Get Updates
Get notified of breaking news, exclusive insights, and must-see stories!

IND VS SA: ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନ୍ କରି ଅଲଆଉଟ

ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ଓଭରରେ ୧୫୯ ରନ୍ କରି ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇଥିଲା । ଇଡେନ ଗାର୍ଡେନ୍ସରେ ପ୍ରଥମ ମ୍ୟାଚ୍ ଖେଳି ମାତ୍ର ୨୭ ରନ୍ ଦେଇ ବୁମରା ହାସଲ କରିଥିଲେ ୫ଟି ୱିକେଟ୍ । ପ୍ରଥମ ଦିବସ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୧ ୱିକେଟ୍ ହରାଇ ୩୭ ରନ୍ କରିଥିଲା । ଦଳ ଏବେବି ୧୨୨ ରନ୍ ପଛରେ ରହିଛି ।

୪୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକ, ପରିବେଶ ଭାରି ଭାରି ଲାଗୁଥିଲା । ସକାଳେ ଅଧିନାୟକ ତେମ୍ବା ବଭୁମା ପିଚକୁ ଯେମିତିବି ମୂଲ୍ୟାୟନ କରିଥାନ୍ତୁ ସେ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ସ୍ଲିପ୍ ଓ ୱିକେଟକିପର ମଧ୍ୟଭାଗ ଦେଇ ଏକ ବାଏ ଚୌକାରୁ ବୁମରା ଅଭିଯାନ ଆରମ୍ଭ କରିଥିଲେ । ଓପନର ଆଡେନ ମାରକ୍ରମ ଓ ରିୟାନ ରିକେଲଟନ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ । ୮ ଓଭର ଶେଷ ସୁଦ୍ଧା ଉଭୟ ୪୦ ରନ ସଂଗ୍ରହ କରିଥିଲେ । ସିରାଜ ମହଙ୍ଗା ହେବାରୁ ଅକ୍ଷର ପଟେଲଙ୍କୁ ଆକ୍ରମଣରେ ଲଗାଇଥିଲେ ଅଧିନାୟକ ଗିଲ । ବୁମରା ସେମିତି ଗୋଟିଏ ପାର୍ଶ୍ବରୁ ବୋଲିଂ ଜାରି ରଖିଥିଲେ ।

IND VS SA South Africa all out for 159 in the first innings

ପ୍ରଥମ ୧୦ ଓଭରରେ ଭ୍ରମଣକାରୀ ଦଳ କୌଣସି ୱିକେଟ ନହରାଇ ୫୭ ରନ କରିଥିଲା । ପରବର୍ତ୍ତୀ ଓଭରରେ ବୁମରା ଦେଖାଇଲେ ନିଜର ଚମତ୍କାର । ଏକ ଆକର୍ଷଣୀୟ ଲେଙ୍ଗ୍‌ଥ ବଲରେ ରିକେଲଟନ (୨୩) ଆଉଟ୍ ହେଲେ । ବଲର ସ୍ପିଡ୍ ଥିଲା ଘଣ୍ଟାପ୍ରତି ୧୪୦.୭ କି.ମି । ସେମିତି ୧୨.୧ ଓଭରରେ ମାରକ୍ରମଙ୍କୁ (୩୧) ମଧ୍ୟ ଏକ ସ୍ପେଶାଲ ବଲ ପକାଇଥିଲେ ସେ । ବୁମରା ତାଙ୍କର ଏହି ସ୍ପେଲ୍‌ରେ ୭ ଓଭର ବୋଲିଂ କରି ୪ଟି ମେଡେନ ସହ ୯ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ ।

କୁଲଦୀପ ଯାଦବ ମଧ୍ୟ ଘାତକ ବୋଲିଂ କରିଥିଲେ । ଅଧିନାୟକ ବଭୁମାଙ୍କୁ (୩) ଲେଗ୍ ସ୍ଲିପ୍‌ରେ ଥିବା ଧ୍ରୁବ ଜୁରେଲଙ୍କ ହାତରେ କ୍ୟାଚ ଆଉଟ୍ କରାଇଥିଲେ । ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୨୭ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକା ୩/୧୦୫ ରନ୍ କରିଥିଲା । ୨୯.୫ ଓଭରରେ ପୁଣି ଏକ ବିପର୍ଯ୍ୟୟ ଘଟାଇଥିଲେ କୁଲଦୀପ । ରିଭର୍ସ ସୁଇପ୍ ଖେଳିବାକୁ ଯାଇ ୱିଆନ ମୁଲ୍ଡର (୨୪) ଏଲବିଡବ୍ଲ୍ୟୁ ହୋଇ ଫେରିଥିଲେ ।

ଦ୍ୱିତୀୟ ସ୍ପେଲରେ ବୁମରା ୩୨.୩ ଓଭରରେ ଟୋନି ଡି ଜର୍ଜିଙ୍କୁ (୨୪) ଏଲବିଡବ୍ଲ୍ୟୁ କରିଥିଲେ । ବିପର୍ଯ୍ୟୟର ଶିକାର ହୋଇ ଭ୍ରମଣକାରୀ ଦଳ ଘୋର ଚାପର ବଶବର୍ତ୍ତୀ ହୋଇଥିଲା । ୪୫ ଓଭରରେ ସିରାଜ ୨ଟି ୱିକେଟ୍ ହାସଲ କରିଥିଲେ । ଓଭରର ପ୍ରଥମ ବଲରେ କାଇଲ ଭେରେନଙ୍କୁ (୧୬) ଏଲବିଡବ୍ଲ୍ୟୁ ଏବଂ ଚତୁର୍ଥ ବଲରେ ମାର୍କୋ ଜାନସେନଙ୍କୁ (୦) କ୍ଲିନ ବୋଲ୍ଡ କରିଥିଲେ ।

ବିପର୍ଯ୍ୟୟ ପରେ ବିପର୍ଯ୍ୟୟ! ଦକ୍ଷିଣ ଆଫ୍ରିକାର ମେରୁଦଣ୍ଡ ଦୋହଲି ଯାଇଥିଲା । ଦଳକୁ ଏକ ଭଲ ଭାଗିଦାରୀ ମିଳିନଥିଲା । ଇଡେନ ପିଚରେ ଘରୋଇ ବୋଲର ଆତଙ୍କ ରଚିଥିଲେ । କର୍ବିନ ବସ୍କଙ୍କୁ (୩) ଅକ୍ଷର ପଟେଲ ଏଲ୍‌ବିଡବ୍ଲ୍ୟୁ କରିବା ପରେ ଚା' ପାନ ବିରତି ଘୋଷଣା ହୋଇଥିଲା । ବିରତି ପରେ ବୁମରା ନିଜ ତୃତୀୟ ସ୍ପେଲରେ ୫୪.୩ ଓଭରରେ ସିମନ ହାର୍ମରଙ୍କୁ (୫) ବୋଲ୍ଡ ଏବଂ କେଶବ ମହାରାଜଙ୍କୁ ଏଲବିଡବ୍ଲ୍ୟୁ କରାଇ ଭ୍ରମଣକାରୀ ଦଳର ପ୍ରଥମ ଇନିଂସକୁ ୧୫୯ ରନ୍‌ରେ ସୀମିତ ରଖିଥିଲେ ।

ବୁମରା କ୍ୟାରିୟରରେ ୧୬ ଥର ଇନିଂସରେ ୫ଟି ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ । ମ୍ୟାଚ ଶେଷ ହେବା ପରେ ସେ କହିଥିଲେ, 'ନିଜ ପ୍ରଦର୍ଶନକୁ ନେଇ ଖୁସି ରହିଛି । ଇଡେନରେ ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ୫ ୱିକେଟ୍ ସଫଳତା ମୋର ମନେ ରହିବ ।'

ଭାରତ ପ୍ରଥମ ଇନିଂସ ଆରମ୍ଭ କରି ଷ୍ଟମ୍ପ ଅପସାରଣ ବେଳକୁ ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ (୧୨) ହରାଇଛି । କେଏଲ ରାହୁଲ ୧୩ ଓ ୱାସିଂଟନ ସୁନ୍ଦର ୬ ରନ୍ କରି ଅପରାଜିତ ରହିଛନ୍ତି । ପ୍ରଥମ ଦିବସରେ ଆଜି ମୋଟ ୧୧ ୱିକେଟ୍‌ର ପତନ ଘଟିଥିଲା । ଜାନସେନଙ୍କୁ ୧ ୱିକେଟ୍ ମିଳିଥିଲା ।

ଦିବସରେ ଆହୁରି ୧୩ ଓଭର ଖେଳ ବାକି ରହିଥିଲା । ଖରାପ ଆଲୋକ ଯୋଗୁ ଖେଳ ବନ୍ଦ ରହିଥିଲା । ଅପରାହ୍ଣ ୪ଟା ପୂର୍ବରୁ ଫ୍ଲଡ୍‌ଲାଇଟ୍ ଲଗାଇ ଖେଳ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+