IND vs SA: ଭାରତ ବିପକ୍ଷ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା
ଇଣ୍ଡିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଘୋଷଣା: କ୍ରିକେଟ୍ ଦକ୍ଷିଣ ଆଫ୍ରିକା (CSA) ସୋମବାର ଦିନ ଘରୋଇ ମାଟିରେ ଭାରତ ବିପକ୍ଷରେ ମଲ୍ଟି ଫର୍ମାଟ୍ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ତେମ୍ବା ବାଭୁମା ଟେଷ୍ଟ ଦଳ ନେତୃତ୍ୱ ନେଉଥିବାବେଳେ ଆଡେନ ମାର୍କ୍ରାମ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ହେବେ । ଡିସେମ୍ବର ୧୦ ରେ କିଙ୍ଗସ୍ମିଡ୍ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସହିତ ଏହି ସିରିଜ୍ ଆରମ୍ଭ ହେବ ।
ଭାରତ ବିପକ୍ଷ ସିରିଜ ପାଇଁ ଫାଷ୍ଟ ବୋଲର ନନ୍ଦ୍ରେ ବର୍ଗର୍ ଏବଂ ବ୍ୟାଟ୍ସମ୍ୟାନ୍ ଡେଭିଡ ବେଡିଙ୍ଗହମ୍ ଏବଂ ଟ୍ରିଷ୍ଟନ ଷ୍ଟବ୍ସ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାର ଟେଷ୍ଟ ଦଳରେ ସ୍ଥାନ ପାଇଥିବାବେଳେ ୱିକେଟ୍ କିପର କାଇଲ ବେରିନଙ୍କୁ ଡକା ଯାଇଛି । ଧଳା ବଲ୍ ସିରିଜରୁ ବାଭୁମା ଏବଂ ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ବିଶ୍ରାମ ଦିଆଯାଇଛି ।
ଡିସେମ୍ବର ୧୦ ରେ କିଙ୍ଗସ୍ମିଡ୍ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସହିତ ଏହି ସିରିଜ୍ ଆରମ୍ଭ ହେବ । ଦ୍ୱିତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୨ ରେ ସେଣ୍ଟ ଜର୍ଜ ଓଭାଲରେ ଖେଳାଯିବ । ୨୦ ଓଭର ଫର୍ମାଟ୍ ଡିସେମ୍ବର ୧୪ ରେ ୱାନଡର୍ସ ଷ୍ଟାଡିୟମରେ ଶେଷ ହେବ । ୫୯ ଓଭର ଫର୍ମାଟ୍ ଡିସେମ୍ବର ୧୭ ରେ ୱାନଡର୍ସ ଷ୍ଟାଡିୟମରେ ଆରମ୍ଭ ହେବ । ଦ୍ୱିତୀୟ ତଥା ଅନ୍ତିମ ଦିନିକିଆ ଯଥାକ୍ରମେ ଡିସେମ୍ବର ୧୯ ଏବଂ ଡିସେମ୍ବର ୨୧ରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ଟି-୨୦ ଦଳ
ଆଡେନ ମାର୍କ୍ରାମ (ଅଧିନାୟକ), ଓଟନିଏଲ ବାର୍ଟମ୍ୟାନ୍, ଓଟନିଏଲ ବାର୍ଟମ୍ୟାନ୍, ମାଥ୍ୟୁ ବ୍ରିଟଜ୍କେ, ନନ୍ଦ୍ରେ ବର୍ଗର୍, ଜେରାଲ୍ଡ କୋଟଜେ (ପ୍ରଥମ ଏବଂ ୨ୟ ଟି -୨୦), ଡୋନୋଭାନ୍ ଫେରେରା, ରେଜା ହେଣ୍ଡ୍ରିକ୍ସ, ମାର୍କୋ ଜନସେନ୍ (ପ୍ରଥମ ଏବଂ ୨ୟ ଟି-୨୦), ହେନ୍ରିଚ୍ କ୍ଲାସେନ୍, କେଶବ ମହାରାଜ, ଡେଭିଡ ମିଲର, ଲୁଙ୍ଗି ନିଗିଡି (ପ୍ରଥମ ଏବଂ ୨ୟ ଟି-୨୦) , ଆଣ୍ଡାଇଲ୍ ଫେହୁଲୁକାୟୋ, ଟାବ୍ରାଇଜ୍ ଶାମସି, ଟ୍ରିଆଷ୍ଟ ଷ୍ଟବ୍ସ ଏବଂ ଲିଜାଡ ୱିଲିୟମ୍ସ
ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ
ଆଡେନ ମାର୍କ୍ରାମ (ଅଧିନାୟକ), ଓଟନିଲ ବାର୍ଟମ୍ୟାନ୍, ନନ୍ଦ୍ରେ ବର୍ଗର୍, ଟନି ଡି ଜୋରଜୀ, ରେଜା ହେଣ୍ଡ୍ରିକ୍ସ, ହେନ୍ରିଚ୍ କ୍ଲାସେନ୍, କେଶବ ମହାରାଜ, ମିହାଲାଲି ମପୋଙ୍ଗୱାନା, ଡେଭିଡ ମିଲର, ୱିଆନ ମଲଡର, ଆଣ୍ଡାଇଲ ଫେଲୁକୱାୟୋ, ଟାବ୍ରାଇଜ ଶାମସି, ରସି ଭାନ ଡେର ଡୁସେନ। କାଇଲ୍ ଭେରିନ୍ ଏବଂ ଲିଜାଡ୍ ୱିଲିୟମ୍ସ
ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳ
ଟେମ୍ବା ବାଭୁମା (ଅଧିନାୟକ), ଡେଭିଡ ବେଡିଙ୍ଗହମ୍, ନନ୍ଦ୍ରେ ବର୍ଗର୍, ଜେରାଲ୍ଡ କୋଏଟଜୀ, ଟନି ଡି ଜୋରଜୀ, ଡିନ ଏଲଗାର, ମାର୍କୋ ଜାନସେନ୍, କେଶବ ମହାରାଜ, ଆଡେନ ମାର୍କ୍ରାମ, ୱିଆନ ମଲଡର, ଲୁଙ୍ଗି ନିଗିଡି, କିଗାନ ପିଟରସେନ, କାଗିସୋ ରାବାଡା, ଟ୍ରିଷ୍ଟନ ଷ୍ଟବ୍ସ, କାଇଲ ବେରିନ












Click it and Unblock the Notifications