For Quick Alerts
Turn On Notification  
For Daily Alerts
Oneindia App Download

ୱେଷ୍ଟଇଣ୍ଡି ବିପକ୍ଷ ଦିନିକିଆ ସିରିଜ ପାଇଁ ରେଡ଼ି ରୋହିତ ଆଣ୍ଡ କମ୍ପାନୀ

ଫେବୃଆରୀ 6 ରୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 3ମ୍ୟାଚ ବିସିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆକୁ ଆସନ୍ତା ଫେବୃଆରୀ 1 ଅର୍ଥାତ୍ ଆସନ୍ତା ସପ୍ତାହରେ ସୋମବାର ସୁଦ୍ଧା ଅହମ୍ମଦାବାଦରେ ପହଞ୍ଚିବ ।

|

ନୂଆଦିଲ୍ଲୀ: ଫେବୃଆରୀ 6 ରୁ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ 3ମ୍ୟାଚ ବିସିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆକୁ ଆସନ୍ତା ଫେବୃଆରୀ 1 ଅର୍ଥାତ୍ ଆସନ୍ତା ସପ୍ତାହରେ ସୋମବାର ସୁଦ୍ଧା ଅହମ୍ମଦାବାଦରେ ପହଞ୍ଚିବ । ଏହି ସିରିଜ୍ ପାଇଁ ଦଳରେ ମନୋନୀତ ହୋଇଥିବା ସମସ୍ତ ଖେଳାଳିଙ୍କୁ ବିସିସିଆଇ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି।

Rohit Sharma and company

ଏଠାରେ ପହଞ୍ଚିବା ପରେ ଅଧିନାୟକ ରୋହିତ ଶର୍ମା ଏବଂ ବାକି ଦଳ ହୋଟେଲରେ 3 ଦିନ ରହିବେ। ଏହି ସମୟ ମଧ୍ୟରେ ଖେଳାଳିଙ୍କ କରୋନା ଟେଷ୍ଟ ମଧ୍ୟ ହେବ । କ୍ୱାରେଣ୍ଟିନ୍ ସମାପ୍ତ କରିବା ପରେ ଖେଳାଳିମାନେ ଦିନିକିଆ ସିରିଜ୍ ପାଇଁ ଅଭ୍ୟାସ ଆରମ୍ଭ କରିବେ । ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାରୁ ଥିବା ସମସ୍ତ ମ୍ୟାଚ୍ କରୋନା କାରଣରୁ ଅହମ୍ମଦାବାଦରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଫେବୃଆରୀ 6 (ରବିବାର) ରେ ଅନୁଷ୍ଠିତ ହେବ ।

ବିସିସିଆଇର ଜଣେ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି, "ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ସଦସ୍ୟ ତଥା କୋଚ୍ ରାହୁଲ ଦ୍ରାବିଡ ଫେବୃଆରୀ ୨ ରେ ଅହମ୍ମଦାବାଦରେ ପହଞ୍ଚିବେ। ଏହା ପରେ ସମସ୍ତଙ୍କୁ ହୋଟେଲ ରୁମରେ କ୍ୱାରେଣ୍ଟିନରେ 3 ଦିନ ରହିବାକୁ ପଡିବ । ଏହି ସମୟ ମଧ୍ୟରେ ସେମାନଙ୍କର କରୋନା ଟେଷ୍ଟ ମଧ୍ୟ କରାଯିବ । ଏହା ପରେ ଦିନିକିଆ ସିରିଜ୍ ପାଇଁ ଏକ କ୍ୟାମ୍ପ ମଧ୍ୟ ଅନୁଷ୍ଠିତ ହେବ । ଏଥର ବିସିସିଆଇ ଇଂଲଣ୍ଡ ଗସ୍ତ ପରି ଚାର୍ଟାର୍ଡ ​​ଫ୍ଲାଇଟ୍ ମାଧ୍ୟମରେ ଖେଳାଳିମାନଙ୍କୁ ଅହମ୍ମଦାବାଦକୁ ଆଣିବାକୁ ଚେଷ୍ଟା କରିଥିଲା । ଯାହାଦ୍ୱାରା ଖେଳାଳିମାନେ ଯାତ୍ରା ସମୟରେ କାହା ସହିତ ସଂସ୍ପର୍ଷରେ ଆସିବେ ନାହିଁ । କିନ୍ତୁ ଏହା ହୋଇପାରିଲା ନାହିଁ ।

ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ପ୍ରଥମ ଦିନିକିଆ ସିରିଜ୍

ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ସିରିଜରେ ପୂର୍ଣ୍ଣକାଳୀନ ସୀମିତ ଓଭର ଅଧିନାୟକ ଭାବରେ ଡେବ୍ୟୁ କରିବେ। 2022 ରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ଘରୋଇ ସିରିଜ୍ । ଏହାପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଏକ ଦିନିକିଆ ସିରିଜ୍ ଖେଳିଥିଲା, ଯେଉଁଥିରେ ଆୟୋଜକ ଦେଶ ଟିମ୍ ଇଣ୍ଡିଆକୁ 3-0ରେ ପରାସ୍ତ କରିଥିଲା ​। ଏହି ଭ୍ରମଣରେ ଭାରତକୁ ଟେଷ୍ଟ ସିରିଜରେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 3 ଟି ଦିନିକିଆ ସିରିଜ୍ ପରେ ସମାନ ଟି-20 ସିରିଜ୍ ମଧ୍ୟ ଖେଳାଯିବ । ଏହାର ସମସ୍ତ ମ୍ୟାଚ୍ କୋଲକାତାରେ ଅନୁଷ୍ଠିତ ହେବ ।

  • ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ (ଉପ-କ୍ୟାପଟେନ୍), ଋତୁରାଜ ଗାଇକୱାଡ, ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଦୀପକ ହୁଡା, ଋଷଭ ପନ୍ତ, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା , ଆଭେଶ ଖାନ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IND vs WI ODI: Rohit Sharma and company will gather in Ahmedabad
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X