Get Updates
Get notified of breaking news, exclusive insights, and must-see stories!

IND vs SL: କିଏ ଏହି ଖଳନାୟକ ? ସଚିନଙ୍କ ପରି ହେଲା ଜାଡ଼େଜାଙ୍କ ସ୍ଥିତି

ଶ୍ରୀଲଙ୍କା (ଭାରତ ବନାମ ଶ୍ରୀଲଙ୍କା) ବିପକ୍ଷରେ ମୋହାଲି ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ 574 ରେ ପ୍ରଥମ ଇନିଂସ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତାଙ୍କ କ୍ୟାରିୟରର ସର୍ବୋତ୍ତମ ଇନିଂସ ଖେଳିଛନ୍ତି ।

ମୋହାଲି: ଶ୍ରୀଲଙ୍କା (ଭାରତ ବନାମ ଶ୍ରୀଲଙ୍କା) ବିପକ୍ଷରେ ମୋହାଲି ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ 574 ରେ ପ୍ରଥମ ଇନିଂସ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତାଙ୍କ କ୍ୟାରିୟରର ସର୍ବୋତ୍ତମ ଇନିଂସ ଖେଳିଛନ୍ତି । ଜାଡେଜା 228 ବଲରୁ ଅପରାଜିତ 175 ରନ୍ କରିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍ 228 ବଲରେ 17ଟି ଚୌକା ଓ 3ଟି ଛକା ମାରିଥିଲେ । ଶନିବାର ଦିନ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ (PCA) ଷ୍ଟାଡିୟମରେ ଜାଡେଜା ପ୍ରାଧାନ୍ୟ ବିସ୍ତାର କରିଥିଲେ।

IND vs SL

ଅନ୍ୟପଟେ ରବିଚନ୍ଦ୍ରନ୍ ଅଶ୍ୱିନ୍ 82ଟି ବଲରେ 61 ରନ୍ ସଂଗ୍ରହ କରିଥିଲେ। 20 ରନ୍ ସ୍କୋର କରି ଶାମି ଅପରାଜିତ ରହିଥିଲେ। ଜାଡେଜା ଯେପରି ବ୍ୟାଟିଂ କରୁଥିଲେ, ତାଙ୍କ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିବାକୁ ତାଙ୍କୁ ଆଉ କିଛି ସମୟ ଲାଗିଥାନ୍ତା । କିନ୍ତୁ ତାହା ହୋଇ ନଥିଲା ।

ଯେତେବେଳେ ଜାଡେଜା ଧୀରେ ଧୀରେ ଦ୍ୱିଶତକ ଆଡକୁ ଗତି କରୁଥିଲେ, ସେତେବେଳେ ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ। ଏହା ପରେ ଚା 'ବ୍ରେକ୍ ମଧ୍ୟ ନିଆଯାଇଥିଲା । ରୋହିତଙ୍କ ଇନିଂସ ଘୋଷଣା କରିବାର ସମୟ ଉପରେ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ରୋହିତଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ପ୍ରଶଂସକମାନେ କହିଛନ୍ତି ଯେ, ଦ୍ବିଶତକ ହାସଲ କରିବା ପାଇଁ ଜାଡେଜାଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା, କିନ୍ତୁ କୋଚ୍ ଏବଂ ଅଧିନାୟକ ଏହାକୁ ସମାପ୍ତ କରିବାକୁ ଦେଇନଥିଲେ।

2004ର ସଚିନଙ୍କ ସହ ସମାନ ଘଟଣା ଘଟିଥିଲା

ଯେତେବେଳେ ଟିମ୍ ଇଣ୍ଡିଆ ଦ୍ରାବିଡଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଗସ୍ତରେ ଥିଲା । ସେହି ସମୟରେ ସଚିନ ତେନ୍ଦୁଲକର ମୁଲତାନ ଟେଷ୍ଟ ମ୍ୟାଚରେ 194 ରନରେ ବ୍ୟାଟିଂ କରୁଥିଲେ । ତେବେ ସେତେବେଳେ ଦ୍ରାବିଡ ଇନିଂସ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଦ୍ରାବିଡ ସେହି ସମୟରେ ଅଧିନାୟକ ଥିଲେ ଏବଂ ବର୍ତ୍ତମାନ କୋଚ ଭୂମିକାରେ ଅଛନ୍ତି।

ତେବେ ଜଣେ ଟ୍ବିଟର ବ୍ଯବହାରକାରୀ ଲେଖିଛନ୍ତି, ଯଦି ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରୋହିତ କିମ୍ବା ବିରାଟ କୋହଲି ରହିଥାନ୍ତେ, ତେବେ କଣ ଇନିଂସ ଘୋଷଣା ହୋଇଥାନ୍ତା ? ରବିନ୍ଦ୍ର ଜାଡେଜା ଏକ ଦ୍ୱଶତକର ହକଦାର ଥିଲେ।

ଅନ୍ତର୍ଜାତୀୟ କ୍ରିକେଟରେ 5000 ରନ୍ ଏବଂ 400 ୱିକେଟ୍ ନେଇଥିବା ଜାଡେଜା ଭାରତର ଦ୍ୱିତୀୟ କ୍ରିକେଟର ଅଟନ୍ତି। ଏହାପୂର୍ବରୁ ଏହି ରେକର୍ଡ ପୂର୍ବତନ ଅଧିନାୟକ କପିଲ ଦେବଙ୍କ ନାମରେ ଥିଲା। କପିଲ ଦେବ ଭାରତ ପାଇଁ 356 ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ 9031 ରନ୍ ବାହାରିଥିଲା ​। ଏହା ବ୍ୟତୀତ କପିଲ 687 ୱିକେଟ୍ ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+