ପ୍ରଥମ ଦିନିକିଆ: ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କଲା ଭାରତ
ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଗୌହାଟୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ । ଭ୍ରମଣକାରୀ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି ଘରୋଇ ଟିମ ଇଣ୍ଡିଆ ।
ଗୌହାଟୀ: ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଗୌହାଟୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ । ଭ୍ରମଣକାରୀ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି ଘରୋଇ ଟିମ ଇଣ୍ଡିଆ ।

ସିଂହଳୀ ଅଧିନାୟକ ଦସୁନ ଶଣକାଙ୍କ ଲଢୁଆ ଶତକ ସତ୍ତ୍ବେ ଦଳ ବିଶାଳ ବିଜୟ ଲକ୍ଷ୍ୟକୁ ଅତିକ୍ରମ କରି ପାରିନାହିଁ । ଭାରତର ଧାର୍ଯ୍ୟ ୩୭୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୫୦ ଓଭରରେ ୮ ୱିକେଟ ହରାଇ ୩୦୬ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।
ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ଭାରତ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା । ଦୁଇ ଓପନର ୧୪୩ ରନର ପାର୍ଟନରସିପ କରିଥିଲେ । ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ୧୧୩, ରୋହିତ ଶର୍ମା ୮୩, ଶୁଭମନ ଗିଲ ୭୦ ଓ କେଏଲ ରାହୁଲ ୩୯ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ ରନ କରିବାରେ ସଫଳ ହୋଇଥିଲା ।
୩୭୪ ରନର ଟାର୍ଗେଟ ନେଇ ଶ୍ରୀଲଙ୍କା ମୈଦାନକୁ ଓହ୍ଲାଇଥିଲା । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ସତ୍ତ୍ବେ ଅଧିନାୟକ ଦାସୁନ ସନକାଙ୍କ ଲଢୁଆ ଶତକ ଫଳରେ ଶ୍ରୀଲଙ୍କା ଭାରତକୁ ଦୃଢ ଜବାବ ଦେଇଥିଲା । ସନକା ୧୦୮ ରନ କରି ଅପରାଜିତ ରହିଥିଲେ । ସେହିପରି ଓରପନର ପ୍ରଥୁମ ନିଶଙ୍କା ୭୨ ରନ ଓ ଧନଞ୍ଜୟ ଡିସିଲଭା ୪୭ ରନ କରିଥିଲେ । ଭାରତ ପକ୍ଷରୁ ଉମରାନ ମଲ୍ଲିକ ୩ଟି ଓ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିଲେ । ମହମ୍ମଦ ସାମି, ଯଜବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications