Get Updates
Get notified of breaking news, exclusive insights, and must-see stories!

ପ୍ରସିଦ୍ଧ କ୍ରିଷ୍ଣାଙ୍କ ଜବରଦସ୍ତ ପ୍ରଦର୍ଶନ, 44 ରନରେ ଇଣ୍ଡିଜ୍କୁ ମାତ୍ ଦେଲା ଭାରତ

ବୁଧବାର ସିରିଜର ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ (ଭାରତ ବନାମ ୱେଷ୍ଟଇଣ୍ଡିଜ) କୁ 44 ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଆୟୋଜକ ଦଳ ମଧ୍ୟ 3 ମ୍ୟାଚ୍ ବିଶିଷ୍ଟ ସିରିଜକୁ 2-0ରେ କବଜ କରିଛି ।

ଅହମଦାବାଦ: ବୁଧବାର ସିରିଜର ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ (ଭାରତ ବନାମ ୱେଷ୍ଟଇଣ୍ଡିଜ) କୁ 44 ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଆୟୋଜକ ଦଳ ମଧ୍ୟ 3 ମ୍ୟାଚ୍ ବିଶିଷ୍ଟ ସିରିଜକୁ 2-0ରେ କବଜ କରିଛି । ବୁଧବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି 9 ୱିକେଟ୍ ହରାଇ 237 ରନ୍ ସଂଗ୍ରହ କରିଥିଲା । ଯାହାର ଜବାବରେ 46 ଓଭରରେ 193 ରନ୍ ପାଇଁ ଭ୍ରମଣକାରୀ ଦଳ ଅଲଆଉଟ୍ ହୋଇଯାଇଛି । ଯୁବ ପେସର ପ୍ରସିଦ୍ଧ କିଷ୍ଣା ଚମତ୍କାର ପ୍ରଦର୍ଶନ କରି 9 ଓଭରରେ ମାତ୍ର 12 ରନ୍ ପାଇଁ 4 ୱିକେଟ୍ ନେଇଛନ୍ତି। ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଫେବୃଆରୀ 11 ଶୁକ୍ରବାର ଦିନ ଅହମ୍ମଦାବାଦର ଏହି ଗ୍ରାଉଣ୍ଡରେ ଖେଳାଯିବ ।

IND vs WI

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ 238 ରନର ଟାର୍ଗେଟକୁ ପିଛା କରି ଇଣ୍ଡିଜ୍ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଜୟ ହୋଇଥିଲା । ଦଳୀୟ ସ୍କୋର 38 ରନରେ 2 ୱିକେଟ୍ ଥିଲା । ପ୍ରସିଦ୍ଧ କିଷ୍ଣା ଓପନର୍ ବ୍ରାଣ୍ଡନ୍ କିଙ୍ଗ (18) ଓ ତା'ପରେ ଡାରେନ୍ ବ୍ରାଭୋ (1) ଙ୍କୁ ପନ୍ତଙ୍କ ହାତରେ ଧରା ପକାଇଥିଲେ । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଶାଇ ହୋପ୍ (27) ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ବଲରେ ସୁର୍ଯ୍ୟକୁମାର ଯାଦବଙ୍କ ହାତରେ କ୍ୟାଚ୍ ଆଉଟ ହୋଇ ପାଭିଲିଅନ ଫେରିଥିଲେ । ଯାହା ପରେ ନିକୋଲାସ ପୁରାନ (9) ରୋହିତଙ୍କ ହାତରେ କିଷ୍ଣାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଦଳୀୟ ସ୍କୋର 66 ରନର ବେଳକୁ କାରବିଆନ୍ ଦଳକୁ 4ଟି ୱିକେଟର ଝଟକା ଲାଗି ସାରିଥିଲା । ଜେସନ ହୋଲଡର (2) କିଛି ବିଶେଷ କରିପାରିନଥିଲେ ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ଓଭରରେ ଦୀପକ ହୁଡ୍ଡାଙ୍କ ହାତରେ ଧରପଡିଥିଲେ । 76 ରନ ସ୍କୋର ବେଳକୁ ୱେଷ୍ଟଇଣ୍ଡିଜ୍ ଦଳର ଅଧା ବ୍ୟାଟ୍ସମ୍ୟାନ ପାଭିଲିଅନକୁ ଫେରି ସାରିଥିଲେ ।

ଶମରା ବ୍ରୁକ୍ସ (44) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ଆକିଲ ହୋସେନ ଷଷ୍ଠ ୱିକେଟ୍ ପାଇଁ 41 ରନ୍ ଯୋଡିଥିଲେ । ଦୀପକ ହୁଡା ତାଙ୍କୁ ଶିକାର କରିଥିଲେ। ସେ 64 ବଲ ଖେଳି 44 ରନ ସ୍କୋର କରି 2ଟି ଚୌକା ଓ 2ଟି ଛକା ମାରିଥିଲେ । ଏହା ପରେ ଫାବିଆନ୍ ଆଲେନ୍ ଏବଂ ଆକିଲ ହୁସେନ୍ ସପ୍ତମ ୱିକେଟ୍ ପାଇଁ 42 ରନ୍ ଯୋଡିଥିଲେ। ଏହି ସହଭାଗୀତା ମହମ୍ମଦ ସିରାଜଙ୍କ ଦ୍ୱାରା ଭଙ୍ଗା ଯାଇଥିଲା ଏବଂ ଆଲେନ୍ (13) ପନ୍ତଙ୍କ ଦ୍ୱାରା ଧରା ପଡିଥିଲେ । ପରବର୍ତ୍ତୀ ଓଭରରେ ଅକିଲ ହୁସେନ୍ (34) ଶାର୍ଦ୍ଦୁଲ ଠାକୁରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । 52 ବଲ ଖେଳି ହୁସେନ୍ 3ଟି ଚୌକା ମାରିଥିଲେ।

ଓଡିଆନ୍ ସ୍ମିଥ୍ ଏବଂ ଅଲଜାରି ଜୋସେଫ୍ 9ମ ୱିକେଟ୍ ପାଇଁ 34 ରନ୍ ଯୋଡିଥିଲେ। କୋହଲିଙ୍କ ହାତରେ 45 ତମ ଓଭରର ଶେଷ ବଲରେ ସ୍ମିଥ୍ (24) ୱାଶିଂଟନ୍ ସୁନ୍ଦରଙ୍କ ଦ୍ବାରା ଧରାପଡିଥିଲେ। ସ୍ମିଥ୍ 20 ବଲରେ 1ଟି ଚୌକା ଏବଂ 2 ଛକା ମାରିଥିଲେ । ପରବର୍ତ୍ତୀ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା କେମର ରୋଚଙ୍କୁ lbw କରିଥିଲେ । ଯାହା ଫଳରେ ଇଣ୍ଡିଜ୍ ଦଳର ଇନିଂସ ଶେଷ ହୋଇଥିଲା ।

​କ୍ରିଷ୍ଣାଙ୍କ ବ୍ୟତୀତ ଶାର୍ଦ୍ଦୁଲ ଠାକୁର ଭାରତ ପାଇଁ 42 ରନ୍ ବ୍ୟୟରେ 2 ୱିକେଟ୍ ନେଇଥିବାବେଳେ ସିରାଜ, ୟୁଜଭେନ୍ଦ୍ର ଚହଲ, ସୁନ୍ଦର ଏବଂ ଦୀପକ ହୁଡ୍ଡାଙ୍କୁ 1-1 ୱିକେଟ୍ ମିଳିଛି।

ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରାନ ପୋଲାର୍ଡ ସିରିଜର ଏହି ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। 9 ଟି ୱିକେଟ୍ ହରାଇବା ପାଇଁ ଧାର୍ଯ୍ୟ 50 ଓଭରରେ ଭାରତୀୟ ଦଳ 237 ରନ୍ ସଂଗ୍ରହ କରିଥିଲା । ସୁର୍ଯ୍ୟକୁମାର ଯାଦବ ଭାରତ ପାଇଁ ଭଲ ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଦଳ ପାଇଁ 64 ରନ୍ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର 83 ଟି ବଲ ଖେଳି 5 ଚୌ କା ମାରିଥିଲେ। ସେ ଚତୁର୍ଥ ୱିକେଟ୍ ପାଇଁ କେ.ଏଲ୍ ରାହୁଲଙ୍କ ସହ 91 ରନ୍ ଭାଗିଦାରୀ ବାଣ୍ଟିଥିଲେ। ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଓପନର୍ ଭାବରେ ଫିଲ୍ଡରେ ଦେଖିବାକୁ ମିଳିଥିଲା । 34 ଟି ବଲରେ ପନ୍ତ କେବଳ 18 ରନ୍ ସ୍କୋର କରିପାରିଥିଲେ । କିନ୍ତୁ ସେ 18 ରନ୍ ସ୍କୋର କରିବା ପରେ ଓଡେନ୍ ସ୍ମିଥଙ୍କ ଶିକାର ହୋଇଥିଲେ।

ଇନିଂସର ଦ୍ୱାଦଶ ଓଭରରେ ସ୍ମିଥ ବିରାଟ କୋହଲିଙ୍କୁ ଶାଇ ହୋପଙ୍କ ଦ୍ୱାରା ଧରାଇଥିଲେ। ବିରାଟ 30 ଟି ବଲ ଖେଳି 3 ଚୌକା ମାରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ଏବଂ କେ.ଏଲ୍ ରାହୁଲ ଇନିଂସକୁ ଆଗକୁ ନେଇ ଚତୁର୍ଥ ୱିକେଟ୍ ପାଇଁ 91 ରନ୍ ଭାଗିଦାରୀ ବାଣ୍ଟିଥିଲେ। ରାହୁଲ 49 ରନର ବ୍ୟକ୍ତିଗତ ପାଳି ଖେଳି ଆଉଟ୍ ହୋଇଥିଲେ। ସେ 48 ବଲରେ 4 ଚୌକା ଓ 2 ଛକା ମାରିଥିଲେ । ସୂର୍ଯ୍ୟକୁମାର 83 ଟି ବଲରେ 5 ଟି ଚୌକା ସହ 64 ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ।

ସୂର୍ଯ୍ୟକୁମାର ୮୩ ବଲରେ ୫ ଚୌକା ସହ ୬୪ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ। ୱାଶିଂଟନ୍ ସୁନ୍ଦର ୨୪ ରନ୍ କରି ଅକିଲ୍ ହୋସେନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ପ୍ରଥମ ଦିନିକିଆରେ ପଦାର୍ପଣ କରିଥିବା ଦୀପକ ହୁଡା ୨୫ ବଲରେ ୨୯ ରନ୍ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଶାର୍ଦ୍ଦୁଲ ଠାକୁର (୮) ଓ ମହମ୍ମଦ ସିରାଜ (୩) ନିରାଶ କରିଥିଲେ। ୟୁଜବେନ୍ଦ୍ର ଚହଲ୍ ୧୧ ରନ୍ କରି ଅପରାଜିତ ଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+