ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ,ଟିମ୍କୁ ଫେରିଲେ ପନ୍ତ୍
ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଆଗାମୀ ଟେଷ୍ଟ ସିରିଜ୍ ପାଇଁ ବିସିସିଆଇ ବୁଧବାର ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି। ଆହତଜନିତ କାରଣରୁ ଦଳରୁ ବାହାରେ ଥିବା ଟେଷ୍ଟ ଦଳର ନିୟମିତ ଉପଅଧିନାୟକ ରିଷଭ ପନ୍ତ ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଷ୍ଟାର ଦ୍ରୁତ ବୋଲର ଅଜିଙ୍କ୍ୟ ରାହାଣେ ମଧ୍ୟ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ରେ ପନ୍ତ ଆହତ ହୋଇଥିଲେ।
ଇଂଲଣ୍ଡ ଏବଂ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦଳର ନେତୃତ୍ୱ ନେଇଥିବା ଶୁବମନ ଗିଲ୍ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନିୟମିତ ଅଧିନାୟକ ହେବେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଆକାଶଦୀପଙ୍କୁ ଭାରତୀୟ ଦଳରେ ମଧ୍ୟ ମନୋନୀତ କରାଯାଇଛି। ଯଦିଓ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆର ଦଳରେ ନଥିଲେ, ତଥାପି ତାଙ୍କୁ ପ୍ରସିଦ୍ଧ କୃଷ୍ଣଙ୍କ ବଦଳ ଭାବରେ ଚୟନ କରାଯାଇଛି।

ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୧୪ରୁ କୋଲକାତାରେ ଖେଳାଯିବ, ଯେତେବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ନଭେମ୍ବର ୨୨ରୁ ଗୌହାଟୀରେ ଖେଳାଯିବ।
ଟିମ୍ ଇଣ୍ଡିଆ ଦଳ
ଶୁଭମାନ ଗିଲ, ଋଷଭ ପନ୍ତ, ଯଶସ୍ୱୀ ଜୟସ୍ବାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଦିକଲ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ ରେଡ୍ଡୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ।












Click it and Unblock the Notifications