥିଲେ, ଯେଉଁଥିରେ ୨୩ ଚୌକା ଓ ୮ଛକା ଅନ୍ତର୍ଭୁକ୍ତ । ଏମାନଙ୍କ ବ୍ୟତୀତ ସ୍ମୃତି ମନ୍ଧାନା ୧୪୯ ରନର ଇନିଂସ ଖେଳିଥିଲେ । କ୍ୟାପଟେନ ହରମନପ୍ରୀତ କୌର ୧୧୫ ବଲରେ ୬୯ରନ, ୱିକେଟ କିପର ଋଚା ଘୋଷ ୯୦ ବଲରେ ୮୬ ରନ ଏବଂ ଜେମିମା ରୋଡ୍ରିଗେଜ ୯୪ବଲରେ ୫୫ ରନ ସଂଗ୍ରହ କରିଥିଲେ । ଶୁଭା ସତୀଶ ୧୫ ରନ ସଂଗ୍ରହ କରିଥିବାବେଳେ ଦୀପ୍ତି ଶର୍ମା ୨ ରନ ସ୍କୋର କରିବା ପରେ ଅପରାଜିତ ରହିଥିଲେ ।

IND-W vs SA-W

ଭାରତୀୟ ମହିଳା ଦଳର ଡାଇନାମିକ ତଥା ଯୁବ ଓପନର ଶେଫାଲି ବର୍ମା ନୂଆ କୀର୍ତ୍ତିମାନ ହାସଲ କରିଥିଲେ । ସେ ମହିଳା ଟେଷ୍ଟ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଦିନରେ ୨୦ ବର୍ଷୀୟ ଶେଫାଲି ମାତ୍ର ୧୯୪ ବଲରେ ଡବଲ ଟନ ମାରିଛନ୍ତି । ଏହା ପୂର୍ବରୁ ମହିଳା ଟେଷ୍ଟ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିବାର ରେକର୍ଡ ଅଷ୍ଟ୍ରେଲିଆର ଆନ୍ନାବେଲ ସଦରଲ୍ୟାଣ୍ତଙ୍କ ନାଁରେ ଥିଲା। ସେ ୨୪୮ ବଲରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ ।

ହେଲେ ଶେଫାଲି ୧୯୪ ବଲରେ ୨୦୦ ରନ କରି ତାଙ୍କୁ ପଛରେ ପକାଇ ଦେଇଛନ୍ତି । ଡବଲ ଟନ ହାସଲ କରିବା ପରେ ସେ ଆଉ ୫ ରନ ପରେ ରନ ଆଉଟ ହୋଇ ପ୍ୟାଭିଲିନ ଫେରିଥିଲେ। ୧୯୭ ବଲରେ ସାମ୍ନା କରିଥିବା ଶେଫାଲି ୨୩ଟି ଚୌକା ଓ ୮ଟି ଛକା ମାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+