IND VS ZIM: ଜିମ୍ବାୱେ ଗସ୍ତ ପାଇଁ ବଦଳିଲା ଟିମ୍ ଇଣ୍ଡିଆ; ଏହି ୩ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ : ଶୁବମାନ ଗିଲଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରିଛି । ତେବେ ଜିମ୍ବାୱେ ଗସ୍ତପାଇଁ ଭାରତୀୟ ଟିମର ଅନେକ ପରିବର୍ତ୍ତନ କରାଯାଇଛି । ଭାରତୀୟ ଟିମରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଓ ହର୍ଷିତ ରାଣାଙ୍କୁ ପ୍ରଥମ ଦୁଇଟି ଟି ୨୦ ମ୍ୟାଚରେ ସ୍ଥାନରେ ମିଳିଛି । ଏନେଇ ବିସିସିଆଇ ତରଫରୁ ଘୋଷଣା କରାଯାଇଛି । ସେମାନେ ସଂଜୁ ସାମସନ୍, ଶିବମ୍ ଦୁବେ ଓ ୟଶସ୍ୱୀ, ଜୟସୱାଲଙ୍କ ସ୍ଥାନରେ ଖେଳିବେ ।

ସଞ୍ଜୁ ସାମସନ୍, ଶିବମ୍ ଦୁବେ ଓ ୟଶସ୍ୱୀ, ଜୟସୱାଲ ଚଳିତ ଟି-୨୦ ବିଶ୍ୱକପରେ ୧୫ ଜଣିଆ ଟିମରେ ସାମିଲ ଥିଲେ । ହେଲେ ଏବେ ତାଙ୍କ ସ୍ଥାନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କିଛି ପରିବର୍ତ୍ତନ କରି ସାଇ ସୁଦର୍ଶନ, ଜିତେଶ ଶର୍ମା ଓ ହର୍ଷିତ ରାଣାଙ୍କୁ ସ୍ଥାନ ଦେଇଛି । ସାଇ ସୁଦର୍ଶନ ଆଇପିଏଲରେ ଗୁଜରାଟ ଟାଇଟନ୍ସ, ଜିତେଶ ଶର୍ମା ପଞ୍ଜାବ କିଙ୍ଗ୍ସ ଓ ହର୍ଷିତ ରାଣା କୋଲକତା ନାଇଟରାଇଡର୍ସ ତରଫରୁ ଖେଳୁଥିଲେ ।

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ଖେଳାଯିବ । ଏହି ତିନି ଖେଳାଳିଙ୍କୁ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳର ଏକ ଅଂଶ କରାଯାଇଛି । ପ୍ରଥମ ଥର ପାଇଁ ହର୍ଷିତ ରାଣାଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି ।ଟି-୨୦ ବିଶ୍ୱକପ ଚାମ୍ପିୟନ ଭାରତୀୟ ଦଳ ବାରଡୋସରେ ବିଶ୍ୱକପ୍ ଜିତିବା ପରେ ଏପର୍ଯ୍ୟନ୍ତ ଭାରତ ଫେରିନାହାଁନ୍ତି । ସେଠାରେ ଚକ୍ରବାତ ତୁଫାନ ଲାଗି ରହିଥିବାରୁ ସେମାନେ ଫେରିପାରିନାହାନ୍ତି । ତେଣୁ ଏହି ପଦକ୍ଷେପ ନିଆଯାଇଛି ।

IND vs ZIM

ଶିବମ ଦୁବେ, ଯଶସ୍ବି ଜୟସ୍ବାଲ ଏବଂ ସଞ୍ଜୁ ସାମସନଙ୍କୁ ପ୍ରଥମ ଦୁଇଟି ମ୍ୟାଚ ପାଇଁ ରିପ୍ଲେସ କରାଯାଇଛି । ତିନି ଖେଳାଳି ଟି -୨୦ ବିଶ୍ୱକପ୍‌ ୨୦୨୪ ଖେଳୁଥିଲେ । ହେଲେ ବିଶ୍ୱକପ୍‌ ବିଜେତା ଦଳ ବାର୍ବାଡୋସରୁ ଭାରତକୁ ଫେରିନାହାନ୍ତି । ଏହି କାରଣରୁ ତିନିଜଣ ଖେଳାଳି ଶୁବମାନ ଗିଲଙ୍କ ଅଧିନାୟକତ୍ୱ ଦଳ ସହିତ ଜିମ୍ବାୱେ ଯାଇପାରିବେ ନାହିଁ । ତେଣୁ ତିନି ଖେଳାଳିଙ୍କୁ ରିପ୍ଲେସ୍‌ କରାଯାଇଛି ।

ଜିମ୍ବାୱେ ସିରିଜ ପାଇଁ ଭାରତୀୟ ଦଳ: ଶୁବମାନ ଗିଲ (ଅଧିନାୟକ), ଋତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ଧ୍ରୁବ ଜୁରେଲ (ଉଇକେଟ୍‌ କିପର), ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖାଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ, ହର୍ଷିତ ରାଣା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+