ନୂଆବର୍ଷରେ ନୂଆ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ
ନୂଆବର୍ଷରେ ନୂଆ ଜର୍ସି । ଟିମ ଇଣ୍ଡିଆ ନୂଆ ଜର୍ସି ସହ ନୂଆ ବର୍ଷରେ ନୂଆ ମିଶନ । ଆଜିଠୁ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଘରୋଇ ଟି-୨୦ ସିରିଜ ଖେଳିବ ।
ନୂଆଦିଲ୍ଲୀ: ନୂଆବର୍ଷରେ ନୂଆ ଜର୍ସି । ଟିମ ଇଣ୍ଡିଆ ନୂଆ ଜର୍ସି ସହ ନୂଆ ବର୍ଷରେ ନୂଆ ମିଶନ । ଆଜିଠୁ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ (ଭାରତ ବନାମ ଶ୍ରୀଲଙ୍କା) ୩ ମ୍ୟାଚ ବିଶିଷ୍ଟ ଘରୋଇ ଟି-୨୦ ସିରିଜ ଖେଳିବ । ପ୍ରଥମ ମ୍ୟାଚ ମୁମ୍ବାଇରେ ହେବାକୁ ଥିବା ବେଳେ ଆଜି ଖେଳାଳଙ୍କୁ ନୂଆ ଜର୍ସିରେ ଦେଖିବାକୁ ମିଳିଛି ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ତେବେ ମ୍ୟାଚ ପୂର୍ବରୁ ସ୍ପିନର ୟୁଜବେନ୍ଦ୍ର ଚହଲ ନିଜର ସୋସିଆଲ ମିଡିଆ ସାଇଟରେ ଏକ ଫୋଟ ସେୟାର କରିଛନ୍ତି । ତାଙ୍କର ଏହି ଫଟୋରେ ଟିମ ଇଣ୍ଡିଆର ଜର୍ସିରେ କିଛି ପରିବର୍ତ୍ତନ କରାଯାଇଥିବା ଲକ୍ଷ୍ୟ କରାଯାଇଛି ।
୩ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ଖେଳାଳୀଙ୍କର ଏକ ଫଟୋସୁଟ କରାଯାଇଛି । ସୁଟ ପରେ ୟୁଜବେନ୍ଦ୍ର ଚହଲ ନିଜ ସୋସିଆଲ ମିଡିଆ ସାଇଟରେ ଏହି ଫଟୋକୁ ସେୟାର କରିଛନ୍ତି । ଫଟୋରେ ଅଛନ୍ତି ୟୁଜବେନ୍ଦ୍ର ଚହଲ,ଉମରାନ ମଲ୍ଲିକ, ଅର୍ଶଦୀପ ସିଂ, ମୁକେଶ କୁମାର ଏବଂ ସାଥୀରେ ଅଛନ୍ତି ଋତୁରାଜ ଗାୟକୱାଡ ।
ତେବେ ବିସିସିଆଇ ମଙ୍ଗଳବାର ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି । ଯେଉଁଠାରେ ଖେଳାଳିମାନେ କିଲର ଲୋଗୋ ସହିତ କିଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ବୋର୍ଡ ପକ୍ଷରୁ ଏହି ପରିବର୍ତ୍ତନ ବିଷୟରେ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ ।
ବର୍ତ୍ତମାନ ଟିମ ଇଣ୍ଡିଆର ଏହି ନୂଆ ଜର୍ସିରେ ନୂଆ କିଟ ସ୍ପନସରର ନା' ଦେଖିବାକୁ ମିଳିବ । ଏହା ପୂର୍ବରୁ ପ୍ରଥମେ ଜର୍ସିରେ ବିସିସିଆଇର ଲୋଗୋ ସହ ଏମ.ପି.ଏଲ ସ୍ପୋର୍ଟସର ନା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ନୁଆ ଜର୍ସିରେ 'କିଲର' ଲେଖାଥିବା ଦେଖିବାକୁ ମିଳିବ । ଏହା ପୂର୍ବରୁ ଟିମ ଇଣ୍ଡିଆର କିଟ ସ୍ପନସରର ରାଇଟସ କେବଳ ଏମପିଏଲ ସ୍ପୋର୍ଡ୍ସ ପାଖରେ ରହିଥିଲା ।
ଟିମ ଇଣ୍ଡିଆର ନୂଆ ମିଶନ:
ଏହି ଘରୋଇ ସିରିଜରେ ଭାରତର ୩ ସୁପରଷ୍ଟାର ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ସାମିଲ କରାଯାଇ ନାହିଁ। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ନୂଆ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେବେ। ଅନ୍ୟ ପକ୍ଷରେ କହିବାକୁ ଗଲେ ଏବେ ଭାରତୀୟ ଟି-୨୦ ଦଳର ଭାଗ୍ୟ ବିଧାତା ହେବେ ହାର୍ଦ୍ଦିକ। ନୂଆ ଖେଳାଳି, ନୂଆ ଟିମ୍ ଓ ନୂଆ ମ୍ୟାନେଜମେଣ୍ଟ ସହ ଭାରତ ତାହାର ଟି-୨୦ ଅଭିଯାନ ଆରମ୍ଭ କରିବ।
ସେହିପରି ଅଲରାଉଣ୍ଡର ଭୂମିକାରେ ପାଣ୍ଡ୍ୟାଙ୍କ ସହ ଦୀପକ ହୁଡ୍ଡା, ୱାଶିଂଟନ ସୁନ୍ଦର ରହିବେ । ୟୁଜଭେନ୍ଦ୍ର ଚହଲ ଓ ଅକ୍ସର ପଟେଲଙ୍କ ମଧ୍ୟରେ ଅନ୍ୟ ସ୍ଥାନ ଲାଗି ପ୍ରତିଦ୍ୱନ୍ଦ୍ୱିତା ହୋଇ ପାରେ। ଅଭିଜ୍ଞ ହର୍ଷଲ ପଟେଲ, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକଙ୍କ ଉପରେ ପେସ ବାହିନୀର ଦାୟିତ୍ୱ ରହିବ।
- ଟିମ ଇଣ୍ଡିଆ: ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଈଶାନ କିଶାନ, ରିତୁରାଜ ଗାଏକ୍ୱାଡ, ଶୁଭମନ ଗିଲ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ସଞ୍ଜା ସାମସନ, ୱାଶିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ଉମରାନ ମଲିକ, ଶିବମ ମାବୀ ଓ ମୁକେଶ କୁମାର ।
ଭାରତ ଶ୍ରୀଲଙ୍କା ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ ଜାନୁଆରୀ ୩ ମଙ୍ଗଳବାର ମୁମ୍ବାଇରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚଟି ଜାନୁଆରୀ ୫ ପୁନେ ଠାରେ ଖେଳାଯିବ, ଏହା ସହିତ ସିରିଜର ଫାଇନାଲ ମ୍ୟାଚଟି ଜାନୁଆରୀ ୭ ରାକକୋଟ ଠାରେ ଖେଳାଯିବ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି












Click it and Unblock the Notifications