ଦ୍ବିତୀୟ ଦିନିକିଆ: କୋଲକାତାରେ ପ୍ରଥମେ ଫିଲ୍ଡିଂ କରିବ ଭାରତ, ଏକାଦଶରେ ଗୋଟିଏ ପରିବାର୍ତ୍ତନ
ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଆଜି ସ୍ଥାନୀୟ ଇଡେନ ଗାର୍ଡେନ୍ସ ଠାରେ ଆରମ୍ଭ ହୋଇଛି । ମ୍ୟାଚରେ ଟସ୍ ହାରିବା ଫଳରେ ପ୍ରଥମେ ଫିଲ୍ଡିଂ କରିବ ଭାରତୀୟ ଦଳ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନ
କୋଲକାତା: ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଆଜି ସ୍ଥାନୀୟ ଇଡେନ ଗାର୍ଡେନ୍ସ ଠାରେ ଆରମ୍ଭ ହୋଇଛି । ମ୍ୟାଚରେ ଟସ୍ ହାରିବା ଫଳରେ ପ୍ରଥମେ ଫିଲ୍ଡିଂ କରିବ ଭାରତୀୟ ଦଳ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶାନକା । ଭାରତୀୟ ଚୁଡାନ୍ତ ଏକାଦଶରେ ଗୋଟିଏ ପରିବାର୍ତ୍ତନ ହୋଇଥିବା ସୂଚାନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ପ୍ରଥମ ମ୍ୟାଚରେ ସାମାନ୍ୟ ଆହତ ହୋଇଥିବା ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଏକାଦଶରେ ସାମିଲ ହୋଇଛନ୍ତି କୁଳଦୀପ୍ ଯାଦବ ।

ତେବେ ପ୍ରଥମ ଦିନିକିଆରେ ବିଶାଳ ବିଜୟ ପରେ ଫୁଲ ଜୋସ୍ ରେ ରହିଛି ଟିମ ଇଣ୍ଡିଆ । ଟପ୍ ଅର୍ଡର ଏବେ ପୁରା ଲୟରେ ନଜର ଆସୁଛନ୍ତି । ତେଣୁ ପ୍ରଥମ ଦିନିକିଆ ଭଳି ଆଜି କୋଲକାତା ମ୍ୟାଚକୁ ଜିତି ୨-୦ରେ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।
ହ୍ୱାଇଟ ବଲ ଫର୍ମାଟରେ ଦମଦାର ଫର୍ମରେ ରହିଛନ୍ତି ବିରାଟ କୋହଲି। ମାସକ ମଧ୍ୟରେ ଦୁଇଟି ସେଞ୍ଚୁରୀ ମାରିବା ପରେ ସେ ଆଉ ପଛକୁ ଫେରିବା ମୁଡରେ ନାହାନ୍ତି । ଗୌହାଟୀ ମ୍ୟାଚରେ ୭୩ ତମ ଅନ୍ତର୍ଜାତୀୟ ଶତକ ମାରିବା ପରେ ଏବେ ନୂଆ ରେକର୍ଡ କରିବା ଲକ୍ଷ୍ୟରେ ରହିଛନ୍ତି ଏହି ଷ୍ଟାର ଖେଳାଳି। ପ୍ରଥମ ଦିନିକିଆରେ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲେ ଏହି ଭେଟରାନ ବ୍ୟାଟର।
ସେପଟେ ଟି-ଟ୍ବେଣ୍ଟି ସିରିଜ ହାରିବା ପରେ ଦିନିକିଆରେ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ ଭଶ୍ରୀଲଙ୍କା । ଆଜି ଭାରତକୁ ଚେକ୍ ଦେଇ ସିରିଜକୁ ଫେରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ରନରେ ହରାଇଥିଲା ମେନ ଇନ୍ ବ୍ଲୁ ।
- ଶ୍ରୀଲଙ୍କା ଏକାଦଶ: କୁଶଲ ମେଣ୍ଡିସ୍ (ୱିକେଟକିପର), ଅଭିସ୍କା ଫର୍ନାଣ୍ଡୋ, ଚାରିଥ ଆସାଲଙ୍କା, ଧନଞ୍ଜୟା ଦେ ସିଲଭା, ନୁୱାନିଡୁ ଫର୍ନାଣ୍ଡୋ, ଦାସୁନ୍ ଶାନକା (ଅଧିନାୟକ), ୱାନେନ୍ଦୁ ହାସରଙ୍ଗା, ଚାମିକା କରୁଣାତ୍ନେ, ଡାନିଥ୍ ୱେଲାଲେଜ୍, ଲାହିରୁ କୁମାରା, କାସୁନ୍ ରାଜିତା ।
- ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ମହମ୍ମଦ ଶାମି, କୁଲଦୀପ ଯାଦବ, ଉମରାନ ମଲ୍ଲିକ, ମହମ୍ମଦ ସିରାଜ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications