ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା: ଟେଷ୍ଟରୁ ବାଦ୍‌ ରାହାଣେ ଓ ପୂଜାରା, ରାହୁଲ ଦିନିକିଆ ଅଧିନାୟକ

ଆଗାମୀ ସାଉଥ୍‌ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ୩ଟି ଯାକ ଫର୍ମାଟ୍- ଟେଷ୍ଟ, ଟି-୨୦ ଓ ଦିନିକିଆ ପାଇଁ ଟିମ୍‌ ଘୋଷଣା କରିଛି ବିସିସିଆଇ । ଟେଷ୍ଟ୍ ଦଳରେ ମଧ୍ୟ ଦୁଇ ସ୍ପେସାଲିଷ୍ଟ୍ ବ୍ୟାଟର୍‌ ତେଜେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ବାଦ୍ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହୋଇ ନଥିବାରୁ ସୂର୍ଯ୍ୟକୁମାର ଯାଦବ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ରହିବେ । କେଏଲ୍ ରାହୁଲଙ୍କୁ ଏହି ଗସ୍ତରେ ଦିନିକିଆ ଦଳର ଅଧିନାୟକ ରହିବେ ।

ବିରାଟ କୋହଲି ଓ ରୋହିତ ଶର୍ମା କେବଳ ଟେଷ୍ଟ ଖେଳିବେ । ତାଙ୍କୁ ଦିନିକିଆ ଓ ଟି-୨୦ ରୁ ବିଶ୍ରାମ ଦିଆଯାଇଛି । ବିଶ୍ରାମ ନେବା ପାଇଁ ବିରାଟ କୋହଲି ବିସିସିଆଇକୁ ଅନୁରୋଧ କରିଥିଲେ । ବିଶ୍ରାମ ନେବା ନେଇ ଟ୍ୱିଟ୍‌ କରି କହିଛି ବିସିସିଆଇ । ଆହତ କାରଣରୁ ସାଉଥ୍ ଆଫ୍ରିକା ଗସ୍ତରୁ ହାର୍ଦ୍ଦିକ ପାଣ୍ଡ୍ୟା ବାଦ୍‌ ପଡ଼ିଛନ୍ତି ।

Ind vs sa

ଦିନିକିଆ ଟିମ୍

ଋତୁରାଜ ଗାଏକ୍ବାଡ, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂହ, ଶ୍ରେୟସ ଆୟର, କେଏଲ୍ ରାହୁଲ (ଅଧିନାୟକ ଓ ୱିକେଟରକ୍ଷକ), ସଂଜୁ ସାମସନ୍‌ (ୱିକେଟରକ୍ଷକ), ଅକ୍ଷର ପଟେଲ୍‌, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଝ‌ବେନ୍ଦ୍ର ଚହଲ, ମୁକେଶ କୁମାର, ଅୱେସ ଖାନ୍‌, ଅର୍ଶଦୀପ ସିଂହ, ଦୀପକ ଚହର।

ଟ୍ବେଣ୍ଟି-୨୦ ଟିମ୍

ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ଋତୁରାଜ ଗାଏକ୍ବାଡ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟସ ଆୟର, ଈଶାନ କିଶନ (ୱିକେଟରକ୍ଷକ), ଜିତେଶ ଶର୍ମା (ୱିକେଟରକ୍ଷକ), ରବୀନ୍ଦ୍ର ଜାଡ଼େଜା (ଉପଅଧିନାୟକ), ୱାସିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର।

ଟେଷ୍ଟ୍ ଟିମ୍

ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍ବାଡ, ଈଶାନ କିଶନ (ୱିକେଟରକ୍ଷକ), କେଏଲ୍ ରାହୁଲ (ୱିକେଟରକ୍ଷକ), ଆର୍‌ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା (ଉପଅଧିନାୟକ), ପ୍ରସିଦ୍ଧ କ୍ରିଷ୍ଣା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+