ରୋହିତଙ୍କ 'ବିରାଟ' ରେକର୍ଡ, ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ କଲେ ଏମିତି କାରନାମା
ପୋର୍ଟ ଅଫ୍ ସ୍ପେନ୍: ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଗତକାଲି (ଗୁରୁବାର)ଠୁ ଆରମ୍ଭ ହୋଇଯାଇଛି । ତ୍ରିନିଦାଦରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି ।
ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟସ ହାରିବା ପରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଏକ ଭଲ ଆରମ୍ଭ କରିଛି । ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଭଲ ସ୍ଥିତିରେ ରହିଛି । ପ୍ରଥମ ଦିନ ଖେଳ ଶେଷ ହେବା ବେଳକୁ ଭାରତୀୟ ଦଳ ୪ ୱିକେଟ୍ ହରାଇ ୨୮୮ ରନ୍ ସଂଗ୍ରହ କରିଛି । ବିରାଟ କୋହଲି ୮୭ ଏବଂ ରବିନ୍ଦ୍ର ଜାଡେଜା ୩୬ ରନ୍ରେ ଅପରାଜିତ ଅଛନ୍ତି ।

ରୋହିତଙ୍କ 'ବିରାଟ' ରେକର୍ଡ
ଏଥି ସହିତ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ରୋହତି ଶର୍ମା ଟେଷ୍ଟରେ ଓପନର ଭାବେ ୨ ହଜାର ରନ୍ ପୂରଣ କରିଛନ୍ତି । ଏମିତି କରିବାରେ ରୋହିତ ଶର୍ମା ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ । ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଥିଲେ ।
ରୋହିତ ଏକ ଓପନର୍ ଭାବରେ ୨ ହଜାର ଟେଷ୍ଟ ରନ କରିଛନ୍ତି। ସେ ୪୦ଟି ଇନିଂସରେ ଏହି ରନ୍ ପୂରଣ କରିଥିଲେ। ଓପନର୍ ଭାବରେ ଅଳ୍ପ ଇନିଂସରେ ୨ ହଜାର ଟେଷ୍ଟ ରନ ପୂରଣ କରିବା ଦୃଷ୍ଟିରୁ ରୋହିତ ଭାରତୀୟ ଖେଳାଳି ତାଲିକାରେ ଦ୍ୱିତୀୟ ନମ୍ବରରେ ପହଞ୍ଚିଛନ୍ତି। ସେ ସୁନୀଲ ଗାଭାସ୍କର ଏବଂ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇଛନ୍ତି। ଗାଭାସ୍କର ୪୩ ଇନିଂସରେ ଏହି ସ୍ଥାନ ହାସଲ କରିଥିଲେ। ଗମ୍ଭୀର ମଧ୍ୟ ୪୩ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ସେହ୍ବାଗ ଏହି ପ୍ରସଙ୍ଗରେ ଶୀର୍ଷରେ ଅଛନ୍ତି। ସେ ୩୯ ଇନିଂସରେ ୨ ହଜାର ଟେଷ୍ଟ ରନ ସ୍କୋର କରିଥିଲେ।
୧୦୦ତମ ଟେଷ୍ଟ
ତେବେ ଉଭୟ ଟିମ୍ ମଧ୍ୟରେ ୨ୟ ଟେଷ୍ଟ ଐତିହାସିକ ହୋଇଛି । ପରସ୍ପର ବିପକ୍ଷରେ କାରଣ ୧୦୦ ତମ ଟେଷ୍ଟ ଖେଳୁଛନ୍ତି ଉଭୟ ଟିମ୍ । ମ୍ୟାଚ ପୂର୍ବରୁ ଦୁଇ ଦଳର ଅଧିନାୟକଙ୍କୁ ସ୍ମରଣୀକା ପ୍ରଦାନ କରାଯାଇଥିଲା । ଶତକୀୟ ଟେଷ୍ଟରେ ରୋହିତ ଶର୍ମାଙ୍କୁ ଲାରା ସ୍ମାରକୀ ପ୍ରଦାନ କରିଥିଲେ । ମୈଦାନକୁ ଓହ୍ଲାଇବା ପୂର୍ବରୁ ଦୁଇ ଦଳ ଖେଳାଳି କୋଚ ଏକାଠି ଫଟୋ ଉଠାଇଥିଲେ ।
ଭାରତ ଏବଂ ୱେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୯୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୱେଷ୍ଟଇଣ୍ଡିଜ ୩୦ ଏବଂ ଭାରତ ୨୩ଟି ଜିତିଛି । ୪୬ ଟେଷ୍ଟ ମ୍ୟାଚ ଡ୍ର ହୋଇଛ । ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ବିଗତ ୨୧ ବର୍ଷ ଭିତରେ ଗୋଟିଏ ବି ମ୍ୟାଚ ଜିତି ନାହିଁ । ୨୦୦୨ରେ ଭାରତକୁ ୱେଷ୍ଟଇଣ୍ଡିଜ୍ ଶେଷ ଥର ପାଇଁ ହରାଇଥିଲା । ଏହା ପରଠାରୁ ଉଭୟ ଦଳ ୨୪ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୫ଟି ଜିତି ଅବଶିଷ୍ଟ ୯ଟିକୁ ଅମୀମାଂସିତ ରଖିଛି ।












Click it and Unblock the Notifications