Get Updates
Get notified of breaking news, exclusive insights, and must-see stories!

ସଂଯୋଗ ନା ଆତ୍ମସମୀକ୍ଷା ? ଗୋଟିଏ ବର୍ଷରେ ଟିମ ଇଣ୍ଡିଆରେ ଅଧା ଡଜନ ଅଧିନାୟକ

ଟିମ ଇଣ୍ଡିଆରେ ଅଧିନାୟକଙ୍କ ଲମ୍ବା ଧାରି । ଗୋଟିଏ ବର୍ଷ ଭିତରେ ଟିମ ଇଣ୍ଡିଆରେ ଅଧା ଡଜନ ଅଧିନାୟକ । ତେବେ ଏହା ସଂଯୋଗ ନା ଆତ୍ମସମୀକ୍ଷା ? କାରଣ ଆମେ କହୁଥିବା ସମସ୍ତ ଅଧିନାୟକ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଯୁଗରେ ଦଳର କମାଣ ସମ୍ଭାଳିଛନ୍ତି ।

Six Captains in Team India In One Year: ଟିମ ଇଣ୍ଡିଆରେ ଅଧିନାୟକଙ୍କ ଲମ୍ବା ଧାରି । ଗୋଟିଏ ବର୍ଷ ଭିତରେ ଟିମ ଇଣ୍ଡିଆରେ ଅଧା ଡଜନ ଅଧିନାୟକ । ତେବେ ଏହା ସଂଯୋଗ ନା ଆତ୍ମସମୀକ୍ଷା ? କାରଣ ଆମେ କହୁଥିବା ସମସ୍ତ ଅଧିନାୟକ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଯୁଗରେ ଦଳର କମାଣ ସମ୍ଭାଳିଛନ୍ତି । ଆଗକୁ ମିଶନ୍ ଟି-20 ବିଶ୍ୱକପ । ତେଣୁ କଣ ଏହି ଅଧିନାୟକଙ୍କ ତାଲିକା ଏକ ଅଦ୍ଭୁତ ସଂଯୋଗ ନା ପ୍ରଶିକ୍ଷକଙ୍କ ପରୀଷଣ ?

IND vs SA

ଆଜି (ଜୁନ 9) ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -20 ସିରିଜର ପ୍ରଥମ ମ୍ୟାଚ । ଦିଲ୍ଲୀର ଅରୁଣ ଜେଟିଲୀ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲ୍ଟେଜ ଲଢେଇ । ଜୁନ ମାସରେ ପ୍ରଥମ ଥର ପାଇଁ ଘରୋଇ ଦଳ ଘରେ କୌଣସି ସିଜିର ଖେଳୁଥିବାବେଳେ ବିଶ୍ବକପ ଟି-20 ପୂର୍ବରୁ ଏହା ବେଶ୍ ଗୁରୁତ୍ୱ ବହନ କରୁଛି ।

ସେପଟେ ଏହି ସିରିଜରେ ପ୍ରଥମ ଥର ପାଇଁ ଭାରତୀୟ ଦଳର ଅଧିନାୟକ ହେବାକୁ ଯାଉଥିବା ଋଷଭ ପନ୍ତଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଆହତ କାରଣରୁ ପୁରା ସିରିଜରୁ ବାଦ୍ ପଡିଥିବା କେଏଲ ରାହୁଲଙ୍କ ସ୍ଥାନରେ ଦଳର କମାଣ୍ଡ ସମ୍ଭାଳିବେ ଯୁବ ଋଷବ । ଯଦି ତାଲିକାକୁ ଦେଖିବା ଚଳିତ ବର୍ଷରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିବାକୁ ଥିବା ଅଧିନାୟକଙ୍କ ତାଲିକାରେ ପନ୍ତ ଷଷ୍ଠ ତଥା ଦ୍ବିତୀୟ ଯୁବ ଅଧିନାୟକ ହେବେ । ଯାହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା । କାରଣ ଏହି ସମସ୍ତ ଅଧିନାୟକ ଦ୍ରାବିଡଙ୍କ କୋଚିଂ ସମୟରେ ହିଁ ଅଧିନାୟକତ୍ୱ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଋଷବ ପନ୍ତଙ୍କ ପୂର୍ବୁର ଏହି ତାଲିକାରେ ଥିବା ସମସ୍ତ ଅଧିନାୟକଙ୍କ ଉପରେ...

IND vs SA

ଅଧିନାୟକ ତାଲିକା:

ବିରାଟ କୋହଲି

ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ଦଳର ନିୟମିତ ପୂର୍ବତନ ଅଧିନୟାକ ବିରାଟ କୋହଲି ଟି-20 ବିଶ୍ୱକପ ପରେ ଏହି ଫର୍ମାଟରେ ଦଳର ଅଧିନାୟକତ୍ୱ ଛାଡିଥିଲେ । ପରେ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକତ୍ୱ ହରାଇବାକୁ ପଡିଲା । ଏଥି ସହିତ ଚଳିତ ବର୍ଷ ପ୍ରାରମ୍ଭରେ କୋହଲି ମଧ୍ୟ ଟେଷ୍ଟ ଅଧିନାୟକତ୍ୱ ଛାଡିଥିଲେ।

IND vs SA T20I

ରୋହିତ ଶର୍ମା

ବିରାଟ କୋହଲିଙ୍କ ଇସ୍ତଫା ପରେ ରୋହିତ ଶର୍ମାଙ୍କୁ ଫଟଫଟ୍ ଫର୍ମାଟ ପାଇଁ ଦଳର ଭାର ଦିଆଯାଇ ଥିଲା । ପରେ ରୋହିତଙ୍କୁ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକତ୍ୱ ମଧ୍ୟ ଦିଆଯାଇ ଥିଲା। ତେବେ ରୋହିତ ଅଧିନାୟକ ହେବାର ପ୍ରଥମ ସିରିଜରେ ଆହାତ ଯୋଗୁଁ ବାଦ୍ ପଡିଥିଲେ । ଆଉ ଏବେ ଚଳିତ ଟି-20 ସିରିଜ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି।

IND vs SA T20I

ଅଜିଙ୍କ୍ୟ ରାହାଣେ

ନଭେମ୍ବର ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ହୋଇଥିଲେ। ତେବେ ଖରାପ ଫର୍ମ ଯୋଗୁଁ ଏବେ ଦଳରୁ ବାହାରେ ଥିବା ଅଜିଙ୍କ୍ୟଙ୍କୁ ମଧ୍ୟ ଆଗାମୀ ଇଂଲଣ୍ଡ ଟେଷ୍ଟ ମ୍ୟାଚ ପାଇଁ ଦଳରେ ସ୍ଥାନ ଦିଆଯାଇ ନାହିଁ ।

IND vs SA T20I

ଶିଖର ଧୱନ

ଓପନର୍ ଶିଖର ଧୱନ ଗତ ବର୍ଷ ଶ୍ରୀଲଙ୍କା ଗସ୍ତରେ ତିନୋଟି ଦିନିକିଆ ଏବଂ ତିନୋଟି ଟି-ଟ୍ୱେଣ୍ଟିରେ ଦଳର ଅଧିନାୟକତ୍ୱ କରିଥିଲେ। ସେହି ସିରିଜ୍ ପରେ ଧୱନ ଟି -20 ଦଳରୁ ଦୂରେଇ ଯାଇଛନ୍ତି ।

IND vs SA T20I

କେଏଲ ରାହୁଲ

IND vs SA T20I

ଷ୍ଟାର ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲ ଗତ ଦକ୍ଷିଣ ଆଫ୍ରିକା ଗସ୍ତରେ ତିନିଟି ଦିନିକିଆରେ ଏବଂ ଗୋଟିଏ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ପାଇଁ ଅଧିନାୟକତ୍ୱ କରିଥିଲେ। ତେବେ ରାହୁଲଙ୍କ ଅଧିନାୟକତ୍ୱ ଡେବ୍ୟୁ ଭଲ ନଥିଲା ଏବଂ ଚାରିଟି ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+