ଭାରତ ୩-୧ରେ ଶୃଙ୍ଖଳା ଜିତିଲା ଭାରତ; ବିଶ୍ବ ରେକର୍ଡ କଲା ଟିମ ଇଣ୍ଡିଆ
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଶୁକ୍ରବାର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ରେ ରେକର୍ଡ ବର୍ଷା ସହ ୧୩୫ ରନ୍ର ବୃହତ୍ ବିଜୟ କାରଣରୁ ଏହି ସଫଳତା ଆଣିଛି ସୂର୍ଯ୍ୟକୁମାର ୟାଦବଙ୍କ ଦଳ। ଭାରତର ୨୮୩ ରନ୍ ଜବାବରେ ଘରୋଇ ଦଳ ୧୪୮ ରନ୍ କରିଥିଲା। ଟସ୍ ଜିତି ବ୍ୟାଟିଂ କରିବା ପରେ ସଂଜୁ ସାମ୍ସନ୍, ତିଳକ ବର୍ମା ମିଳିତ ଭାବେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ କରିଥିଲେ।। ପ୍ରଥମ ଓଭରରେ ଜୀବନଦାନ ପାଇବା ପରେ ଅଭିଷେକ ଶର୍ମା (୩୬ ରନ୍, ୧୮ ବଲ୍, ୨ ଚୌକା, ୪ ଛକା) ଦ୍ରୁତ ରନ୍ ସଂଗ୍ରହ କରି ଏକମାତ୍ର ଖେଳାଳି ଭାବେ ଆଉଟ୍ ହୋଇଥିଲେ। ଏହାପରେ ସଂଜୁ ଓ ତିଳକ ଚୌକା ଛକା ବର୍ଷା କରି ନୂଆ ନୂଆ ରେକର୍ଡ କରିଚାଲିଥିଲେ। ୨୮ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ସଂଜୁ ପରବର୍ତ୍ତୀ ୫୦ ରନ୍ ପାଇଁ ୨୩ ବଲ୍ ଖେଳିଥିଲେ। ଏହି ପାଳିରେ ସେ ୫୬ ବଲ୍ ଖେଳିଥିଲା ବେଳେ ବାଉଣ୍ଡରିରୁ ୭୮ ରନ୍ (୬ ଚୌକା, ୯ ଛକା) ଉଠାଇଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୦୯* ରନ୍ କରିଥିଲେ ।

ସେହିପରି ତିଳକ ମଧ୍ୟ ଏକାଧିକ ଜୀବନଦାନ ପାଇ ବିଶ୍ବର ଦ୍ରୁତତମ ଶତକ କରିପାରି ନଥିଲେ ମଧ୍ୟ ସଂଜୁଙ୍କଠୁ ୧୦ ବଲ୍ କମ୍ ଖେଳି ଶତକରେ ପହଞ୍ଚି ଯାଇଥିଲେ। ୪୭ ବଲରୁ ୧୨୦* ରନ୍ କରିଥିବା ତିଳକ କିନ୍ତୁ ବାଉଣ୍ଡରିରେ ୯୬ ରନ୍ କରି ସୁଯୋଗ ମିଳିଲେ କେତେ ଆକ୍ରାମକ ହୋଇପାରନ୍ତି ତାହା ଦେଖାଇ ଦେଇଥିଲେ। ତାଙ୍କ ବାଉଣ୍ଡରି ଭିତରେ ୯ ଚୌକା ଓ ୧୦ ଛକା ସାମିଲ ଥିଲା। ସଂଜୁଙ୍କ ପାଇଁ ଏହା ତୃତୀୟ ଶତକ ହୋଇଥିଲା ବେଳେ ତିଳକ ଲଗାତାର ଶତକ ମାରିଛନ୍ତି। ଲଗାତାର ଶତକ ମାରିବାରେ ବିଶ୍ବରେ ସେ ସଂଜୁଙ୍କ ତଳକୁ ଚତୁର୍ଥ ଖେଳାଳି ହୋଇପାରିଛନ୍ତି। ଦ୍ବିତୀୟ ୱିକେଟ୍ ଭାଗୀଦାରିରେ ଉଭୟ କରିଥିବା ୨୧୦* (୮୬ ବଲ୍) ରନ୍ ମଧ୍ୟ ଏକ ବିଶ୍ବ ରେକର୍ଡ ହୋଇଛି। ଚଳିତ ବର୍ଷ ନେଦରଲାଣ୍ଡ୍ସର ଲେଭିଟ୍ ଓ ଏଞ୍ଜେଲବ୍ରେଚ୍ଟ ଯୋଡ଼ି ନାମିବ୍ୟା ବିପକ୍ଷରେ ୧୯୩ ରନ୍ କରିଥିଲେ। ଭାରତ ପାଇଁ ମଧ୍ୟ ଯେକୌଣସି ୱିକେଟ୍ରେ ଏହା ସର୍ବୋଚ୍ଚ ଭାଗୀଦାରି। ୨୮୩/୧ ସ୍କୋର ଭାରତର ଦ୍ବିତୀୟ ସର୍ବାଧିକ ହୋଇଛି। ଗତ ମାସରେ ବାଂଲାଦେଶ ବିପକ୍ଷରେ ଭାରତ ୨୯୭/୬ କରିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୮୩/୨ (ତିଳକ ବର୍ମା-୧୨୦*, ସଂଜୁ ସାମ୍ସନ୍-୧୦୯*, ଅଭିଷେକ ଶର୍ମା-୩୬, ଲୁଥୋ ସିପ୍ମାଲା-୧/୫୮)। ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୧୪୮/୧୦ (ତ୍ରିଷ୍ଟନ୍ ଷ୍ଟବ୍ସ-୪୩, ଡେଭିଡ୍ ମିଲର୍-୩୬, ମାର୍କୋ ୟାନସେନ୍-୨୯*, ଅର୍ଶଦୀପ ସିଂହ-୩/୨୦, ଅକ୍ଷର ପଟେଲ୍-୨/୬, ବରୁଣ ଚକ୍ରବର୍ତ୍ତୀ-୨/୪୨, ହାର୍ଦିକ ପାଣ୍ଡ୍ୟା-୧/୮, ରବି ବିଷ୍ଣୋଇ-୧/୨୮, ରମଣଦୀପ ସିଂହ-୧/୪୨)।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର












Click it and Unblock the Notifications