For Quick Alerts
Turn On Notification  
For Daily Alerts
Oneindia App Download

ବଲ ବଦଳରେ ବ୍ୟାଟ ଉଡାଇଲେ ପନ୍ତ: ଦେଖନ୍ତୁ, ଏହି ମଜାଦାର ଭିଡିଓ

2ୟ ପାଳିରେ ବ୍ୟାଟିଂ କରୁଥିବା ବେଳେ ପନ୍ତଙ୍କ ହାତରୁ ଖସିଲା ବ୍ୟାଟ । ଆଫ୍ରିକା ବୋଲରଙ୍କ ଏକ ବଲକୁ ସେ ଏତେ ଜୋରରେ ବାଉଣ୍ଡ୍ରୀ ବାହାରକୁ ପଠାଇବାକୁ ଚେଷ୍ଟା କଲା ଯେ ବ୍ୟାଟ୍ ହାତରୁ ବାହାରିଗଲା ।

|

କେପଟାଉନ୍: ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନ୍ ଟେଷ୍ଟ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି । ଯେଉଁଠାରେ ବିଜୟ ପାଇଁ ଆଫ୍ରିକାକୁ ଭାରତୀୟ ଦଳ 212 ରନ୍ ଦେଇଛି। ଟାର୍ଗେଟ୍ ନିଶ୍ଚିତ ଭାବରେ ଛୋଟ, କିନ୍ତୁ କେପଟାଉନରେ 200 ରୁ ଅଧିକ ଟାର୍ଗେଟ୍ ଗୋଡ଼ାଇବା ନିଶ୍ଚିତ ରୂପେ କଷ୍ଟସାଧ୍ୟ । କାରଣ ଭାରତୀୟ ବୋଲର ଭଲ ଫର୍ମରେ ଅଛନ୍ତି ।

Rishabh Pant

ବଲ ବଦଳରେ ବ୍ୟାଟ ଉଡାଇଲେ ପନ୍ତ:

ତେବେ ଭାରତୀୟ ଦଳର 2ୟ ପାଳିରେ ଋଷବ ପନ୍ତଙ୍କ ଶାନଦାର ଶତକ ସହ ଅନ୍ୟ ଏକ ମଜାଦାର ମୁହୁର୍ତ୍ତ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । 2ୟ ପାଳିରେ ବ୍ୟାଟିଂ କରୁଥିବା ବେଳେ ପନ୍ତଙ୍କ ହାତରୁ ଖସିଲା ବ୍ୟାଟ । ଆଫ୍ରିକା ବୋଲରଙ୍କ ଏକ ବଲକୁ ସେ ଏତେ ଜୋରରେ ବାଉଣ୍ଡ୍ରୀ ବାହାରକୁ ପଠାଇବାକୁ ଚେଷ୍ଟା କଲା ଯେ ବ୍ୟାଟ୍ ହାତରୁ ବାହାରିଗଲା । ଏହି ଦୃଶ୍ୟରେ ପନ୍ତ ନିଜେ ମଧ୍ୟ ହସିବାକୁ ଲାଗିଲେ । ସମସ୍ତେ ଜାଣନ୍ତି ଯେ, ବଡ ସଟ୍ ଖେଳିବା ପ୍ରୟାସ ବେଳେ ପନ୍ତ ପ୍ରାୟତଃ ଗୋଟିଏ ହାତରୁ ବ୍ୟାଟ୍ ଛାଡିଥାନ୍ତି ।

ଦେଖନ୍ତୁ ଭିଡିଓ-

ପନ୍ତଙ୍କ ଶାନଦାର ଶତକ

ଭାରତ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇଂନିସରେ ଶାନଦାର ଶତକ ହାସଲ କରିଛନ୍ତି ଋଷବ ପନ୍ତ । ପନ୍ତଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଟାର୍ଗେଟ୍ ଧାର୍ଯ୍ୟ କରିଛି ଭାରତ।

Rishabh Pant

ତେବେ ପନ୍ତଙ୍କୁ ଛାଡି ଦେଲେ ଅନ୍ୟ 8 ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ଅଧିନାୟକ ବିରାଟ କୋହଲି 29 ରନ କରିଥିବା ବେଳେ ଉପ-ଅଧିନାୟକ କେଏଲ ରାହୁଲ ମାତ୍ର 10 ରନ କରି ପାରିଛନ୍ତି । ପନ୍ତ ମାତ୍ର ୧୩୯ ବଲରେ ୬ ଚୌକା ଓ ୪ ଛକା ସହ ଅପରାଜିତ ୧୦୦ ରନ୍ କରିଛନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IND vs SA: Rishabh Pant's bat flew instead of the ball, Watch VIDEO
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X