IND VS SL: ଲଜ୍ଜାଜନକ ରେକର୍ଡ ହାସଲ କଲା ଶ୍ରୀଲଙ୍କା; ସର୍ବାଧିକ ହାରିବାର କଳାଦାଗ
ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ କ୍ଲିନ୍ସୁଇପ୍ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଲଗାତାର ଭାବରେ ୩ ଟି ମ୍ୟାଚ ଜିତି ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ ଉପରେ କବ୍ଚା କରିଛି । ଏହାସହ ଶ୍ରୀଲଙ୍କା କ୍ରିକେଟ ଦଳ ନାଁରେ ସର୍ବାଧିକ ପରାସ୍ତର କଳଙ୍କ ଲାଗିଛି । ଏହି ସିରିଜ ତୃତୀୟ ମ୍ୟାଚ ସୁପର ଓଭର ପର୍ଯ୍ୟନ୍ତ ଚାଲିଯାଇଥିଲା । ଯେଉଁଥିରେ 'ମେନ ଇନ ବ୍ଲୁ' ବାଜିମାତ କରିଛି । ଏହି ପରାଜୟ ସହିତ ଶ୍ରୀଲଙ୍କାକୁ 'ପରାଜୟର' କଳା ଦାଗ ଲାଗଛି ।
ଭାରତ ବିପକ୍ଷ ତୃତୀୟ ଟି-୨୦ ହରାଇବା ପରେ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଅଧିକ ମ୍ୟାଚ୍ ପରାଜୟବରଣ କରିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ ପୂର୍ବରୁ ଏହି ଲଜ୍ଜାଜନକ ରେକର୍ଡ ବାଂଲାଦେଶ ନାମରେ ରେକର୍ଡ କରାଯାଇଥିଲା। ଏହା ବର୍ତ୍ତମାନ ଶ୍ରୀଲଙ୍କା ନାମରେ ହୋଇଛି। ଅନ୍ତର୍ଜାତୀୟ ଟି-୨୦ରେ ଶ୍ରୀଲଙ୍କା ସର୍ବାଧିକ ୧୦୫ ମ୍ୟାଚ ହାରିଛି। ଏହି ତାଲିକାରେ ବାଂଲାଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ବାଂଲାଦେଶ ୧୦୪ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି ।
- ୧୦୫ ପରାଜୟ - ଶ୍ରୀଲଙ୍କା

- ୧୦୪ ପରାଜୟ - ବାଂଲାଦେଶ
- ୧୦୧ ପରାଜୟ - ୱେଷ୍ଟଇଣ୍ଡିଜ
- ୯୯ ପରାଜୟ - ଜିମ୍ବାୱେ
- ୯୯ ପରାଜୟ - ନ୍ୟୁଜିଲାଣ୍ଡ
ଭାରତ ଶ୍ରୀଲଙ୍କା ବିପକ୍ଷରେ ନିଜର ୨୨ ତମ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ ଜିତିଛି । ଏହି ଫର୍ମାଟରେ ଟିମ୍ ଇଣ୍ଡିଆ ନିଜର ସର୍ବାଧିକ ବିଜୟ ଶ୍ରୀଲଙ୍କା ବିପକ୍ଷରେ ହିଁ ପାଇଛି । ସେପଟେ କୌଣସି ଟିମ୍ ବିପକ୍ଷରେ ସର୍ବାଧିକ ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ ଜିତିବାର ରେକର୍ଡ ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ରହିଛି । ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ମୋଟ ୨୩ ଟି ଟ୍ୱେଣ୍ଟି- ଟ୍ୱେଣ୍ଟି ମ୍ୟାଚ ଜିତିଛି ।
- ଟ୍ୱେଣ୍ଟି-ଟ୍ୱେଣ୍ଟ ଅନ୍ତର୍ଜାତୀୟରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ବିଜୟ ( ସୁପର ଓଭର ସହିତ)
- ୨୩ ବିଜୟ- ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ (୪୪ ମ୍ୟାଚ)
- ୨୨ ବିଜୟ- ଭାରତ ବନାମ ଶ୍ରୀଲଙ୍କା (୩୨ ମ୍ୟାଚ)
- ୨୧ ବିଜୟ- ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ (୩୧ ମ୍ୟାଚ)
- ୨୦ ବିଜୟ - ଭାରତ ବନାମ ଅଷ୍ଟ୍ରେଲିଆ (୩୨ ମ୍ୟାଚ )












Click it and Unblock the Notifications