ବିରାଟ କୋହିଲ ରେକର୍ଡ: ବିନା ବ୍ୟାଟ୍ ନ ଉଠାଇ କଲେ 'ବିରାଟ୍' ରେକର୍ଡ
IND vs WI, Virat Kohli: ଭାରତୀୟ ଦଳର ଜୀବନ କୁହାଯାଉଥିବା ବିରାଟ କୋହଲି ନିଜ ବ୍ୟାଟ୍ ସହିତ ଅନେକ ରେକର୍ଡ ସୃଷ୍ଟି କରୁଛନ୍ତି । କ୍ରିକେଟର ତିନୋଟି ଫର୍ମାଟରେ ବିରାଟ କୋହଲିଙ୍କର ଅନେକ ବଡ଼ ରେକର୍ଡ ରହିଛି । କୋହଲି ତାଙ୍କ ବ୍ୟାଟିଂ ସହିତ ଅନେକ ସମୟରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ।
ତେବେ ଗତକାଲି ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ବ୍ୟାଟିଂ କରିବାକୁ ବାହାରି ନଥିଲେ । କିନ୍ତୁ ସେ ନିଜ ଫିଲ୍ଡିଂ ଦ୍ବାରା ଆଜି ଦିନ ସାରା ହେଡଲାଇନରେ ରହିଛନ୍ତି ।

ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ଦିନିକିଆରେ ବ୍ୟାଟିଂ କରିବାକୁ ଆସିନଥିଲେ । ଦିନିକିଆରେ ଭାରତ ପାଇଁ ତୃତୀୟ ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରନ୍ତି । କିନ୍ତୁ ଏହି ମ୍ୟାଚରେ କୋହଲିଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ତିନି ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦିଆଯାଇଥିଲା । ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ଇନିଂସ ଖେଳିପାରି ନଥିଲେ ଏବଂ ମାତ୍ର 19 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।
ତେବେ ବିରାଟ କୋହଲି ବ୍ୟାଟିଂ ନକରି ଏହି ମ୍ୟାଚରେ ଏକ ବଡ଼ ରେକର୍ଡ କରିଛନ୍ତି । ବିରାଟ କୋହଲି ଭାରତ ପାଇଁ ପ୍ରଥମ ଖେଳାଳି ହୋଇ ପାରିଛନ୍ତି, ଯିଏକି ଦିନିକିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 50 ତମ ଦିନିକିଆ ବିଜୟର ଅଂଶ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗତ 50ଟି ଦିନିକିଆ ବିଜୟରେ ବିରାଟ କୋହଲି ଦଳ ସହ ଅଛନ୍ତି । କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହି କୀର୍ତ୍ତିମାନ କରିପାରି ନାହାଁନ୍ତି ।
ବର୍ତ୍ତମାନ ପ୍ରଶଂସକମାନେ ଦ୍ୱିତୀୟ ଦିନିକିଆରେ ବିରାଟ କୋହଲିଙ୍କ ଠାରୁ ବଡ଼ ଇନିଂସ ଆଶା କରିବେ । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ । କୋହଲି ମଧ୍ୟ ଦିନିକିଆରେ ଏହି ଫର୍ମ ବଜାୟ ରଖିବାକୁ ଚାହାଁନ୍ତି । ବିଶ୍ୱକପ ପୂର୍ବରୁ ବିରାଟ କୋହଲି ଦିନିକିଆ କ୍ରିକେଟରେ ନିଜର ପୁରୁଣା ଲୟ ଫେରି ପାଇବାକୁ ଚାହୁଁଛନ୍ତି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ବିରାଟ କୋହଲିଙ୍କ ଭୂମିକା ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ ।












Click it and Unblock the Notifications