Get Updates
Get notified of breaking news, exclusive insights, and must-see stories!

IND VS SA: ସିରିଜ ବିଜୟଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ

ଦକ୍ଷିଣ ଆଫ୍ରିକା ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ ମ୍ୟାଚ୍‌ ଶୁକ୍ରବାର ଜୋହାନ୍ସବର୍ଗରେ ଖେଳାଯିବ। ଯେହେତୁ ଭାରତ ଦୁଇଟି ମ୍ୟାଚ୍‌ ଜିତିସାରିଛି, ତେଣୁ ଶୃଙ୍ଖଳା ପରାଜୟ ଭୟ ଆଉ ନାହିଁ। ଶେଷ ମ୍ୟାଚ୍‌ ଜିତିଲେ ଶୃଙ୍ଖଳା ବିଜୟୀ ହେବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ମାତ୍ର ଗୋଟିଏ ବିଜୟ ପାଇଥିବାରୁ ଶେଷ ମ୍ୟାଚ୍‌ ବେଳକୁ ଅଧିକ ଚାପରେ ରହିବ। ତେବେ ଆଇପିଏଲ୍‌ ଖେଳାଳି ନିଲାମ ପୂର୍ବରୁ ଭାରତୀୟ ଖେଳାଳିମାନେ ଶେଷ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ, ଏହି ଶୃଙ୍ଖଳାର ପ୍ରଦର୍ଶନ ଗୁରୁତ୍ବପୂର୍ଣ୍ଣ ରହିବ। ରିଟେନ୍‌ ଖେଳାଳି ସଂଜୁ ସାମସନ୍‌, ତିଳକ ବର୍ମା ଶତକ ଅର୍ଜନ କରି ସାରିଥିଲା ବେଳେ ଅଭିଷେକ ଶର୍ମା ବିଳମ୍ବିତ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ବାମହାତୀ ବ୍ୟାଟର୍‌ ରିଙ୍କୁ ସିଂହଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଚିନ୍ତାଜନକ ରହିଛି। ଗତ ୩ ମ୍ୟାଚ୍‌ରେ ୧୧, ୯, ୮ ରନ୍‌ ସଂଗ୍ରହ କରିଛନ୍ତି।

ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ
ଦକ୍ଷିଣ ଆଫ୍ରିକା ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ ମ୍ୟାଚ୍‌ ଶୁକ୍ରବାର ଜୋହାନ୍ସବର୍ଗରେ ଖେଳାଯିବ। ଯେହେତୁ ଭାରତ ଦୁଇଟି ମ୍ୟାଚ୍‌ ଜିତିସାରିଛି, ତେଣୁ ଶୃଙ୍ଖଳା ପରାଜୟ ଭୟ ଆଉ ନାହିଁ। ଶେଷ ମ୍ୟାଚ୍‌ ଜିତିଲେ ଶୃଙ୍ଖଳା ବିଜୟୀ ହେବ।

ଜୋହାନ୍ସବର୍ଗରେ ଭାରତର ପ୍ରଦର୍ଶନ ସବୁବେଳେ ଭଲ ରହିଆସିଛି। ଏଠାରେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ବିଜେତା ହୋଇଥିଲା। ଗତବର୍ଷ ହୋଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସୂର୍ଯ୍ୟକୁମାର ୟାଦବ ଏଠାରେ ଶତକ ମାରିଥିଲେ। ସୂର୍ଯ୍ୟଙ୍କ ନେତୃତ୍ବ ମଧ୍ୟ ଭାରତ ପାଇଁ ଭଲ ଫଳ ଦେଉଛି। ୧୬ ମ୍ୟାଚ୍‌ରୁ ଭାରତ ୧୩ଟିରେ ଜିତିଛି।

IND VS SA

ସମ୍ଭାବ୍ୟ ଭାରତୀୟ ଦଳ: ସଂଜୁ ସାମସନ୍‌, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂହ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ବିଜୟ କୁମାର ବୈଶାକ/ରମଣଦୀପ ସିଂହ, ରବି ବିଷ୍ଣୋଇ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ଐଦେନ ମାରକ୍ରମ (ଅଧିନାୟକ), ରିୟାନ ରିକେଲ୍‌ଟନ୍‌, ତ୍ରିଷ୍ଟନ ଷ୍ଟବ୍ସ, ହେନରିକ କ୍ଲାସେଁ, ଡେଭିଡ୍‌ ମିଲର,‌ ପାଟ୍ରିକ୍‌ କ୍ରୁଗର, ମାର୍କୋ ୟାନସେନ୍‌, ଆନ୍ଦିଲେ ସିମେଲାନେ, ଗେରାଲ୍ଡ କୋଏତ୍‌ଜି, କେଶବ ମହାରାଜ, ଲୁଥୋ ସିପାମ୍‌ଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+