IND vs WI: 1000 ତମ ଦିନିକିଆରେ ବିଜୟରୁ ଆରମ୍ଭ ହେଲା 'ରୋହିତ ଯୁଗ'
ଭାରତୀୟ କ୍ରିକେଟ୍ ଦଳ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ (ଭାରତ ବନାମ ୱେଷ୍ଟଇଣ୍ଡିଜ୍) କୁ 1000 ତମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ 6 ୱିକେଟରେ ପରାସ୍ତ କରିଛି । ଏହା ସହ ଟିମ୍ ଇଣ୍ଡିଆ 3 ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି ।
ଅହମ୍ମଦାବାଦ: ଭାରତୀୟ କ୍ରିକେଟ୍ ଦଳ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ (ଭାରତ ବନାମ ୱେଷ୍ଟଇଣ୍ଡିଜ) କୁ 1000 ତମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ 6 ୱିକେଟରେ ପରାସ୍ତ କରିଛି । ଏହା ସହ ଟିମ୍ ଇଣ୍ଡିଆ 3 ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି । ଚଳିତ ବର୍ଷ ଟିମ୍ ଇଣ୍ଡିଆର ଏହା ହେଉଛି ପ୍ରଥମ ବିଜୟ ।

ପ୍ରଥମ ଥର ପାଇଁ ପୂର୍ଣ୍ଣକାଳୀନ ଅଧିନାୟକତ୍ୱ ଗ୍ରହଣ କରିଥିବା ରୋହିତ ଶର୍ମା ଟସ୍ ଜିତି ପ୍ରଥମେ କିରନ୍ ପୋଲାର୍ଡଙ୍କ ନେତୃତ୍ୱାଧୀନ ଇଣ୍ଡିଜ୍ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଇଣ୍ଡିଜ୍ ଦଳ ମଧ୍ୟ 50 ଓଭର ଖେଳି ପାରି ନଥିଲା ଏବଂ 176 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲା । ଦଳ ପାଇଁ ଜେସନ ହୋଲ୍ଡର ସର୍ବାଧିକ 57 ରନ୍ ସ୍କୋର କରିଥିଲେ।
ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଏହାର 1000 ତମ ଦିନିକିଆ ସ୍ମରଣୀୟ କରିପାରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଲରାଉଣ୍ଡର ଦୀପକ ହୁଡା ଡେବ୍ୟୁ କରିବାର ସୁଯୋଗ ପାଇଥିବାବେଳେ ଶିଖର ଧୱନ ଏବଂ ଋତୁରାଜ ଗାଇକୱାଡ ଇଶାନ କିଶନଙ୍କ କୋଭିଡ ପଜିଟିଭ ଥିବାରୁ ମ୍ୟାଚରୁ ବାଦ୍ ପଡିଥିଲେ। ଟିମ୍ ଇଣ୍ଡିଆର ବିଜୟର 5 ଟି କାରଣ ଜାଣିବା: -
ରୋହିତ ଶର୍ମାଙ୍କ ଅର୍ଦ୍ଧ ଶତକ
ବିଶ୍ୱ କ୍ରିକେଟରେ 'ହିଟମ୍ୟାନ୍' ନାମରେ ପ୍ରସିଦ୍ଧ ରୋହିତ ଶର୍ମା ଏବଂ ଇଶାନ କିଶନ (28) ଙ୍କ ଯୋଡି ପ୍ରଥମ ୱିକେଟ୍ ପାଇଁ 84 ରନ୍ ଯୋଡି ଭାରତକୁ ଭଲ ଆରମ୍ଭ ଦେଇଥିଲେ। ରୋହିତ 51 ବଲରେ 60 ରନ ସ୍କୋର କରିଥିଲେ, ଯେଉଁଥିରେ 10 ଚୌକା ଓ ଗୋଟିଏ ଛକା ଅନ୍ତର୍ଭୁକ୍ତ ଥିଲା । ହାମଷ୍ଟ୍ରିଂ ଆଘାତ ହେତୁ ରୋହିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇପାରିନଥିଲେ। ଏଭଳି ପରିସ୍ଥିତିରେ ସେ ଅର୍ଦ୍ଧଶତକ ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ।
ୟୁଜବେନ୍ଦ୍ର ଚହଲଙ୍କ 'ଚୌକା'
ଭାରତର ଏହି ଐତିହାସିକ ଦିନିକିଆ ବିଜୟରେ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । 9.5 ଓଭରରେ 49 ରନ୍ ପାଇଁ ଚହଲ 4 ୱିକେଟ୍ ନେଇଥିଲେ। ସେ ସମାନ ଓଭରରେ 2ଟି ୱିକେଟ୍ ନେଇ ଇଣ୍ଡିଜ୍କୁ ଏକ ବଡ଼ ଝଟକା ଦେଇଥିଲେ। ଏହି ସମୟରେ ଚହଲ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ 100 ୱିକେଟ୍ ମଧ୍ୟ ପୂରଣ କରିଥିଲେ। ସେ ଇଣ୍ଡିଜ୍ ଅଧିନାୟକ କିରନ୍ ପୋଲାର୍ଡ ଏବଂ ନିକୋଲାସ୍ ପୁରନଙ୍କ ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ।
ସୁନ୍ଦର ଗୋଟିଏ ଓଭରରେ 2ଟି ୱିକେଟ୍ ନେଇଥିଲେ
ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏକ ଭଲ ପ୍ରତ୍ୟାବର୍ତ୍ତନ କରିଛନ୍ତି | କୋଭିଡ ପଜିଟିଭ୍ ହେତୁ ସୁନ୍ଦର ଦଳରୁ ଦୂରେଇ ଯାଇଥିଲେ, ଏହି ସିରିଜ୍ ମାଧ୍ୟମରେ ସେ ଦଳକୁ ଫେରିଛନ୍ତି । 9 ଓଭରରେ 30 ରନ ପାଇଁ ସୁନ୍ଦର 3 ଟି ୱିକେଟ୍ ନେଇଥିଲରେ । ସୁନ୍ଦର ମଧ୍ୟ ଗୋଟିଏ ଓଭରରେ 2ଟି ୱିକେଟ୍ ନେଇଥିଲେ। ସେ ଓପନର ବ୍ରାଣ୍ଡନ କିଙ୍ଗ ଏବଂ ଡାରେନ ବ୍ରାଭୋଙ୍କୁ ଆଉଟ କରିଥିଲେ, ଯିଏ ଇଣ୍ଡିଜ ଦଳର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଅଟନ୍ତି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications