ଜିମ୍ବାୱେ ଉପରେ ଟିମ ଇଣ୍ଡିଆର 'ପରଫେକ୍ଟ -10' ବିଜୟ
ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଓପନର୍ ଶିଖର ଧୱନ ଏବଂ ଶୁଭମନ ଗିଲଙ୍କ ଅପରାଜିତ ଶତକୀୟ ଭାଗିଦାରୀ ହେତୁ ଭାରତ ଜିମ୍ବାୱେକୁ ପ୍ରଥମ ଦିନିକିଆରେ 10 ୱିକେଟରେ ପରାସ୍ତ କରିଛି ।
ନୂଆଦିଲ୍ଲୀ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଓପନର୍ ଶିଖର ଧୱନ ଏବଂ ଶୁଭମନ ଗିଲଙ୍କ ଅପରାଜିତ ଶତକୀୟ ଭାଗିଦାରୀ ହେତୁ ଭାରତ ଜିମ୍ବାୱେକୁ ପ୍ରଥମ ଦିନିକିଆରେ 10 ୱିକେଟରେ ପରାସ୍ତ କରିଛି ।

ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଜିମ୍ବାୱେର ଇନିଂସକୁ 40.3 ଓଭରରେ 189 ରନରେ ସୀମିତ ରଖିଥିଲେ । ଏହା ପରେ ଭାରତୀୟ ଦଳ ବିନା କୌଣସି ୱିକେଟ୍ ହରାଇ 30.5 ଓଭରରେ ସହଜରେ ଲକ୍ଷ୍ୟ ହାସଲ କରିଥିଲା । ଶିଖର ଧୱନ 81 ଓ ଶୁଭମନ ଗିଲ 82 ରନ ଯୋଗଦାନ କରିଥିଲେ । ଏଥିସହିତ ପେସର୍ ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅକ୍ସର ପଟେଲ 3-3 ୱିକେଟ୍ ନେଇଥିଲେ।
ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଭାରତ ଦଳ । ପେସର ଦୀପକ ଚହରଙ୍କ ନେତୃତ୍ୱରେ ବୋଲରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ଭାରତ ଜିମ୍ବାୱେର ଇନିଂସକୁ 189 ରନରେ ବାନ୍ଧି ରଖିଥିଲା। ଆଘାତ ହେତୁ ପ୍ରାୟ 6 ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ଦୀପକ ଚହର ଆୟୋଜକ ଦଳର ଟପ୍ ଅର୍ଡରକୁ ଭାଙ୍ଗି 27 ରନ୍ ପାଇଁ 3 ୱିକେଟ୍ ନେଇଥିଲେ। ଅକ୍ସର ପଟେଲ (24 ରନ୍ ପାଇଁ 3 ୱିକେଟ୍) ଏବଂ ପ୍ରସିଦ୍ଧ କୃଷ୍ଣ (50 ରନ୍ ପାଇଁ 3 ୱିକେଟ୍) ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।












Click it and Unblock the Notifications