ବାରବାଟୀ ଟି-20: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଚାଲିଛି ଅଫଲାଇନ ଟିକେଟ୍ ବିକ୍ରି

ଆଜିଠୁ ବାରବାଟୀ ଟି-20 ମ୍ୟାଚ ପାଇଁ ଅଫଲାଇନ ଚିକେଟ୍ ବିକ୍ରି ଆରମ୍ଭ ହୋଇଛି । ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣି ପାରିବେ।

କଟକ: ଆଜିଠୁ ବାରବାଟୀ ଟି-20 ମ୍ୟାଚ ପାଇଁ ଅଫଲାଇନ ଚିକେଟ୍ ବିକ୍ରି ଆରମ୍ଭ ହୋଇଛି । ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣି ପାରିବେ। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି ହେବ। ଓସିଓ କନ୍‌ଫରେନ୍ସ ହଲରେ ସକାଳ ୧୦ ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି ।

Barabati T20

ଅନ୍ୟପଟେ ୯ ଏବଂ ୧୦ ତାରିଖ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ୍ ମିଳିବ । ଷ୍ଟାଡିମୟ କାଉଣ୍ଟର ସହ କଟକ ଏବଂ ଭୁବନେଶ୍ୱରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲିବ । ମୋଟ ୨୯ ହଜାର ୧୫୪ ଟିକେଟ୍ ବିକ୍ରି ହେବାକୁ ଥିବା ବେଳେ ସେଥିରୁ ୫ ହଜାର ଟିକେଟ୍ ଅନଲାଇନରେ ବିକ୍ରି ହୋଇସାରିଛି ।

ଗତକାଲି ଅଫ୍‌ଲାଇନରେ ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେବା ସହ ତାଙ୍କ ହାତରୁ ଟଙ୍କା ନେଇଥିଲେ। ଏହି ଅବସରରେ ଟିକେଟ ବିକ୍ରି ପାଇଁ କରାଯାଇଥିବା ସୁବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ଓସିଏ ସମ୍ପାଦକ।

ଦୀର୍ଘ 3 ବର୍ଷ ପରେ ପୁଣି ବାରବାଟୀରେ ଏକ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଥିବା ଟି-20 ମ୍ୟାଚର ଦ୍ବିତୀୟ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+