ଆଜି ତୃତୀୟ ଦିନିକିଆ: ସିରିଜ କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଭାରତ
ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ। ସନ୍ଧ୍ୟା ୭ରେ ଆରମ୍ଭ ହେବ ମ୍ୟାଚ । ଭାରତ ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜ ହାତେି ସାରିଥିବା ବେଳେ ଏବେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ।
ପୋର୍ଟ ଅଫ୍ ସ୍ପେନ୍: ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ। ସନ୍ଧ୍ୟା ୭ରେ ଆରମ୍ଭ ହେବ ମ୍ୟାଚ । ଭାରତ ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜ ହାତେି ସାରିଥିବା ବେଳେ ଏବେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ।

ତେବେ ଭାରତ ଗୋଟିଏ ଟିମ୍ ବିପକ୍ଷରେ କ୍ରମାଗତ ୧୨ଟି ସିରିଜ୍ ଜିତି ଭାରତ ଦ୍ୱିତୀୟ ଦିନିକିଆରେ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛି । ଏହା ସତ୍ତ୍ବେ ଦଳ ନିୟମିତ ଖେଳାଳିଙ୍କୁ ନେଇ ଖେଳୁ ନଥିବାରୁ ଏହି ମ୍ୟାଚ୍ ସହ ସିରିଜ୍ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ରହିଛି । କୋଚ୍ ରାହୁଲ ଦ୍ରାବିଡ଼ କିମ୍ବା କାମଚଳା ଅଧିନାୟକ ଶିଖର ଧାୱନ କେବଳ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବା ନୀତି ଗ୍ରହଣ କଲେ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇ ପାରେ। ନଚେତ ଆଭେଶ ଖାନ୍ଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ଖେଳାଳିଙ୍କୁ ବାଦ୍ ଦେବା ସମ୍ଭବ ନୁହେଁ । ଆହତ ସମସ୍ୟା ଦେଖା ନଦେଲେ ଭାରତୀୟ ଦଳ ଅପରିବର୍ତ୍ତିତ ରହିବା ସମ୍ଭାବନା ଅଧିକ ।
ପ୍ରଥମ ଦୁଇଟି ମ୍ୟାଚରେ ପିଚ୍ ମୁଖ୍ୟତ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭଲ ଥିଲା । ଫଳରେ ତୃତୀୟ ଦିନିକିଆ ପାଇଁ ଏକ ନୂଆ ଟ୍ରାକ୍ ବ୍ୟବହାର କରାଯାଇ ପାରେ । ପାଣିପାଗ ଅନୁଯାୟୀ, ଦିନରେ ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇଛି । ପୂର୍ବ ମ୍ୟାଚରେ ଭାରତ ଆଗରେ ୩୧୨ରନର ଲକ୍ଷ୍ୟ ରହିଥିଲା । ଇଣ୍ଡିଜ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶଇ ହୋପ୍ ଏବଂ କେଲ ମେୟର୍ସ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଶାଇ ହୋପ ୧୩୫ ବଲ୍ ଖେଳି ସର୍ବାଧିକ ୧୧୫ ରନ୍ କରିଥିଲେ । ଭାରତ ପକ୍ଷରୁ ଶ୍ରାଦ୍ଧୁଲ ଠାକୁର ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଦୀପକ ହୁଡା, ଅକ୍ସର ପଟେଲ ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ।
ଫଳରେ ଦ୍ୱିତୀୟ ମ୍ୟାଚକୁ ୨ ୱିକେଟରେ ଜିତିଥିଲା ଭାରତ ।












Click it and Unblock the Notifications