ପ୍ରଥମ ଦିନିକିଆରେ କୁଲଦୀପ-ଜାଡେଜାଙ୍କ ସ୍ପିନ୍ ଯାଦୁ, ୧୧୪ ରନରେ ଅଲଆଉଟ୍ ହେଲା ଇଣ୍ଡିଜ୍
IND vs WI 1st ODI: ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବାରବାଡୋସର କେନିଙ୍ଗଟନ୍ ଓଭାଲରେ ଆରମ୍ଭ ହୋଇଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ନିଷ୍ପତ୍ତିକୁ ସତ ସାବ୍ୟସ୍ତ କରିଥିଲେ ଭାରତର ଦୁଇ ସ୍ପିନ୍ ଯାଦୁଗର କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ।

ଉଭୟଙ୍କ ସ୍ପିନ୍ ମାୟାଜାଲରେ ଫସିଗଲା ଘରୋଇ ଇଣ୍ଡିଜ୍ ଦଳ । ମାତ୍ର ୧୧୪ ରନରେ ଅଲଆଉଟ୍ ହୋଇଛି କାରବିଆନ ଟିମ୍ । ଭାରତ ପକ୍ଷରୁ
କୁଳଦୀପ ୪ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ସଫଳତା ପାଇଛନ୍ତି । ସେହିପରି ଶାର୍ଦ୍ଦୁଲ ଠାକୁର, ମୁକେଶ କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ବୋଲର ମୁକେଶ କୁମାରଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିବା ବେଳେ ଇଶାନ କିଶନ ୱିକେଟକିପର ଭାବେ ଖେଳୁଛନ୍ତି ।
ତେବେ ୫୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ମାତ୍ର ୨୩ ଓଭର ହିଁ ଖେଳି ପାରିଛି । ଦଳ ପକ୍ଷରୁ ଅଧିନାୟକ ସାଇ ହୋପ୍ ସର୍ବାଧିକ ୪୩ ରନ କରିଥିବା ବେଳେ ଆଲିକ୍ ଆଥାନାଜେ ୨୨ରନ କରିଛନ୍ତି । ଭାରତ ଆଗରେ ୧୧୫ରନର ବିଜୟ ଲକ୍ଷ୍ୟ ରହିଛି ।












Click it and Unblock the Notifications