IND vs SA: ଲଗାତର ଦୁଇଟି ଶତକ ପରେ ସଞ୍ଜୁଙ୍କ ନାମରେ ଲଜ୍ଜାଜନକ ରେକର୍ଡ

ଦକ୍ଷିଣ ଆଫ୍ରିକା ଗସ୍ତରେଭାରତୀୟ କ୍ରିକେଟ ଦଳ । ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ଯୋଗୁ ଭାରତ ଦକ୍ଷିଣ ଆଫ୍ରିକାକୁ ୬୧ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ଶତକ ସହ ଲଗାତାର ୨ ଟି-୨୦ ଇନିଂସରେ ଶତକ ହାସଲ କରି ସଞ୍ଜୁ ସାମସନ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ।

ସଞ୍ଜୁ ବିଶ୍ୱର ଚତୁର୍ଥ ବ୍ୟାଟ୍ସମ୍ୟାନ ତଥା କ୍ରମାଗତ ଦୁଇଟି ଟି-୨୦ ଇନିଂସରେ ଶତକ ହାସଲ କରିଥିବା ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏବେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଠାରୁ ପୁଣି ଥରେ ଏକ ବଡ଼ ଇନିଂସ ଆଶା କରାଯାଉଥିଲା। କିନ୍ତୁ ସେ ନିଜ ଆକାଉଣ୍ଟ ଖୋଲି ପାରି ନ ଥିଲେ ଏବଂ ମାତ୍ର ୩ ବଲ ଖେଳି କୌଣସି ରନ୍‌ ନ କରି ପାଭିଲିୟନକୁ ଫେରିଥିଲେ। ଏହା ସହିତ ସଞ୍ଜୁଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡା ଯାଇଥିଲା।

ସଞ୍ଜୁ ସାମସନ ଚଳିତ ବର୍ଷ ଟି-୨୦ କ୍ରିକେଟରେ ଚତୁର୍ଥ ଥର ପାଇଁ ଶୂନରେ ଆଉଟ୍‌ ହୋଇଛନ୍ତି। ଏହସହ ସେ ବର୍ଷେ ମଧ୍ୟରେ ୪ ଥର ଟି-୨୦ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାପୂର୍ବରୁ ୟୁସୁଫ ପଠାନ, ରୋହିତ ଶର୍ମା ଏବଂ ବିରାଟ କୋହଲି ଗୋଟିଏ ବର୍ଷରେ ୩-୩ ଥର ଶୂନରେ ଆଉଟ୍‌ ହେବାର ରେକର୍ଡ ରଖିଥିଲେ।

IND vs SA

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ସାମସନ ଦ୍ୱିତୀୟ ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହୋଇଥିଲେ । ଏହାସହ ସେ ଏକ ନିଆରା କ୍ଲବରେ ଯୋଗ ଦେଇଥିଲେ। ସଞ୍ଜୁ ଟି-୨୦ କ୍ରିକେଟରେ ଏକ ଶତକ ହାସଲ ପରେ ଶୂନରେ ଆଉଟ୍‌ ହେବାରେ ୧୩ତମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି । ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ସେ କେବଳ ଦ୍ୱିତୀୟ ଭାରତୀୟ। ଏହାପୂର୍ବରୁ କେବଳ ୟଶସ୍ବୀ ଜୟସ୍ବାଲ ଭାରତ ପକ୍ଷରୁ ଏହି କାର୍ଯ୍ୟ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+