ବାରବାଟୀରେ ବି ଟସ ହାରିଲେ ପନ୍ତ
ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ବାରବାଟୀ ଟି-20 । ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ । ଫଳରେ ପ୍ରଥମେ ବ୍ୟାଟିଂ କରିବା ପନ୍ତ ବାହୀନ । ତେବେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
କଟକ: ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ବାରବାଟୀ ଟି-20 । ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ । ଫଳରେ ପ୍ରଥମେ ବ୍ୟାଟିଂ କରିବା ପନ୍ତ ବାହୀନ । ତେବେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଭାରତ ବନାମ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସରିଜରେ 1-0ରେ ପଛୁଆ ଥିବା ଘରୋଇ ଦଳ ଆଜି ବାରବାଟୀରେ ତାର ଭାଗ୍ୟ ପରୀକ୍ଷା କରିବ । ଦୁଇ ଦଳ ଦୀର୍ଘ ୭ ବର୍ଷ ପରେ ବାରବାଟୀରେ ମୁହାମୁହିଁ ହେବାକୁ ଯାଉଛନ୍ତି । ସେପଟେ ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।
- ଭାରତୀୟ ଏକାଦଶ: ଇଶାନ୍ କିଶାନ୍, ଋତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ଋଷଭ ପନ୍ତ (ୱିକେଟକିପର / ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଭୂବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଆଭେଶ ଖାନ ।
- ଦକ୍ଷିଣ ଆଫ୍ରିକା ଏକାଦଶ: ତେମ୍ବା ବାଭୁମା (ଅଧିନାୟକ), ରେଜା ହେଣ୍ଡ୍ରିକ୍ସ, ରାସି ଭ୍ୟାନ୍ ଡେର୍ ଡୁସେନ୍, ଡେଭିଡ ମିଲର, ହେନ୍ରିଚ କ୍ଲାସେନ, ଡ୍ୱାଇନ୍ ପ୍ରିଟୋରିୟସ୍, ୱେନ ପାର୍ନେଲ, କେଶବ ମହାରାଜ, ଟାବ୍ରାଇଜ ଶାମସି, କାଗିସୋ ରାବାଡା, ଅନ୍ରିଚ ନୋର୍ତଜେ ।












Click it and Unblock the Notifications