ଏଥର ବି ନିରାଶ, 30 ବର୍ଷର ଅପେକ୍ଷା ଜାରି; କେପଟାଉନରେ ଭାଙ୍ଗିଲା କୋହଲି ବ୍ରିଗଡେର ଗର୍ବ

ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିବାର 30 ବର୍ଷର ସ୍ୱପ୍ନ ପୁଣି ଜାରି ରହିଛି । ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇ ସିରିଜକୁ ୨-୧ରେ ଜିତି ନେଇଛି।

କେପଟାଉନ: ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିବାର 30 ବର୍ଷର ସ୍ୱପ୍ନ ପୁଣି ଜାରି ରହିଛି । ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇ ସିରିଜକୁ ୨-୧ରେ ଜିତି ନେଇଛି। ମ୍ୟାଚରେ ତୃତୀୟ ଦିବସରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୧୧ ରନ୍ ଦରକାର ଥିଲା ବେଳେ ଭାରତକୁ ୮ ୱିକେଟ୍ ଆବଶ୍ୟକ ହେଉଥିଲା। କିନ୍ତୁ କିଗାନ ପିଟରସନ୍ ଓ ରାସି ଭାନ୍ ଡର୍ ଡୁସେସନଙ୍କ ଇନିଂସ୍ ଦମରେ ଦକ୍ଷିଣ ଆଫ୍ରିକା ସହଜରେ ଲକ୍ଷ୍ୟକୁ ହାସଲ କରିନେଇଥିଲା।

IND vs SA

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୨୨୩ ରନ କରିଥିଲା ଭାରତ । ଭାରତ ପକ୍ଷରୁ ବିରାଟ କୋହଲି ୭୯ ରନର ଲଢୁଆ ବ୍ୟାଟିଂ କରିଥିଲେ । ହେଲେ ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ପରେ ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସରେ ୨୧୦ ରନ କରିବାରେ ସଫଳ ହୋଇଥିଲା ।

ଭାରତର ଦ୍ୱିତୀୟ ଇଂନିସରେ ଋଷବ ପନ୍ତଙ୍କୁ ଛାଡିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ରିଷବ ପନ୍ତ ଏହି ଇଂନିସରେ ଶତକ ହାସଲ କରିଥିଲେ । ଫଳରେ ଦଳ ୧୯୮ ରନରେ ଅଲଆଉଟ ହୋଇଯାଇଥିଲା । ଯେଉଁ କାରଣରୁ ଘରୋଇ ଦଳ ଆଗରେ ଭାରତ ୨୧୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦକ୍ଷିଣ ଆଫ୍ରିକା ମାତ୍ର ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କୀଗାନ ପିଟରନସ୍ ସର୍ବାଧିକ ୮୨ ରନ୍ (୧୧୩ ବଲ୍, ୧୦ ଚୌକା) କରି ଆଉଟ୍ ହୋଇଥିବା ବେଳେ ରାସି ଭାନ୍ ଡର୍ ଡୁସେନ୍ ୪୧ ଓ ତେମ୍ବା ବାଭୁମା ୩୨ ରନ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏ ସଫଳତା ପାଇଥିଲେ।

ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୦୧ ରନ୍ କରିଥିଲା। ଦିବସର ଶେଷ ବଲରେ କ୍ୟାପଟେନ୍ ଡିନ୍ ଏଲଗାର (୩୦)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଚତୁର୍ଥ ଦିବସରେ ଦକ୍ଷିଣ ଆଫ୍ରିକାର ଇନଫର୍ମ ବ୍ୟାଟ୍ସମ୍ୟାନ୍ ପିଟରସନ୍ ଓ ଡୁସେନ୍ ତୃତୀୟ ୱିକେଟ୍ ପାଇଁ ୫୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ଥିଲେ। ଏହା ପରେ ଡୁସେନଙ୍କ ସହ ମିଶି ବାଭୁମା ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୫୭ ରନ୍ ଯୋଡ଼ି ଦଳକୁ ଜିତାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+