IND vs SL: ସଚିନଙ୍କ ଏହି ରେକର୍ଡ ଭାଙ୍ଗିଲେ ବିରାଟ କୋହଲି
ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ସଚିନଙ୍କ ଏହି ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ଆଜି ମ୍ୟାଚରେ ଭାରତୀୟ ରନ ମେସିନ ବିରାଟ ଦିନିକିଆ କ୍ୟାରିୟରର ୪୫ ତମ ଶତକ ହାସଲ କରିଛନ୍ତି ।
ଗୌହାଟୀ: ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ସଚିନଙ୍କ ଏହି ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ଆଜି ମ୍ୟାଚରେ ଭାରତୀୟ ରନ ମେସିନ ବିରାଟ ଦିନିକିଆ କ୍ୟାରିୟରର ୪୫ ତମ ଶତକ ହାସଲ କରିଛନ୍ତି । ଏହି ସମୟରେ ବିରାଟ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡର ସମକକ୍ଷ ହୋଇଥିବା ବେଳେ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି । ନଭେମ୍ବର ୨୦୧୯ ଠାରୁ ଘରୋଇ ମୈଦାନରେ ବିରାଟ କୋହଲିଙ୍କ ଏହା ପ୍ରଥମ ଶତକ । ଏଥି ସହିତ ଏହା ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ୭୩ ତମ ଶତକ ।

ତେବେ ଉଭୟ ସଚିନ ଓ ବିରାଟ ଘରୋଇ ମାଟିରେ ସର୍ବାଧିକ ୨୦ଟି ଲେଖାଏ ଶତକ ହାସଲ କରିଛନ୍ତି । ଏମାନଙ୍କ ପଛକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୧୩ ଶତକ ସହ ରହିଛନ୍ତି । ସେ ୧୫୩ଟି ମ୍ୟାଚ ଘରୋଇ ମାଟିରେ ଖେଳି ୧୩ ଶତକ ହାସଲ କରିଥିଲେ। ସଚିନ ୧୬୪ ମ୍ୟାଚ୍ ଖେଳି ଘରୋଇ ମାଟିରେ ୨୦ତମ ଶତକ ହାସଲ କରିଥିଲେ। କିନ୍ତୁ ବିରାଟ ୧୦୧ ମ୍ୟାଚ ଖେଳି ତାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ନବମ ଶତକ ହାସଲ କରିଛନ୍ତି । ଏହି ତାଲିକାରେ ସେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି । କାରଣ ସଚିନ୍ ଶ୍ରୀଲଙ୍କା ବିପକ୍ଷରେ ଆଠଟି ଶତକ ହାସିଲ କରିଛନ୍ତି ।
ତେବେ ଗୋଟିଏ ଦଳ ବିପକ୍ଷରେ ଦିନିକିଆରେ ସର୍ବାଧିକ ଶତକ ହାସଲ କରିବାରେ ସଚିନଙ୍କ ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଅଛି । ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ୯ ଶତକ ଲଗାଇଛନ୍ତି । ଏଥି ସହିତ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ନଅଟି ଶତକ ଲଗାଇଛନ୍ତି । ସେହିପରି କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ସମାନ ୯ଟି ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିରୋଧରେ ତାଙ୍କ ଶତକ ସଂଖ୍ୟା ୮ ରହିଛି ।
ବିରାଟ ୨୦୧୯ ମାର୍ଚ୍ଚ ପରେ ଭାରତରେ ଶତକ ହାସଲ କରିଛନ୍ତି । ଶେଷଥର ପାଇଁ ୨୦୧୯ ମାର୍ଚ୍ଚ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବିରାଟଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ସେହିପରି ବିରାଟ ଦିନିକିଆରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଡିସେମ୍ବର ୧୦ ତାରିଖ ବାଂଲାଦେଶ ବିପକ୍ଷ ଦିନିକିଆରେ ମଧ୍ୟ ସେ ଶତକ ହାସଲ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାଂଲାଦେଶ ବିପକ୍ଷରେ ବିରାଟ ସମାନ ୧୧୩ ରନ କରିଥିଲେ। ଆଜି ବି ସେ ୧୨ଟି ଚୌକା ଓ ଗୋଟିଏ ଛକା ବଳରେ ୧୧୩ ରନ କରି ଆଉଟ ହୋଇଛନ୍ତି।












Click it and Unblock the Notifications