ପ୍ରଥମ ଟି-20: ପ୍ରଥମେ ବୋଲିଂ କରିବ ଭାରତ, ଡେବ୍ୟୁ କଲେ ବିଷ୍ଣୋଇ
ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯାଉଥିବା 3 ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି-20 ମ୍ୟାଚରେ ୱେଷ୍ଟଇଣ୍ଡିଜ୍ (ଭାରତ ବନାମ ୱେଷ୍ଟଇଣ୍ଡିଜ) ବିପକ୍ଷରେ ପ୍ରଥମେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
କୋଲକାତା: ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯାଉଥିବା 3 ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି-20 ମ୍ୟାଚରେ ୱେଷ୍ଟଇଣ୍ଡିଜ୍ (ଭାରତ ବନାମ ୱେଷ୍ଟଇଣ୍ଡିଜ) ବିପକ୍ଷରେ ପ୍ରଥମେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅଣ୍ଡର-19 ଷ୍ଟାର ରବି ବିଷ୍ଣୋଇ ଏହି ମ୍ୟାଚ ମାଧ୍ୟମରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରୁଛନ୍ତି । ବିଷ୍ଣୋଇଙ୍କୁ ୟୁଜବେନ୍ଦ୍ର ଚହଲ ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିଲେ।

ଏହାପୂର୍ବରୁ ଅହମ୍ମଦାବାଦରେ ଖେଳାଯାଇଥିବା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୱେଷ୍ଟଇଣ୍ଡିକୁ 3-0ରେ ପରାସ୍ତ କରିଥିଲା । ଉଭୟ ଦଳ ଏପର୍ଯ୍ୟନ୍ତ ଟି -20 ରେ 17 ଥର ଭେଟିଛନ୍ତି । ଯେଉଁଥିରେ ଟିମ୍ ଇଣ୍ଡିଆ 10 ଟି ମ୍ୟାଚରେ ଜିତିଛି ଏବଂ 6 ଟି ମ୍ୟାଚରେ ହାରିଛି । ଗୋଟିଏ ମ୍ୟାଚ୍ ଅମିମାଂସିତ ରହିଛି ।
- ଭାରତ ଏକାଦଶ: ଇଶାନ କିଷନ, ରୋହିତ ଶର୍ମା (କ୍ୟାପଟେନ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ହର୍ଷଲ ପଟେଲ, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ।
- ୱେଷ୍ଟଇଣ୍ଡିଜ ଏକାଦଶ: ବ୍ରେଣ୍ଡନ୍ କିଙ୍ଗ, କାଇଲ୍ ମାୟର୍ସ, ନିକୋଲାସ୍ ପୁରନ୍, ରୋଭମାନ ପାୱେଲ, କିରନ୍ ପୋଲାର୍ଡ (ଅଧିନାୟକ), ରୋଷ୍ଟନ୍ ଚେଜ୍, ରୋମାରିଓ ଶେଫର୍, ଆକିଲ୍ ହୋସେନ୍, ଓଡିଆନ୍ ସ୍ମିଥ୍, ଫାବିଆନ୍ ଆଲେନ୍, ଶେଲଡନ୍ କଟ୍ରେଲ ।












Click it and Unblock the Notifications