IND vs SA T20I: ଐତିହାସିକ ବିଜୟ ପାଇଁ ପ୍ରୋଟିଆଜ ଆଗରେ ୨୧୨ ରନ ଟାର୍ଗେଟ ରଖିଲା ପନ୍ତ ବାହିନୀ
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଏମାନଙ୍କ ସହ ଅଧିନାୟ ଋଷଭ ପନ୍ତ ମଧ୍ୟ ଦମଦାର ଖେଳ ଦେଖାଇଛନ୍ତି। ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୧୨ ରନ୍ ଟାର୍ଗେଟ ରଖିଛି ଭାରତ ।
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଏମାନଙ୍କ ସହ ଅଧିନାୟ ଋଷଭ ପନ୍ତ ମଧ୍ୟ ଦମଦାର ଖେଳ ଦେଖାଇଛନ୍ତି। ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୧୨ ରନ୍ ଟାର୍ଗେଟ ରଖିଛି ଭାରତ ।

ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ୱିକେଟ ପାଇଁ ଭାରତର ଓପେନିଂ ଯୋଡ଼ି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଈଶାନଙ୍କ ୭୬, ପାଣ୍ଡ୍ୟାଙ୍କ ଅପରାଜିତ ୩୧ ଓ ପନ୍ତଙ୍କ ୨୯ ରନର ପାଳି ଖେଲିଥିଲେ ।
ଦଳୀୟ ସ୍କୋର୍ ୫୭ ହୋଇଥିବା ବେଳେ ଋତୁରାଜ ଗାୟକୱାଡ ୨୩ ରନ୍ କରି ଆଉଟ ହୋଇଥିଲେ । ଏହାପରେ ମଧ୍ୟ ଓପନର ଇଶାନ କିଷନ ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ । ସେ ୪୮ଟି ବଲ୍ରୁ ୩ ଛକା ଓ ୧୧ ଚୌକା ସହ ୭୬ ରନ୍ କରିଛନ୍ତି । ସେ ଆଉଟ ହେବାପରେ ଶ୍ରେୟସ ଆୟର ଦ୍ରୁତ ବ୍ୟାଟିଂ ଆରମ୍ଭ କରିଥିଲେ । ଶ୍ରେୟସ ଆୟର ୩୬ ରନ୍ କରି ପ୍ରେଟୋରିୟସଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୧୫୬ ଥିଲା। ୪ର୍ଥ ୱିକେଟ ପାଇଁ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୯.୧ ଓଭର ସୁଦ୍ଧା ୨୦୨ରେ ପହଞ୍ଚା ଦେଇଥିଲେ।
ପନ୍ତ ୧୬ ବଲରେ ୨୯ ରନ୍ କରି ଆଉଟ ହୋଇଥିବା ବେଳେ ପାଣ୍ଡ୍ୟା ଶେଷ ଯାଏ କ୍ରିଜ୍ରେ ରହିଥିଲେ। ତାଙ୍କ ସହ ଦିନେଶ କାର୍ତ୍ତି ୨ ବଲରେ ୧ ରନ୍ କରି ଇନିଂସ ଶେଷ ଯାଏ ଅପରାଜିତ ଥିଲେ। ପାଣ୍ତ୍ୟା ମାତ୍ର ୧୨ ବଲରେ ୩୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୩ଟି ଛକା ଓ ଦୁଇଟି ଚୌକା ମାରିଛନ୍ତି। ପାଣ୍ଡ୍ୟାଙ୍କ ବିସ୍ଫୋରକ ଇନିଂସ ଯୋଗୁ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଛି।












Click it and Unblock the Notifications