IND vs SL: ଲଙ୍କାରେ ଲଢିବେ ଗବ୍ବରଙ୍କ ଯୁବ ବାହିନୀ, ରକ୍ଷା କରିପାରିବେ କି 9 ବର୍ଷର ଅତୁଟ ରେକର୍ଡ
ଆଜି ଭାରତ ବନାମ ଶ୍ରୀଲଙ୍କା ର ପ୍ରଥମ ଦିନିକିଆ ମ୍ୟାଚ । କଲମ୍ବୋର ପ୍ରେମାଡାସା ଷ୍ଟାଡିୟମରେ ଶ୍ରୀଲଙ୍କାକୁ ଭେଟିବେ ସମ୍ପୂର୍ଣ୍ଣ ଏକ ଯୁବ ଭାରତୀୟ ଟିମ ।
IND vs SL, 1st ODI Preview: ଆଜି ଭାରତ ବନାମ ଶ୍ରୀଲଙ୍କା ର ପ୍ରଥମ ଦିନିକିଆ ମ୍ୟାଚ । କଲମ୍ବୋର ପ୍ରେମାଡାସା ଷ୍ଟାଡିୟମରେ ଶ୍ରୀଲଙ୍କାକୁ ଭେଟିବେ ସମ୍ପୂର୍ଣ୍ଣ ଏକ ଯୁବ ଭାରତୀୟ ଟିମ । ଭାରତୀୟ ଜାତୀୟ ଦଳର ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଏହା ଏକ ଆକର୍ଷଣୀୟ ସିରିଜ୍, କାରଣ ଅଧିକାଂଶ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି, ଏବଂ ଏକ ଯୁବ ଦଳକୁ ନେଇ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି ଅଧିନାୟକ ଶିଖର ଧୱନ ଓ କୋଚ୍ ରାହୁଲ ଦ୍ରାବିଡ ।

ତେବେ ଶ୍ରୀଲଙ୍କାରେ ଗତ 9 ବର୍ଷରେ କୌଣସି ଦିନିକିଆ ମ୍ୟାଚ ପରାଜୟ ନ ହେବାର ରେକର୍ଡ ରଚିଛି ଭାରତୀୟ ଦଳ । 28 ଜୁଲାଇ 2012ରୁ ଲଙ୍କା ଦେଶରେ ସମସ୍ତ ଦିନିକିଆ ମ୍ୟାଚ ଜିତିଆସୁଛି ଭାରତୀୟ ଦଳ । ତେଣୁ ଆଜି ମ୍ୟାଚରେ ଏହି ଐତିହାସକ ରେକର୍ଡକୁ ବଜାୟ ରଖିବାକୁ ଚାହିଁବ ଭାରତୀୟ ଦଳ ।
ତେବେ ଯଦି ଦୁଇ ଦଳ କଥା କହିବା, ଶ୍ରୀଲଙ୍କାର ନିୟମିତ ଅଧାନାୟକ କୁଶାଲ ପରେରା ଅହାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ଦଳ ପାଇଁ ଏକ ବଡ ଝଟକା ହୋଇଛି । ତାଙ୍କ ସ୍ଥାନରେ ଆଜି ଅଧିନାୟକତ୍ବ ପଦ ସମ୍ଭାଳିବେ ଦାସୁନ୍ ଶାନାକା । ସେହିପରି ଦଳର ମଧ୍ୟ କ୍ରମ ମଧ୍ୟ ଖୁବ ଦୁର୍ବଳ ହୋଇଥିବାରୁ ଘରୋଇ ମାଟିରେ ଲଙ୍କାର ଦଳର ପ୍ରଦର୍ଶନକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।
ସେପଟେ ଯଦି ଭାରତୀୟ ଦଳ କଥା କହିବା, ଅଧିନାୟକ ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଭଳି ଅନୁଭବି ନାମ ଥିବାବେଳେ ଦଳର ଉପ-ଅଧିନାୟକ ଭୁବନେଶ୍ୱର କୁମାରଙ୍କ ଭଳି ବୋଲିଂ ଆଟାକ୍ ମଧ୍ୟ ଟିମ ଇଣ୍ଡିଆ ପାଖରେ ରହିଛି । ଏହି ନାମ ବ୍ୟତୀତ ଅଧିକାଂଶ ଖେଳାଳି ଯୁବ ଏବଂ ଅଭିଜ୍ଞ ଅଟନ୍ତି । ବାସ୍ତବରେ ଦଳର 20 ଜଣ ଖେଳାଳିଙ୍କ ମଧ୍ୟରୁ ଅନେକ ଜଣ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିନାହାଁନ୍ତି।
ଆସନ୍ତୁ ଦେଖିବା ଆଜି କଲମ୍ବୋରେ ପାଗ କିପରି ରହିବ
ଆମେ ଦେଖିଥିଲୁ ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପ୍ରତିଦିନ ବର୍ଷା ହେବା ଫଳରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ କିପରି ପରିସ୍ଥିତି ହୋଇଥିଲା । ଦୁର୍ଭାଗ୍ୟବଶତ କଲମ୍ବୋରେ ପ୍ରଥମ ଦିନିକିଆରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଛି | AQWeather.com ୱେବସାଇଟ୍ ରିପୋର୍ଟରେ କୁହାଯାଇଛି ଯେ କଲମ୍ବୋ ମେଘୁଆ ରହିବ ଏବଂ ଆର୍ଦ୍ରତା ବହୁତ ଅଧିକ ହେବ । ଏଭଳି ପରିସ୍ଥିତିରେ ମଧ୍ୟାହ୍ନ ପରେ କିଛି ବର୍ଷା ହେବାର ସମ୍ଭାବନା ଅଛି । ଖେଳ ଅଗ୍ରଗତି କଲାବେଳେ ବଜ୍ରପାତ ଜାରି ରହିପାରେ, ତେଣୁ ଖେଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପ୍ରଭାବିତ ହୋଇପାରେ । ଅନ୍ୟ ପଟେ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବେ କାରଣ କାକର ଦ୍ୱିତୀୟ ଇନିଂସରେ ବୋଲିଂ କରୁଥିବା ଦଳକୁ ଅସୁବିଧା କରିବ।
- ସମ୍ଭାବ୍ୟ ଭାରତୀୟ ଏକାଦଶ: ଶିଖର ଧାୱନ (କ୍ୟାପଟେନ), ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତି ।
- ସମ୍ଭାବ୍ୟ ଶ୍ରୀଲଙ୍କା ଏକାଦଶ: ଅଭିସ୍କା ଫର୍ନାଣ୍ଡୋ, ପୃଥମ୍ ନିସଙ୍କା, ମିନୋଦ ଭାନୁକା (ୱିକେଟ୍ ରକ୍ଷକ), ଧନଞ୍ଜୟ ଦେ ସିଲଭା, ଭାନୁକା ରାଜପାକସା, ଦାସୁନ୍ ଶାନାକା (କ୍ୟାପଟେନ୍), ୱାନିନ୍ଦୁ ହାସାରଙ୍ଗା, ଇସୁରୁ ଉଦାନା, ଲକ୍ଷ୍ମଣ ସାନ୍ଦାକାନ୍, କସୁନ୍ ରାଜିତା ।












Click it and Unblock the Notifications