ଏସିଆ କପ୍ ଫାଇନାଲ: ପ୍ରଥମ ଭାରତୀୟ ବୋଲର ଭାବେ ଏହି ବଡ଼ ଶିକାର କଲେ ସିରାଜ୍
Asia Cup 2023, Final: ଚଳିତ ଏସିଆ କପ୍ ୨୦୨୩ର ଫାଇନାଲ ମ୍ୟାଚ୍ ଆଜି (ରବିବାର) ଖେଳା ଯାଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଯାହା ଏବେ ଡିଫେଣ୍ଡିଂ ଚାମ୍ପିଅନକୁ ଭାରି ପଡ଼ିଛି ।
ଭାରତୀୟ ଦୃତ ବୋଲର ମହମ୍ମଦ ସିରାଜ୍ ଶ୍ରୀଲଙ୍କାର ନିଷ୍ପତ୍ତିକୁ ଭୁଲ ବୋଲି ପ୍ରମାଣିତ କରିବା ସହ ଗୋଟିଏ ପରେ ଗୋଟିଏ ସିଂହଳ ଖେଳାଳିଙ୍କ ଶିକାର କରି ଚାଲିଛନ୍ତି ।
The historical over of Mohammad Siraj.....!!!
4 wickets in a single over. pic.twitter.com/aMd3cihLso
— Mufaddal Vohra (@mufaddal_vohra) September 17, 2023
ସିରାଜ ଗୋଟିଏ ଓଭରରେ ଚାରିଟି ୱିକେଟ୍ ନେଇ ଶ୍ରୀଲଙ୍କା ଦଳ ଦମ୍ଭ ଭାଙ୍ ଦେଇଛନ୍ତି । ଜସପ୍ରୀତ ବୁମରା ପ୍ରଥମ ଓଭରରେ ଦଳକୁ ପ୍ରଥମ ସଫଳତା ଦେଇଥିଲେ । ଏହା ପରେ ଚତୁର୍ଥ ଓଭରରେ ସିରାଜ ଗୋଟିଏ ଓଭରରେ ଚାରିଟି ୱିକେଟ୍ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।
ତେବେ ପ୍ରଥମ ଭାରତୀୟ ବୋଲର ଭାବେ ସେ ଗୋଟିଏ ଓଭରେ ଚାରୋଟି ୱିକେଟ୍ ଅକ୍ତିଆର କରିଛନ୍ତି ।
ସେହିପରି ସିରାଜଙ୍କ ନାମରେ ଯୋଡି ହୋଇଛି ଦୃତ ତମ 5 ୱିକେଟ୍ ହଲ୍ । ମହମ୍ମଦ ସିରାଜ ତିନି ଓଭରର ମନ୍ତ୍ରରେ 5 ୱିକେଟ୍ ନେଇ ନିଜର ଦିନିକିଆ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଦେଇଛନ୍ତି । ମାତ୍ର 16 ବୋଲ ବୋଲିଂ କରି 4 ରନ ବ୍ୟୟରେ 5 ୱିକେଟ୍ ହଲ୍ ଅକ୍ତିଆର କରିଛନ୍ତି ମହମ୍ମଦ ସିରାଜ୍ ।

ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେଏଲ୍ ରାହୁଲ୍, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୱାସିଂଟନ୍ ସୁନ୍ଦର, କୂଲଦୀପ ଯାଦବ, ମହମ୍ମଦ ସିରାଜ, ଜସପ୍ରୀତ୍ ବୁମରା ।
ଶ୍ରୀଲଙ୍କା ଏକାଦଶ: କୁଶଲ ପେରେରା, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ୍, ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜନ ଡି ସିଲ୍ଭା, ଡାସୁନ୍ ଶଣକା (ଅଧିନାୟକ), ଦୁନିଥ୍ ୱାଲ୍ଲାଲାଗେ, ଦୁସାନ୍ ହେମନ୍ଥ, ମଥିଶା ପତିରଣା, କାସୁନ ରଜିଥା ।












Click it and Unblock the Notifications