IND vs WI: ଛେଚିଲେ ପନ୍ତ-ଆୟର, 266 ରନ୍ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ
ପ୍ରଥମେ ବ୍ୟାଟିଂ କରି ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ପାଇଁ 266 ରନ୍ ସଂଗ୍ରହ କରିଛି। ଶ୍ରେୟସ୍ ଆୟର ଏବଂ ଋଷଭ ପନ୍ତ ଭାରତ ପାଇଁ ଉଜ୍ଜ୍ୱଳ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।
ଅହମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ପାଇଁ 266 ରନ୍ ସଂଗ୍ରହ କରିଛି। ଶ୍ରେୟସ୍ ଆୟର ଏବଂ ଋଷଭ ପନ୍ତ ଭାରତ ପାଇଁ ଉଜ୍ଜ୍ୱଳ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏହା ବ୍ୟତୀତ ଦୀପକ ଚହର ନିମ୍ନ କ୍ରମରେ 38 ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ଜେସନ୍ ହୋଲ୍ଡର ତିନିଟି, ଅଲଜାରି ଜୋସେଫ ଏବଂ ହେଡେନ ୱାଲଶ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଅଧିନାୟକ ରୋହିତ ଶର୍ମା (13) ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି (ଶୂନ) ଚତୁର୍ଥ ଓଭରରେ ତିନିଟି ବଲ ମଧ୍ୟରେ ପାଭିଲିଅନକୁ ଫେରିବା ପରେ ଶିଖର ଧୱନ (10) ମଧ୍ୟ ଶୀଘ୍ର ଖସି ଯାଇଥିଲେ । ଭାରତୀୟ ଦଳ ତିନୋଟି ୱିକେଟ ଖସି ସାରିଥିବା ବେଳେ ସ୍କୋର ଥିଲା 42 ରନ୍ । ଶ୍ରେୟସ ଆୟର (111 ବଲରେ 80 ରନ, 9ଚୌକା ) ଏବଂ ପନ୍ତ (54 ବଲରେ 56 ରନ, 6ଚୌକା ଓ ଗୋଟିଏ ଛକା) ସହିତ ଚତୁର୍ଥ ୱିକେଟ୍ ପାଇଁ 110 ରନ୍ ଯୋଡି ଭାରତୀୟ ଇନିଂସକୁ ମଜବୁତ୍ କରିଥିଲେ । ପରେ ଦୀପକ ଚହର (38 ବଲରେ 38 ରନ୍, 4ଟି ଚୌକା ଓ 2ଟି ଛକା) ସହିତ ପୁଣିଥରେ ନିମ୍ନକ୍ରମରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେହିପରି ୱାଶିଂଟନ୍ ସୁନ୍ଦର 34 ଟି ବଲରେ 33 ରନ୍ ଯୋଗଦାନ କରିଥିଲେ ଯେଉଁଥିରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ।












Click it and Unblock the Notifications