Get Updates
Get notified of breaking news, exclusive insights, and must-see stories!

ଆରମ୍ଭ ହେଲା ଭାରତ-ୱେଷ୍ଟଇଣ୍ଡିଜ୍ ୧୦୦ ତମ ଟେଷ୍ଟ, ପ୍ରଥମେ ବ୍ୟାଟିଂ କରୁଛି ଭାରତ

IND vs WI, 2nd Test: ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଆଜି ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଆରମ୍ଭ ହୋଇଯାଇଛି । ତ୍ରିନିଦାଦରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି । ତେବେ ଉଭୟ ଟିମ୍ ମଧ୍ୟରେ ୨ୟ ଟେଷ୍ଟ ଐତିହାସିକ ହୋଇଛି । ପରସ୍ପର ବିପକ୍ଷରେ କାରଣ ୧୦୦ ତମ ଟେଷ୍ଟ ଖେଳୁଛନ୍ତି ଉଭୟ ଟିମ୍ ।

ତେବେ ଘରୋଇ ୱେଷ୍ଟଇଣ୍ଡିଜ୍ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ୟଶ୍ୱସୀ ଜସୱାଲ ପାଳି ଖୋଲିଛନ୍ତି । ସେହିପରି ଯୁବ କ୍ରିକେଟର ମୁକେଶ କୁମାର ଅନ୍ତର୍ଜାତୀୟ ପଦାର୍ପଣ କରିବାର ସୁଯୋଗ ପାଇଛନ୍ତି । ସେହିପରି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଏହା ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇଛି ।

IND vs WI, 2nd Test
  • ୱେଷ୍ଟଇଣ୍ଡିଜ୍ ଏକାଦଶ: କ୍ରେଗ୍ ବ୍ରାଥୱାଇଟ୍ (ଅଧିନାୟକ), ତେଜାରାଇନ୍ ଚାଣ୍ଡରପାଲ୍, କିର୍କ ମ୍ୟାକେଙ୍କି, ଜେରମାଇନ୍ ବ୍ଲାକ୍ଉଡ୍, ଆଲିକ୍ ଆଥାନାଜ୍, ଜୋଶୁଆ ଡା ସିଲଭା (ୱିକେଟକିପର), ଜେସନ୍ ହୋଲ୍ଡର୍, ଅଲଜାରି ଜୋସେଫ୍, କେମାର ରୋଚ୍, ଜୋମେଲ ୱାରିକାନ୍, ଶାନନ୍ ଗାବ୍ରିଏଲ୍ ।
  • ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶ୍ୱସୀ ଜସୱାଲ, ଶୁଭମନ ଗିଲ, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ରବିନ୍ଦ୍ର ଜାଡେଜା, ଇଶାନ କିଶନ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଜୟଦେବ ଉନାଦକତ, ମୁକେଶ କୁମାର, ମହମ୍ମଦ ସିରାଜ ।

ଏହି ଟେଷ୍ଟ ସିରିଜରେ ବିଜୟ ସହ ଭାରତ ୧-୦ରେ ଆଗୁଆ ରହିଛି । ଡୋମିନିକାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଏବଂ ୧୪୧ ରନରେ ଜିତିଥିଲା । ତେଣୁ ଭାରତ ଦ୍ବିତୀୟ ମ୍ୟାଚ ଜିତି ସିରିଜ କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ମାତ୍ର ୪ ଦିନ ଭିତରେ ପ୍ରଥମ ମ୍ୟାଚ ହାରିଥିବା ଘରୋଇ ୱେଷ୍ଟଇଣ୍ଡିଜ୍ ପାଇଁ ଏହି ମ୍ୟାଚ ନିଶ୍ଚିତ ଏକ ଆହ୍ବାନ ପରି ହେବ ।

୧୦୦ତମ ଟେଷ୍ଟ

ଭାରତ ଏବଂ ୱେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୯୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୱେଷ୍ଟଇଣ୍ଡିଜ ୩୦ ଏବଂ ଭାରତ ୨୩ଟି ଜିତିଛି । ୪୬ ଟେଷ୍ଟ ମ୍ୟାଚ ଡ୍ର ହୋଇଛ । ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ବିଗତ ୨୧ ବର୍ଷ ଭିତରେ ଗୋଟିଏ ବି ମ୍ୟାଚ ଜିତି ନାହିଁ । ୨୦୦୨ରେ ଭାରତକୁ ୱେଷ୍ଟଇଣ୍ଡିଜ୍ ଶେଷ ଥର ପାଇଁ ହରାଇଥିଲା । ଏହା ପରଠାରୁ ଉଭୟ ଦଳ ୨୪ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୫ଟି ଜିତି ଅବଶିଷ୍ଟ ୯ଟିକୁ ଅମୀମାଂସିତ ରଖିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+