IND W vs PAK W: ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ
ଭାରତ ବିପକ୍ଷରେ ମହିଳା ODI ବିଶ୍ୱକପ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍ ପାଇଁ ଭାରତ ପ୍ଲେଇଂ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି ।

ଅଧିନାୟିକା ହରମନପ୍ରୀତ କୌର ଘୋଷଣା କରିଛନ୍ତି ଯେ ଅମନଜୋତ କୌର ଅସୁସ୍ଥ ଅଛନ୍ତି ଏବଂ ଆଜିର ମ୍ୟାଚ୍ରେ ଖେଳିପାରିବେ ନାହିଁ, ଏବଂ ତାଙ୍କ ସ୍ଥାନରେ ରେଣୁକା ସିଂହଙ୍କୁ ସ୍ଥାନ ଦିଆଯାଇଛି ।
ଆଜି ମହିଳା ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା କଲମ୍ବୋରେ ଖେଳାଯାଉଛି । ଟସ୍ ଜିତି ପାକିସ୍ତାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଭାରତ ବ୍ୟାଟିଂ କରିବ । ଟସ୍ ସମୟରେ ଭାରତୀୟ ଅଧନାୟକ ହରମନପ୍ରୀତ କୌର ପାକିସ୍ତାନ ଟିମର ଅଧିନାୟକ ସହିତ ହାତ ମିଳାଇନଥିଲେ । ପୁରୁଷ ଟିମରେ ଯେଉଁଭଳି ହୋଇଥିଲା, ଠିକ୍ ମହିଳା ଟିମରେ ମଧ୍ୟ ସେହିଭଳି ହୋଇଥିଲା ।
ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ରେଣୁକା ସିଂ ଟିମରେ ସାମିଲ ହୋଇଛନ୍ତି । ଟସ୍ ଜିତି ଭାରତୀୟ ଅଧିନାୟକ କହିଛନ୍ତି, ଆମେ ବିଶ୍ବକପ ପୂର୍ବରୁ ଏଠାରେ ଭଲ ସିରିଜ ଖେଳିଛୁ । ଆମର ସକାରାତ୍ମକ ଚିନ୍ତାଧାରା ରହିଛି । ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ଟିମ ଭିତରେ ତାଳମେଳ ଭଲ ରହିଛି ।
ପାକିସ୍ତାନ ଦଳ ହାଇବ୍ରିଡ୍ ମଡେଲରେ ଏହି ବିଶ୍ବକପ୍ ଖେଳୁଥିବାରୁ ଭାରତ ବିପକ୍ଷ ମ୍ୟାଚ୍ ଏହା କଲମ୍ବୋରେ ଖେଳିବାକୁ ଯାଉଛି । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ସହଜରେ ୫୯ ରନରେ ଭାରତ ପରାସ୍ତ କରିଛି । ଅନ୍ୟପକ୍ଷରେ ବାଂଲାଦେଶ ଭଳି ଦଳଠାରୁ ୭ ୱିକେଟରେ ପାକିସ୍ତାନ ପରାସ୍ତ ହୋଇଛି ।
ଆଇସିସି ଦିନିକିଆ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିଜୟୁ ଅଭିଯାନ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାଙ୍କୁ ୫୯ ରନ୍ ହରାଇଥିଲା । ଆଜି ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ହର୍ମନପ୍ରୀତ । ସେହପରି ପାକିସ୍ତାନର ଆରମ୍ଭ ଭଲ ରହିନାହିଁ । ପ୍ରଥମ ମ୍ୟାଚରେ ବାଂଲାଦେଶଠୁ ୭ ୱିକେଟରେ ପରାସ୍ତ ହୋଇଥିଲା । ଭାରତ ପଏଣ୍ଟ ଟେବୁଲରେ ୨ ଅଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛି । ପାକିସ୍ତାନ ଷଷ୍ଠ ସ୍ଥାନରେ ରହିଛି । ଭାରତ-ପାକିସ୍ତାନ ପରସ୍ପରକୁ ୧୧ ଥର ଭେଟିଛନ୍ତି । ଭାରତ ସବୁ ମ୍ୟାଚ ଜିତିଛି । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ପୁରୁଷ ଭାରତୀୟ କ୍ରିକେଟ ଟିମ୍ ।
ଭାରତୀୟ ଚୂଡାନ୍ତ ଏକାଦଶ- ସ୍ମୃତି ମାନ୍ଧାନା, ପ୍ରତିକା ରାୱଲ, ହର୍ଲିନ ଦେୱଲ, ହର୍ମନପ୍ରୀତ କୌର (ଅଧିନାୟିକା) , ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ଦିପ୍ତୀ ଶର୍ମା, ସ୍ନେହ ରଣା, ଶ୍ରୀଚରଣୀ, କାନ୍ତି ଗୌଡ଼, ରେଣୁକା ସିଂ ଠାକୁର ।
ପାକିସ୍ତାନ ଚୂଡାନ୍ତ ଏକାଦଶ- ମୁନିବା ଅଲି, ଏସ. ସାମାସ, ସିଦ୍ରା ଅମିନ, ଆଲିୟା ରିୟାଜ, ନାତାଲିୟା ପରଭେଜ, ଫାତିମା ସାନା (ଅଧିନାୟିକା) , ରମିଣ ଶମିମ, ଡାଏନା ବେଗ, ସିଦ୍ରା ନୱାଜ, ନସ୍ରା ସାନ୍ଧୁ, ସାଦିଆ ଇକବାଲ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications