ଦ୍ବିତୀୟ ଦିନିକିଆ: ଭାରତର ପରାଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା କହିଲେ, ମୁଁ ଏବେ କଇଁଛ, ଠେକୁଆ ନୁହେଁ

ବାର୍ବାଡୋସ୍‌: ଗତକାଲି ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି ଭାରତ। ଏହି ବିଜୟ ସହିତ ୱେଷ୍ଟଇଣ୍ଡିଜ୍ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି । ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ ଅଗଷ୍ଟ ୨ରେ ତ୍ରିନିଦାଦରେ ଖେଳାଯିବ ।

ତେବେ ଭାରତର ଏହି ପରାଜୟ ପରେ କାମଚଳା ଅଧିନାୟକ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ସେ ଏବେ ଭାରତୀୟ ଦଳରେ କଇଁଛ, ଠେକୁଆ ନୁହେଁ । ମ୍ୟାଚ ପରେ ହାର୍ଦ୍ଦିକ କହିଛନ୍ତି, ଆଜି ୱେକେଟ ମ୍ୟାଚ ପାଇଁ ଭଲ ଥିଲା । କିନ୍ତୁ ଆମର ବ୍ୟାଟ୍ସମ୍ୟାନ ମାନେ ଖରାପ ସଟ ଖେଳି ଉଇକେଟ ହରାଇଥିଲେ ।

Hardik Pandya

ହାର୍ଦ୍ଦିକ ଆହୁରି ମଧ୍ୟ କହିଛନ୍ତି, ପରାଜୟକୁ ନେଇ ନିରାଶା ଅଛି । କିନ୍ତୁ ବହୁତ କିଛି ଶିଖିବାକୁ ଅଛି । ଓପନରମାନେ ଯେଉଁଭଳି ବ୍ୟାଟିଂ କରିଛନ୍ତି, ତାହା ଭାରତୀୟ କ୍ରିକେଟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଇଶାନ କିଷନ ଏକ ଭଲ ଇନିଂସ ଖେଳିଥିଲେ। ମୁଁ ବର୍ତ୍ତମାନ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛି । ସେଥିପାଇଁ ମୁଁ ଅଧିକ ଓଭର ବୋଲିଂ କରୁଛି । ମୁଁ ଏବେ କଇଁଛ, ଠେକୁଆ ନୁହେଁ ବୋଲି ସେ କହିଛି ।

ସୂଚନାଥାଉ କି, ଏହି ମ୍ୟାଚ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା । ଉପ-ଅଧିନାୟକ ହାର୍ଦ୍ଦିକ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଜିତିପାରି ନ ଥିଲେ ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତୀୟ ଦଳ ପୂରା ୫୦ ଓଭର ବି ଖେଳିପାରିନଥିଲା । ଭାରତ ୪୦.୫ ଓଭରରେ ମାତ୍ର ୧୮୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପାଇଁ ଇଶାନ କିଷନ ସର୍ବାଧିକ ୫୫ ରନ୍ କରିଥିବା ବେଳେ ଶୁଭମାନ ଗିଲ ୩୪ ଏବଂ ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ। ଏହି ତିନି ଜଣଙ୍କ ବ୍ୟତୀତ କୌଣସି ଭାରତୀୟ ଖେଳାଳି ୨୦ ରନ୍ ଟପିପାରି ନଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋମାରିଓ ଶେଫର୍ଡ ଏବଂ ଗୁଡାକେଶ ମୋତି ପ୍ରତ୍ୟେକ ତିନିଟି ଲେଖାଏଁ ୱିକେଟ୍ ନେଇଥିଲେ ।

୧୮୨ ରନର ମାମୁଲି ଲକ୍ଷ୍ୟକୁ ଘରୋଇ ଦଳ ଚାରି ୱିକେଟ୍ ହରାଇ ୩୬.୪ ଓଭରରେ ସହଜରେ ହାସଲ କରି ନେଇଥିଲା । ଦଳ ତରଫ ଅଧିନାୟକ ଶାଇ ହୋପ ଅପରାଜିତ ୬୩ ରନ୍ କରିଥିବା ବେଳେ କେସି କାର୍ଟି ଅପରାଜିତ ୪୮ ରନ୍ ସହ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ତିନିଟି ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+