Get Updates
Get notified of breaking news, exclusive insights, and must-see stories!

IND vs SL: ୩୨ ରନରେ ଶ୍ରୀଲଙ୍କା ଠାରୁ ହାରିଲା ଭାରତ; ୧-୦ରେ ଆଗୁଆ ଶ୍ରୀଲଙ୍କା

୩୨ ରନରେ ଶ୍ରୀଲଙ୍କା ଠାରୁ ହାରିଲା ଭାରତ । ମାତ୍ର ୨୪୧ ରନ କରିପାରିଲେନି ଦଳ । ପ୍ରଥମ ଦିନିକିଆରେ ସୁଯୋଗ ହାତ ଛଡ଼ା କରି ମ୍ୟାଚ୍‌କୁ ଟାଇ କରିଥିବା ଭାରତ ଆଜି ୩୨ ରନରେ ଶ୍ରୀଲଙ୍କା ଠାରୁ ହାରିଛି ।

ଅଧିନାୟକ ରୋହିତ ଶର୍ମା ଏକାକୀ ଆରମ୍ଭରୁ ୪୪ ବଲରେ ୬୪ କରି ନେଲେ । ମଧ୍ୟଭାଗରେ ଅକ୍ଷର ପଟେଲ ୪୪ ଓ ଅନ୍ୟତମ ଓପନର ଶୁବମନ ଗିଲ ୩୫ ରନ ଇନିଂସ ଖେଳିଲେ । ତଥାପି ଟିମ ଇଣ୍ଡିଆ ଟାର୍ଗେଟକୁ ହାସଲ କରିପାରିଲା ନାହିଁ ।

ଶ୍ରୀଲଙ୍କା ଟିମ ଘରୋଇ ପରିବେଶରେ ଦମଦାର ପ୍ରଦର୍ଶନ କରି ୩ ଟିକିଆ ସିରିଜରେ ଏବେ ୧-୦ରେ ଆଗୁଆ ହୋଇଯାଇଛି । ସ୍ପିନ ଆଟାକକୁ ଭଲ ଖେଳୁଥିବା ଭାରତୀୟ ଟିମ ସେହି ସ୍ପିନ ଜାଲରେ ଫସି ୨୦୮ରେ ରନରେ ଅଲଆଉଟ ହୋଇଯାଇଛି । ଶ୍ରୀଲଙ୍କା ପକ୍ଷରୁ ଲେଗ ସ୍ପିନର ଜେଫ୍ରୀ ବନ୍ଦାରେସୟ ଏକାକୀ ୬ ୱିକେଟ ଦଖଲ କରି ଭାରତୀୟ ଲାଇନ ଅପକୁ ଛିନଛତ୍ର କରି ଦେଇଛନ୍ତି । ସେ ଭାରତର ପ୍ରଥମ ୬ଟି ୱିକେଟ ନେଇ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

IND vs SL

୨୪୧ ରନର ପିଛା କରୁଥିବା ଭାରତକୁ ରୋହିତ ଶର୍ମା ଓ ଗିଲ ଦମଦାର ଷ୍ଟାର୍ଟ ଦେଇଥିଲେ। ରୋହିତ ଶର୍ମା ଶ୍ରୀଲଙ୍କାର ସବୁ ବୋଲରଙ୍କୁ କଡ଼ା ପ୍ରହାର କରି ମାତ୍ର ୨୯ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ ମଧ୍ୟ ତାଙ୍କୁ ଭରପୂର ସାଥ ଦେଇଥିଲେ।

ଉଭୟ ୧୩.୩ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୯୭ରେ ମଧ୍ୟbପହଞ୍ଚାଇ ଦେଇଥିଲେ। କିନ୍ତୁ ରୋହିତ ୬୪ ରନରେ ଆଉଟ ହେବା ପରେ ଜେଫ୍ରୀ ଜଣଙ୍କ ପରେ ଜଣେ ଭାରତୀୟ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଗିଲ ୩୫, ବିରାଟ କୋହଲି ୧୪, ଶିବମ ଦୁବେ ଶୂନ, ଶ୍ରେୟସ ଆୟର ୭ ଓ କେଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ଜେଫ୍ରୀଙ୍କ ବଲରେ ଆଉଟ ହୋଇଥିଲେ। ୯୭ ରନରେ ପ୍ରଥମ ୱିକେଟ ହରାଇଥିବା ଭାରତ ୧୪୭ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା ।

ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ସ୍ଥିତି ସମ୍ଭାଳିଥିଲେ। ଏପରି କି ଉଭୟ ୭ମ ୱିକେଟ ପାଇଁ ୪୦ ରନ ଯୋଡ଼ିଥିଲେ । କିନ୍ତୁ ଅକ୍ଷର ପଟେଲଙ୍କୁ ୪୪ ରନରେ ଆଉଟ କରି ଶ୍ରୀଲଙ୍କାର ଅଧିନାୟକ ଚରିତ ଅସଲଙ୍କା ବିପର୍ଯ୍ୟୟ ସୃଷ୍ଟି କରିଥିଲେn। ସୁନ୍ଦର ମଧ୍ୟ ୧୫ ରନ କରି ଅସଲଙ୍କାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।

ଦଳୀୟ ସ୍କୋର ୧୯୦ ଥିବା ବେଳେ ସୁନ୍ଦର ଆଉଟ ହୋଇଯିବାରୁ ଭାରତର ବିଜୟ ଆଶା ସଂପୂର୍ଣ୍ଣ ଭାବେ ମଉଳି ଯାଇଥିଲା। କେବଳ ଔପଚାରିକତା ବାକି ରହିଥିଲା।

ଅସଲଙ୍କା ପ୍ରଥମେ ୪ ରନ କରିଥିବା ସିରାଜଙ୍କୁ ଆଉଟ କରିଥିଲେ ।ଭାରତକୁ ୯ମ ଝଟକା ଦେଇଥିଲେ। ଏହାପରେ ଅର୍ଶଦୀପ ସିଂହ ୩ ରନ କରି ରନ ଆଉଟ ହେବାରୁ ଭାରତୀୟ ଇନିଂସ ୨୦୮ରେ ଅଟକି ଯାଇଥିଲା। ଶ୍ରୀଲଙ୍କା ଏହି ମ୍ୟାଚ୍‌କୁ ୩୨ ରନରେ ଜିତି ସିରିଜରେ ୧-୦ର ଅଗ୍ରଣୀ ହାସଲ କରି ନେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+