IND vs ZIM: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ୪-୧ରେ ଜିତିଲା ଭାରତ, ୱାଶିଂଟନ ସୁନ୍ଦରଙ୍କୁ ପ୍ଲେୟାର ଅଫ ଦି ସିରିଜ
ଟି-୨୦ ସିରିଜ୍ କବଜା କରିଛି ଭାରତୀୟ ଟିମ । ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ଟିମ ଇଣ୍ଡିଆ ୪-୧ରେ ଜିତି ନେଇଛି । ୫ମ ଟି-୨୦ ପୂର୍ବରୁ ହିଁ ଭାରତ ସିରିଜ୍କୁ ୩-୧ରେ ଜିତି ସାରିଥିଲା।
ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ କରିଥିଲା । ଦଳ ପାଇଁ ସଞ୍ଜୁ ସାମସନ ସର୍ବାଧିକ ୫୮ ରନର ଇନିଂସ ଖେଳିଥିଲେ । ୧୬୮ ରନର ପିଛା କରୁଥିବା ଘରୋଇ ଟିମ ଜିମ୍ବାୱେ ମୁକେଶ କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ୧୨୫ ରନରେ ଅଲଆଉଟ ହୋଇଯାଇଛି ।
ମୁକେଶ କୁମାର ୩.୩ ଓଭରରେ ୨୨ ରନ ଦେଇ ୪ ୱିକେଟ ନେଇଛନ୍ତି । ଏହା ତାଙ୍କ ଟି-୨୦ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ । ତେବେ ବ୍ୟାଟିଂରେ ୧୨ ବଲରେ ୨୬ ରନ ଓ ବୋଲିଂରେ ଦୁଇଟି ୱିକେଟ ନେଇଥିବା ଶିବମ ଦୁବେଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି । ସେହିପରି ପୂରା ସିରିଜରେ ଦମ ଦେଖାଇଥିବା ୱାଶିଂଟନ ସୁନ୍ଦରଙ୍କୁ ପ୍ଲେୟାର ଅଫ ଦି ସିରିଜ ଘୋଷଣା କରାଯାଇଛି।

୧୬୮ ରନକୁ ପିଛା କରୁଥିବା ଜିମ୍ବାୱେ ପ୍ରଥମ ଓଭରରେ ହିଁ ୱେସ୍ଲେ ମାଧେଭେରେଙ୍କୁ ହରାଇଥିଲା। ତାଙ୍କ ୱିକେଟ ମୁକେଶ କୁମାର ନେଇଥିଲେ। ବ୍ରାଏନ ବେନେଟ ୧୦ ରନ କରି ମୁକେଶ କୁମାରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତେବେ ତୃତୀୟ ୱିକେଟ ପାଇଁ ତାଦିୱାନାଶେ ମାରୁମାନୀ ଓ ଡିଓନ ମେୟର୍ସ ସ୍ଥିତି ସମ୍ଭାଳି ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ।
ଦଳୀୟ ସ୍କୋର ୫୯ ଥିବା ବେଳେ ମାରୁମାନୀ ୨୭ ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ମେୟର୍ସ ୩୨ ବଲରେ ୩୪ ରନ କରି ଶିବମ ଦୁବେଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଜୋନାଥନ କ୍ୟାମ୍ପବେଲଙ୍କ ସହ ବୁଝାମଣା ଅଭାବରୁ ଅଧିନାୟକ ସିକନ୍ଦର ରାଜା ମାତ୍ର ୮ ରନ କରି ରନ ଆଉଟ ହୋଇଥିଲେ।
ଏହାପରେ କ୍ୟାମ୍ପବେଲ ୪ ରନ କରି ଦୁବେଙ୍କ ଦ୍ୱିତୀୟ ଶିକାର ବନିଥିଲେ। କ୍ଲାଏଭ ମାଣ୍ଡାଡେ(୧) ମଧ୍ୟ ବେଶ କିଛି ପାରି ନଥିଲେ। ତାଙ୍କୁ ଅଭିଷେକ ଶର୍ମା ଆଉଟ କରିଥିଲେ। ବ୍ରାଣ୍ଡନ ମାଭାଉତ ୱିକେଟ ତୁଷାର ଦେଶପାଣ୍ଡେଙ୍କ ପାଖକୁ ଯାଇଛି।
ଫର୍ଜ ଆକରମ ୧୩ ବଲରେ ବିସ୍ଫୋରଣ ୨୭ ରନ କରିବାରୁ ଦଳ ୧୨୦ ରନ ପାର କରିବାକୁ ସକ୍ଷମ ହୋଇଥିଲା। ତାଙ୍କୁ ୧୯ତମ ଓଭରର ୨ ଦ୍ୱିତୀୟ ବଲରେ ମୁକେଶ କୁମାର ଆଉଟ ଜିମ୍ବାୱେର ସବୁ ଆଶାରେ ପାଣି ପକାଇ ଦେଇଥିଲେ।
ପରବର୍ତ୍ତୀ ବଲରେ ସେ ରିଚାର୍ଡ ନାଗାରାଭା(୦)ଙ୍କୁ ବୋଲ୍ଡ କରି ଜିମ୍ବାୱେ ଇନିଂସକୁ ୧୨୫ରେ ଶେଷ କରି ଦେଇଥିଲେ। ଜିମ୍ବାୱେ ୧୨୫ ରନ ଅଲଆଉଟ ହୋଇଯିବାରୁ ଭାରତ ୪୨ ରନରେ ମ୍ୟାଚ୍କୁ ଜିତି ନେଇଛି।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications