Hardik Pandya: ପାଣ୍ଡ୍ୟା ହୋଇପାରନ୍ତି ଟିମ୍ ଇଣ୍ଡିଆର ନୂଆ ଅଧିନାୟକ

ଟି-୨୦ ବିଶ଼୍ବକପ୍‌ ବିଜୟ ପରେ ସାରା ଦେଶରେ ଖୁସିର ଲହର । ତେବେ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଅବସର ପରେ ଟିମ୍ ଇଣ୍ଡିଆରେ ନୂଆ ଚେହେରା ଖୋଜା ଚାଲିଛି । ସେହିପରି ଦିନିକିଆରେ ଅଧିନାୟକ ପାଇଁ ଅନେକଙ୍କ ନାମ ଆସୁଛି ।

ଭାରତୀୟ କ୍ରିକେଟ୍‌ ଟିମ୍‌ରେ ପରିବର୍ତ୍ତନ କରାଯିବା ନେଇ ସମ୍ଭାବନା ରହିଛି । ଏଥିରୁ ସ୍ପଷ୍ଟଯେ ଆଗକୁ ଟି-୨୦ରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବ । ଏଥିସହିତ ଟିମ୍‌କୁ ନୂଆ କ୍ୟାପ୍ଟେନ୍‌ ମଧ୍ୟ ମିଳିବ ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ପେସ ବୋଲର ଜସପ୍ରୀତ୍‌ ବୁମ୍‌ରାଙ୍କୁ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୱାନ୍‌ଡେ ସିରିଜ୍‌ରୁ ବାଦ ଦିଆଯିବାର ସମ୍ଭାବନା ରହିଛି । ଏହି ସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାର ଦିଆଯାଇପାରେ । କୁହାଯାଉଛି ଯେ ଏହି ତିନି ଖେଳାଳି ବିସିସିଆଇକୁ ଛୁଟି ମାଗିଛନ୍ତି ।

Hardik Pandya

ରୋହତ ଶର୍ମା ୬ ମାସ ହେବ ବ୍ରେକ ନେଇ ନାହାନ୍ତି

ଡିସେମ଼୍ବର-ଜାନୁଆରାରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପରେ ସେ ସମସ୍ତ ସିରିଜ ଖେଳିଛନ୍ତି । ରୋହିତ ଏବଂ ବିରାଟ ଚମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୫୦ ଓଭର ବିଶିଷ୍ଟ ୩ ମ୍ୟାଚ ଖେଳିବେ । ଏହା ସେମାନଙ୍କ ଅଭ୍ୟାସ ପାଇଁ ଯଥେଷ୍ଟ ବୋଲି ବିସିସିଆଇ କହିଛି । ଆଗାମୀ କିଛି ମାସ ମଧ୍ୟରେ ଦୁହେଁ ଟେଷ୍ଟ ମ୍ୟାଚ୍କୁ ପ୍ରାଥମିକତା ଦେବେ । ଭାରତ ସେପ୍ଟେମ଼୍ବରରୁ ଜାନୁଆରୀ ୨୦୨୫ ମଧ୍ୟରେ ୧୦ ଟେଷ୍ଟ ମ୍ୟାଚ ଖେଳିବ ବୋଲି ଜଣାପଡ଼ିଛି ।

ନୂଆ ରେକର୍ଡ କଲେ ଅଭିଷେକ ଶର୍ମା

ଭାରତୀୟ ଦଳର ଯୁବ ଓପନର୍‌ ଅଭିଷେକ ଶର୍ମା ତାଙ୍କ ଟି -୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରି ରେକର୍ଡ ବୁକକୁ ହଲାଇ ଦେଇଛନ୍ତି । ରବିବାର ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଶର୍ମା ମାତ୍ର ୪୬ ଟି ବଲରେ ସାତ ଚୌକା ଓ ୮ ଛକା ସହାୟତାରେ ଏକ ଶତକ ହାସଲ କରିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ ୪୭ବଲରେ ୧୦୦ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+