ପ୍ରଥମ ଦିନିକିଆ: ଟସ୍ ହାରିଲେ ରୋହିତ ଶର୍ମା, ପ୍ରଥମେ ବ୍ୟାଟିଂ କରିବ ଭାରତ
ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦିନିକିଆ ସିରିଜ । ସ୍ଥାନୀୟ ବର୍ଷାପରା ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶନକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
ଗୌହାଟୀ: ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦିନିକିଆ ସିରିଜ । ସ୍ଥାନୀୟ ବର୍ଷାପରା ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶନକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଦୀର୍ଘ ଦିନ ପରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶକୁ କମବ୍ୟାକ୍ କରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । ସେହିଭଳି କିଛି ଦିନର ଆରାମ ପରେ ପୁଣିଥରେ ଦଳକୁ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ କେ.ଏଲ ରାହୁଲ । ଅନ୍ୟପଟେ ଆଜି ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବଙ୍କୁ ସୁଯୋଗ ମିଳିନି ।
ମଧ୍ୟକ୍ରମ ବା ୪ନଂରେ ଶ୍ରେୟସ ଆୟର ହିଁ ବ୍ୟାଟିଂ କରିବେ। କେଏଲ ରାହୁଲ ୫ନଂରେ ବ୍ୟାଟିଂ କରିବା ସହ ୱିକେଟ କିପର ଦାୟିତ୍ୱ ତୁଲାଇବେ। ରୋହିତ ଶର୍ମାଙ୍କ ସହ ଶୁବମନ ଗିଲ ଭାରତ ପାଇଁ ଇନିଂସ ଆରମ୍ଭ କରିବେ । ଭାରତ ୩ ଦ୍ରୁତ ବୋଲର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମୈଦାନକୁ ଓହ୍ଲାଇଛି। ଦଳରେ ୟୁଜି ଚହଲ ଓ ଅକ୍ଷର ପଟେଲ ସ୍ପିନ ବାହିନୀର କମାଣ ସମ୍ଭାଳିବେ।
ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ହାତେଇଥିଲା ଟିମ୍ ଇଣ୍ଡିଆ । ଭାରତ ପ୍ରଥମ ଓ ଶେଷ ଟି-୨୦ ମ୍ୟାଚ୍ ଜିତିଥିଲା । ଶେଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ବିପକ୍ଷରେ ବଡ ବିଜୟ ହାସଲ କରିଥିଲା ଭାରତ ।
ଏବେ ରୋହିତ ଶର୍ମା ଆଣ୍ଡ କୋ ଶ୍ରୀଲଙ୍କା ବିପକ୍ଷରେ କେମିତି ପ୍ରଦର୍ଶନ କରୁଛନ୍ତି, ତା' ଉପରେ ସମସ୍ତଙ୍କ ନଜର। ଚଳିତ ବର୍ଷ ଦିନିକିଆ ବିଶ୍ୱକପ ମଧ୍ୟ ଖେଳାଯିବ। ସେ ଦୃଷ୍ଟିରୁ ଶ୍ରୀଲଙ୍କା ବିପକ୍ଷ ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ।












Click it and Unblock the Notifications