ପ୍ରଥମ ଟି-20: ରୋହିତ ଶର୍ମାଙ୍କୁ ପରାମର୍ଶ ଦେଉଛନ୍ତି ବିରାଟ କୋହଲି, ଭିଡିଓ ଭାଇରାଲ୍
ଟି-20 ମ୍ୟାଚରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ଜଡିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ, ଉଭୟ DRS ନେବା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ: ଓପନର ରୋହିତ ଶର୍ମାଙ୍କ ଅଧିନାୟକତ୍ୱାଧିନ ଟିମ୍ ଇଣ୍ଡିଆ ସିରିଜର ପ୍ରଥମ ଟି-20 ରେ ୱେଷ୍ଟଇଣ୍ଡିଜ୍ ( ଭାରତ ବନାମ ଡବ୍ଲୁଇ) କୁ 6 ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ କ୍ରିକେଟ୍ ଦଳ 3 ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି । କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟି-20 ମ୍ୟାଚରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ଜଡିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ, ଉଭୟ DRS ନେବା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି ।

ସିରିଜର ଏହି ପ୍ରଥମ ଟି-20 ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ୱେଷ୍ଟଇଣ୍ଡିଜ୍ 7 ୱିକେଟ୍ ହରାଇ 20 ଓଭରରେ 157 ରନ୍ ସଂଗ୍ରହ କରିଥିଲା । ଏହା ପରେ ଭାରତ 4 ଟି ୱିକେଟ୍ ହରାଇ ଟାର୍ଗେଟ ହାସଲ କରି ନେଇଥିଲା । ପ୍ରଥମ ୱିକେଟ୍ ପାଇଁ ରୋହିତ ଏବଂ ଇଶାନ୍ କିଶନ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ଏଥି ସହିତ ସ୍ପିନର ରବି ବିଷ୍ଣୋଇ 17 ରନ୍ ପାଇଁ 2 ୱିକେଟ୍ ନେଇଥିଲେ। ହର୍ଷଲ ପଟେଲଙ୍କୁ ମଧ୍ୟ 2 ୱିକେଟ୍ ମିଳିଛି। ରବିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ ପୁରଷ୍କୃତ କରାଯାଇଥିଲା।
— Maqbool (@im_maqbool) February 16, 2022
ଏହି ମ୍ୟାଚରେ ରୋହିତ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ DRS ନେବା ପାଇଁ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଷ୍ଟମ୍ପ ମାଇକ୍ ଦ୍ୱାରା ରେକଡିଂ ହୋଇଥିବା ଦୁଇ ଜଣଙ୍କର ବାର୍ତ୍ତାଳାପ ଏବେ ଭାଇରାଲ ହେବାରେ ଲାଗିଛି । ୱେଷ୍ଟଇଣ୍ଡିଜ ଇନିଂସର ଅଷ୍ଟମ ଓଭରର ବିଷୟ। ରବି ବିଷ୍ଣୋଇ ବଲରେ ରୋଷ୍ଟନ୍ ଚେଜଙ୍କ ବିରୋଧରେ ଭାରତୀୟ ଫିଲ୍ଡର ମାନେ ଆଉଟର ଆବେଦନ କରିଥିଲେ। ବଲଟି ଲେଗ୍-ଷ୍ଟମ୍ପ୍ ବାହାରେ ଥିଲା ଏବଂ ଭାରତର ଫିଲ୍ଡରମାନେ ଦାବି କରୁଥିଲେ ଯେ ବଲ୍ ଚେଜ୍ ବ୍ୟାଟର ଧାରକୁ ଲାଗି ଋଷଭ ପନ୍ତଙ୍କ ହାତକୁ ଯାଇଥିଲା । କିନ୍ତୁ ଅମ୍ପାୟର ଏହାକୁ ୱାଇଡ୍ ଘୋଷଣା କରିଥିଲେ ।
କ୍ୟାପଟେନ ରୋହିତ ଲେଗ ସାଇଡରେ ଫିଲ୍ଡିଂ କରୁଥିଲେ। ସମୀକ୍ଷା ପାଇଁ ସେ ଅନ୍ୟ ଖେଳାଳିଙ୍କଠାରୁ ପରାମର୍ଶ ଲୋଡିଥିଲେ। ବିରାଟ କୋହଲି ମଧ୍ୟ ତୁରନ୍ତ ସେଠାକୁ ଆସିଥିଲେ। ତେବେ ୱାଇଡ ପାଇଁ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ରୋହିତ ପ୍ରଶ୍ନ କରିଥିଲେ । ସେ କହିଥିଲେ- କେଉଁଠାରେ ଏହା ୱାଇଡ ଜାଣପଡୁଛି । ଏହି ସମୟରେ ବିରାଟ କୋହଲି ରୋହିତଙ୍କୁ କହିବାକୁ ଲାଗିଲେ ଯେ, 2ଟି ସାଉଣ୍ଡ ଆସିଛି, ମୁଁ କହୁଛି, DRS ନିଅ । ରୋହିତ ବିରାଟଙ୍କ ସହ ସହମତ ହୋଇଥିଲେ ଏବଂ DRS ନେବାକୁ ନିଷ୍ପତ୍ତି ନେଇଥିଲେ। ଟିଭି ରିପ୍ଲାଏରେ ଦର୍ଶାଯାଥିଲା ଯେ, ଚେସଙ୍କ ପ୍ୟାଡରେ ବଲ୍ ଲାଗିବା ପରେ ୱିକେଟକିପରଙ୍କ ହାତକୁ ଯାଇଥିଲା । ଯେଉଁଥିପାଇଁ ତାଙ୍କୁ ଆଉଟ୍ ଦିଆଯାଇ ନଥିଲା।
ଅବଶ୍ୟ, ରୋଷ୍ଟନ୍ ଚେଜ୍ 4ରନ କରି ରବି ବିଷ୍ଣୋଇଙ୍କ ଶିକାର ହୋଇଥିଲେ। ରବିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଏହା ପ୍ରଥମ ୱିକେଟ୍ ଥିଲା । ୱେଷ୍ଟଇଣ୍ଡିଜ୍ ପାଇଁ ଏହି ମ୍ୟାଚ୍ରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରାନ୍ ସର୍ବାଧିକ 61 ରନ୍ ସଂଗ୍ରହ କରିଥିଲେ। ନିକୋଲାସ ତାଙ୍କ 43 ବଲ ଇନିଂସରେ 4 ଚୌକା ଓ 5 ଛକା ମାରିଥିଲେ। ସେ କାଇଲ୍ ମେୟରଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ 47 ରନ୍ ଯୋଡିଥିଲେ। ମେୟର 7 ଚୌକା ସହାୟତାରେ 24 ବଲରେ 31 ରନ୍ ସଂଗ୍ରହ କରିଥିଲେ ।












Click it and Unblock the Notifications