IND vs SL: ଶ୍ରୀଲଙ୍କା ବିରୋଧ ସିରିଜ୍ ପାଇଁ ଘୋଷଣା ହୋଇ ପାରୁନି ଟିମ୍ ଇଣ୍ଡିଆ
ଘୋଷଣା ହୋଇ ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ସ୍ଥଗିତ ରଖାଯାଇଛି । ମଙ୍ଗଳବାର ଦିନ ବିସିସିଆଇ ସମ୍ପାଦକ ଜୟ ଶାହ, ଚୟନ କମିଟି ଓ ନୂଆ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ ଭିଡ଼ିଓ କଲରେ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଅନେକ ଆଲୋଚନା ସ୍ଵତ୍ତେ ଦଳ ଘୋଷଣା ହୋଇପାରି ନଥିଲା ।
ବୁଧବାର ଦଳ ଘୋଷଣା କରିବାକୁ ଯୋଜନା କରାଯାଇଥିଲା । ହେଲେ ଏ ଯାଏଁ ଟିମ୍ ଇଣ୍ଡିଆ ଘୋଷଣା ହୋଇପାରିନି । ମାତ୍ର ଆଗାମୀ ଆଇସିସି ବାର୍ଷିକ ସମ୍ମିଳନୀକୁ ନଜରରେ ରଖି ଶୁକ୍ରବାର ପର୍ଯ୍ୟନ୍ତ ଦଳ ଘୋଷଣାକୁ ଘୁଞ୍ଚାଇ ଦିଆଯାଇଛି ।
୧୯ ତାରିଖରୁ ଶ୍ରୀଲଙ୍କାରେ ଆଇସିସି ବାର୍ଷିକ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଜୟ ଶାହଙ୍କୁ ଆଇସିସିର ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି ।

ସେହିପରି ଆଗାମୀ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର ମ୍ୟାଚ୍ ପାଇଁ ନିରପେକ୍ଷ ଭେନ୍ୟୁ ଚୂଡ଼ାନ୍ତ କରାଯାଇପାରେ । ଦଳ ଘୋଷଣା ହୋଇ ନଥିଲେ ହେଁ ଚୟନ କମିଟି ଓ ନୂଆ କୋଚ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭିନ୍ନ ଭିନ୍ନ ଦଳ ଚୟନ କରିସାରିଛନ୍ତି ।
କେବଳ ଘୋଷଣା ବାକି ରହିଥିବା କିଛି ରିପୋର୍ଟରୁ ଜଣା ପଡ଼ିଛି । ସୂର୍ଯ୍ୟକୁମାର ଯାଦବ ନୂଆ ଟି-ଟ୍ୱେଣ୍ଟି ଅଧିନାୟକ ନିଯୁକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରୋହିତ ଶର୍ମା ମଧ୍ୟ ଦିନିକିଆ ଦଳକୁ ଫେରିବା ଆଶା କରାଯାଉଛି । ତେବେ ଏ ଯାଏଁ ଟିମ୍ ଘୋଷଣା ହୋଇ ପାରିନି ।
ଜିମ୍ବାେଓ୍ଵ ପରେ ଭାରତୀୟ ଟିମ ଶ୍ରୀଲଙ୍କା ସହିତ ଦିନିକିଆ ଏବଂ ଟି୨୦ ସିରିଜ ଖେଳିବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସିରିଜ ଜୁଲାଇ ୨୬ ବଦଳରେ ଜୁଲାଇ ୨୭ରୁ ଆରମ୍ଭ ହେବ । ଏ ନେଇ ବିସିସିଆଲ ସୂଚନା ଦେଇଛି ।
ଜୁଲାଇ ୨୭ ତାରିଖରୁ ଟି୨୦ ସିରିଜ ଖେଳାଯିବ । ୩ଟି ମ୍ୟାଚ ବିଶିଷ୍ଟ ସିରିଜ ଜୁଲାଇ ୨୭ରୁ ଭାରତୀୟ ସମୟାନୁସାରେ ୭ଟାରେ ମ୍ୟାଚ ଖେଳାଯିବ । ଏହାପରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଦିନିକିଆ ମ୍ୟାଚ ୨ ଅଗଷ୍ଟରେ ଖେଳାଯିବ । ଏହି ସିରିଜର ମ୍ୟାଚ କଲମ୍ବୋରେ ଖେଳାଯିବ । ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ୨.୩୦ରୁ ଖେଳାଯିବ ।
ଭାରତ-ଶ୍ରୀଲଙ୍କା ଖେଳସୂଚୀ :
୨୭ ଜୁଲାଇ: ପ୍ରଥମ ଟି୨୦, ପଲ୍ଲେକେଲ
୨୮ ଜୁଲାଇ: ଦ୍ୱିତୀୟ ଟି୨୦, ପଲ୍ଲେକେଲ
୩୦ ଜୁଲାଇ : ତୃତୀୟ ଟି୨୦, ପଲ୍ଲେକେଲ
୨ ଅଗଷ୍ଟ: ପ୍ରଥମ ଦିନିକିଆ, କଲମ୍ବୋ
୪ ଅଗଷ୍ଟ : ଦ୍ୱିତୀୟ ଦିନିକିଆ, କଲମ୍ବୋ
୭ ଅଗଷ୍ଟ : ତୃତୀୟ ଦିନିକିଆ, କଲମ୍ବୋ












Click it and Unblock the Notifications