Get Updates
Get notified of breaking news, exclusive insights, and must-see stories!

ଦ୍ବିତୀୟ ଟେଷ୍ଟ: ଦୃଢ ସ୍ଥିତିରେ ଭାରତ , 'ବିରାଟ' ରେକର୍ଡ କଲେ କୋହଲି

IND vs WI, 2nd Test: ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଗତକାଲି (ଗୁରୁବାର)ଠୁ ଆରମ୍ଭ ହୋଇଯାଇଛି । ତ୍ରିନିଦାଦରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି ।

ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ଦଳ । ଫଳରେ ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଭାରତ ଭଲ ପ୍ରଦର୍ଶନ କରିଛି । ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଭଲ ସ୍ଥିତିରେ ରହିଛି । ପ୍ରଥମ ଦିନ ଖେଲ ଶେଷ ହେବା ବେଳକୁ ଭାରତୀୟ ଦଳ ୪ ୱିକେଟ୍‌ ହରାଇ ୨୮୮ ରନ୍‌ ସଂଗ୍ରହ କରିଛି । ବିରାଟ କୋହଲି ୮୭ ଏବଂ ରବିନ୍ଦ୍ର ଜାଡେଜା ୩୬ ରନ୍‌ରେ ଅପରାଜିତ ଅଛନ୍ତି ।

IND vs WI, 2nd Test

ରୋହିତ ଶର୍ମା (୮୦ ରନ) ଓ ଯଶସ୍ବୀ ଜୟସ୍ବାଲ (୫୭ ରନ) ଭାରତକୁ ଭଲ ଆରମ୍ଭ ଦେଇଥିଲେ । ଉଭୟେ ଓପନିଂ ପାର୍ଟନରଶିପ୍‌ରେ ୧୩୯ ରନ ଯୋଗ କରିଥିଲେ । ଜୟସ୍ବାଲଙ୍କୁ ଜାସନ ହୋଲ୍ଡର କିର୍କ ମାକେଞ୍ଜିଙ୍କ ଦ୍ୱାରା କ୍ୟାଚ ଆଉଟ କରିଦେବାରୁ ଏହି ପାର୍ଟନରଶିପ୍‌ ଭାଙ୍ଗିଯାଇଥିଲା। ଗୋଟିଏ ସିରିଜରେ ଓପନିଂ ପାର୍ଟନରଶିପରେ କ୍ରମାଗତ ଶତକୀୟ ଭାଗୀଦାରି କରିବାରେ ରୋହିତ ଓ ଜୟସ୍ବାଲ ଦ୍ୱିତୀୟ ଭାରତୀୟ ଯୋଡ଼ି ବିବେଚିତ ହୋଇଛନ୍ତି । ପରେ ଭାରତର କେତୋଟି ଉଇକେଟ ଶୀଘ୍ର ପତନ ଘଟିଥିଲା ।

ଜୟସ୍ବାଲଙ୍କ ପରେ ରୋହିତଙ୍କ ସହ ଯୋଗ ଦେଇଥିବା ଶୁବମନ ଗିଲ୍‌ ମାତ୍ର ୧୦ ରନ କରିଥିବାବେଳେ କେମର ରୋଚ୍‌ଙ୍କ ବଲ୍‌ରେ ଜୋଶୁଆ ଡା'ସିଲ୍‌ଭାଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ । ରୋହିତ ଶର୍ମାଙ୍କୁ ଜୋମେଲ ଓ୍ବାରିକାନ ବୋଲ୍ଡ କରିଦେଇଥିଲେ ।

୫୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଲେ କୋହଲି

ଚା'ପାନ ବିରତି ବେଳକୁ ଭାରତ ଅଜିଙ୍କ୍ୟ ରାହାନେଙ୍କ ଉଇକେଟ ହରାଇଥିଲା । ରାହାନେ ୩୬ଟି ବଲ୍‌ ସାମ୍ନା କରି ମାତ୍ର ୮ ରନ କରିଥିଲେ । ଏବେ ବିରାଟ କୋହଲି ଓ ଜାଡେଜା ବ୍ୟାଟିଂ ଜାରି ରଖିଛନ୍ତି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିବା ସହ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ କ୍ୟାରିଅରର ୫୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ୧୦ମ ଖେଳାଳି ହୋଇଛନ୍ତି । ଏହି ସଫଳତା ପାଇବାରେ ସେ ୪ ଜଣ ଭାରତୀୟଙ୍କ ସମେତ ୧୦ମ ଖେଳାଳି ହୋଇଛନ୍ତି । ୧୧୧ ତମ ଟେଷ୍ଟ ପଦାର୍ପଣ କରିଥିବା ସହ 274 ଦିନିକିଆ ଓ ୧୧୫ଟି ଟି-ଟ୍ବେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+