IND vs SL: ଆଜି କର ବା ମର ଲଢେଇ
ଆଜି ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍ର ତୃତୀୟ ତଥା ଶେଷ ମୁକାବିଲା । ଆଜିର ମ୍ୟାଚ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯିବ।
ରାଜକୋଟ: ଆଜି ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍ର ତୃତୀୟ ତଥା ଶେଷ ମୁକାବିଲା । ଆଜିର ମ୍ୟାଚ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜ୍ର ପ୍ରଥମ ମ୍ୟାଚକୁ ଭାରତ ୨ ରନରେ ଓ ଦ୍ୱିତୀୟ ମ୍ୟାଚ୍କୁ ଶ୍ରୀଲଙ୍କା ୧୬ ରନରେ ଜିତିବା ପରେ ଏହି ସିରିଜ୍ ୧-୧ ବରାବର ସ୍ଥିତିରେ ରହିଛି । ଏଣୁ ରାଜକୋଟରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ଏହି ସିରିଜ୍ କବ୍ଜା କରିବ ।

ଆଜିର ମ୍ୟାଚ ଜିତି ସିରିଜ ବିଜୟ ପାଇଁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ତ୍ରୁଟିକୁ ସୁଧାରି ମ୍ୟାଚ ଜିତିବାକୁ ଉଦ୍ୟମ କରିବ ଭାରତ । ସେପଟେ ଗତ ମ୍ୟାଚରେ ବିଜୟ ଲାଭ କରି ଭ୍ରମଣକାରୀ ଦଳର ମନୋବଳ ଦୃଢ ରହିଛି । ଆଜି ମ୍ୟାଚ ଜିତି ଘରୋଇ ମାଟିରେ ଭାରତକୁ ଚେକ୍ ଦେବାକୁ ଉଦ୍ୟମ ରଣନୀତି କରିଛି ସିଂହଳୀ ଦଳ ।
ପ୍ରଥମ ଦୁଇଟି ମ୍ୟାଚ୍ରେ ୬୦ ରନ୍ ମଧ୍ୟରେ ଦଳର ଅଧା ବ୍ୟାଟର ପାଭିଲିୟନ ଫେରିଯାଇଥିଲେ । ଏଭଳି ମ୍ୟାଚ୍ରେ ଟପ୍ ଅର୍ଡର ବିଫଳ ହେଲେ ଲଢ଼େଇ କରିବା କଷ୍ଟକର। ତଥାପି ପ୍ରଥମ ମ୍ୟାଚ୍ରେ ପାଣ୍ଡ୍ୟା, ଦୀପକ ହୁଦା ଓ ଅକ୍ଷର ପଟେଲ ସ୍ଥିତି ସମ୍ଭାଳିଥିଲେ ଓ ଦଳକୁ ମ୍ୟାଚ୍ ଜିତାଇବାରେ ସହାୟତା କରିଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ଓ ଶିବମ ଭାରତର ଦୟନୀତ ସ୍ଥିତିକୁ ଏଡ଼ାଇବାରେ ସମର୍ଥ ହୋଇଥିଲେ। ଏହା ଠିକ୍ କଥା ଯେ, ଭାରତର ବ୍ୟାଟିଂ ଲାଇନ୍ ଅପ୍ ଦୃଢ଼ ରହିଛି। କିନ୍ତୁ ଟପ୍ ଅର୍ଡର ଫ୍ଲପ୍ ହେଲେ ଶେଷଭାଗ ବ୍ୟାଟର ସର୍ବଦା ମ୍ୟାଚ୍ ଜିତାଇବା କଷ୍ଟକର।
ସେହିପରି ଦଳର ଦ୍ୱିତୀୟ ମୁଖ୍ୟ ଅସୁବିଧା ହେଉଛି ପେସ୍ ବୋଲିଂ। ଏଥିରେ ସମସ୍ତ ଯୁବ ଖେଳାଳି ରହିଛନ୍ତି। ଉମ୍ରାନ ମଲ୍ଲିକ ହୁଅନ୍ତୁ କିମ୍ବା ଅର୍ଶଦୀପ ସିଂ କିମ୍ବା ପ୍ରଥମ ମ୍ୟାଚ୍ରେ ଡେବ୍ୟୁ କରିଥିବା ଶିବମ ମାଭି, ସମସ୍ତଙ୍କ ନିକଟରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା କମ୍ ରହିଛି।












Click it and Unblock the Notifications