INDW vs ENGW 1st T20I: ଆଜି ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍, କେମିତି ଦେଖିବେ ଲାଇଭ୍
IND W vs ENG W 1st T20I: ମୁମ୍ବାଇର ଆଇକନିକ୍ ୱାଙ୍ଖେଡେ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି-୨୦ ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଇଂଲଣ୍ଡ ମହିଳା ଦଳ ସହ ମ୍ୟାଚ ଖେଳିବାକୁ ଯାଉଛି । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ, ପ୍ରଶଂସକମାନେ ଏହି ରୋମାଞ୍ଚକର ମ୍ୟାଚ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅଧିନାୟକ ହରମାନପ୍ରୀତ କୌର ଏବଂ ଉପ-ଅଧିନାୟକ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ଭାରତ ଏହି ସିରିଜକୁ ଏକ ଶକ୍ତିଶାଳୀ ଆରମ୍ଭ କରିବାକୁ ଚାହୁଁଛି ।
ଏହି ଦଳରେ ଜେମିମା ରୋଡଗ୍ରିସ୍ ଏବଂ ଶେଫାଳୀ ବର୍ମାଙ୍କ ଭଳି ଦକ୍ଷ ଖେଳାଳି ଅଛନ୍ତି, ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଭାବରେ ଉଭୟ ୟାସିକା ଭାଟିଆ ଏବଂ ରିଚା ଘୋଷଙ୍କୁ ଅନ୍ତର୍ଭୁକ୍ତ କରି ଭାରତ ଶକ୍ତିଶାଳୀ ରହିଛି ।
ମହିଳା ପ୍ରିମିୟର ଲିଗରେ ଚମତ୍କାର ପ୍ରଦର୍ଶନ ପରେ ସାଇକା ଇଶାକ ଏବଂ ଶ୍ରେୟଙ୍କା ପାଟିଲ ମଧ୍ୟ ସେମାନଙ୍କର ପ୍ରଥମ କଲ୍-ଅପ୍ ଅର୍ଜନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ନିକଟତମ ରେକର୍ଡରେ ଭାରତ ଉନ୍ନତି କରିବାକୁ ଆଗ୍ରହୀ ହେବ, କାରଣ ଗତ ପାଞ୍ଚଟି ଟି-ଟ୍ୱେଣ୍ଟି ମୁକାବିଲା ମଧ୍ୟରୁ ତିନୋଟି ହାରିଛି ।

IND W vs ENG W 1st T20I: ପ୍ରଥମ ମହିଳା T20I ମ୍ୟାଚ୍ କେବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ?
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ମହିଳା ଟି -20 ମ୍ୟାଚ୍ ଡିସେମ୍ବର 6 ବୁଧବାର ଦିନ 7 ଟା IST ରେ ଖେଳାଯିବ ।
IND W vs ENG W 1st T20I: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ମହିଳା T20I ମ୍ୟାଚ୍ କେଉଁଠାରେ ଖେଳାଯିବ?
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ମହିଳା ଟି -20 ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ।
IND W vs ENG W 1st T20I: ଭାରତରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ମହିଳା T20I ମ୍ୟାଚ୍ କୁ କେଉଁଠାରେ ଦେଖିବା ?
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ମହିଳା ଟି -20 ମ୍ୟାଚ୍ ଭାରତର ସ୍ପୋର୍ଟସ -18 ନେଟୱାର୍କରେ ପ୍ରସାରିତ ହେବ। ଏହା ବ୍ୟତୀତ ଜିଓ ସିନେମା ଏବଂ ଫ୍ୟାନକୋଡ୍ ଆପ୍ ଏବଂ ୱେବସାଇଟରେ ମ୍ୟାଚର ଲାଇଭଷ୍ଟ୍ରିମିଂ ଭାରତରେ ଉପଲବ୍ଧ ହେବ ।
ଭାରତ ବନାମ ଇଂଲଣ୍ଡ ପୂର୍ଣ୍ଣ ଦଳ
ଭାରତୀୟ ମହିଳା ଦଳ: ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ଜେମିମା ରୋଡଗ୍ରିସ୍, ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ୟାଶିକା ଭାଟିଆ (ଅଧିନାୟକ), ରିଚା ଘୋଷ (ୱିକେଟ କିପର), ଅମାଜୋତ୍ କୌର, ଶ୍ରେୟଙ୍କା ପାଟିଲ, ମନାତ କାଶ୍ୟପ , ରେଣୁକା ସିଂ ଠାକୁର, ଟିଟା ସାଧୁ, ପୂଜା ବସ୍ତ୍ରାକାର, କନିକା ଅହୁଜା, ମିନୁ ମଣି
ଇଂଲଣ୍ଡ ମହିଳା ଦଳ: ଡାନିଏଲ୍ ୱାଏଟ୍, ଆଲିସ୍ କ୍ୟାପସି, ସୋଫି ଏକ୍ଲେଷ୍ଟୋନ୍, ନାଟାଲୀ ସ୍କିଭର-ବ୍ରଣ୍ଟ, ହେଥର ନାଇଟ୍ (ଅଧିନାୟକ), ଚାର୍ଲି ଡିନ, ସୋଫିଆ ଡଙ୍କଲି, ମହିକା ଗୌର, ବେସ୍ ହେଥ, ଆମି ଏଲେନ୍ ଜୋନ୍ସ, ଲୋରେନ୍ ବେଲ୍, ଫ୍ରେୟା କେମ୍ପ, ସାରା ଗ୍ଲେନ୍, ଡାନିଏଲ୍ ଗିବସନ୍, ମିୟା ବାଉଚର୍












Click it and Unblock the Notifications